Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକଙ୍କ ପାଇଁ ‘ଦ ଟିଚର୍ ଆପ୍‌’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଶିକ୍ଷକଙ୍କ ପାଇଁ ‘ଦ ଟିଚର୍ ଆପ୍‌’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

November 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତୁତ ‘ଦ ଟିଚର୍ ଆପ୍‌’(The Teacher App)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭାରତୀ ଏଣ୍ଟରପ୍ରାଇଜେସର ଜନହିତକର ଶାଖା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଶିକ୍ଷକମାନଙ୍କ ପାଇଁ ଏକ ପ୍ଲାଟଫର୍ମକୁ ବିକଶିତ କରିଥିବାରୁ ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ। ସୋମବାର ନୂଆଦିଲ୍ଲୀରେ ଏହି ଆପ୍ ଉନ୍ମୋଚନ ଅବସରରେ “ଶିକ୍ଷକଙ୍କ ଉନ୍ନତିରେ ଭାରତର ଉନ୍ନତି” ଶୀର୍ଷକ ବିଷୟବସ୍ତୁ ଉପରେ ସମବେତ ଶିକ୍ଷାବିତ୍ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାକୁ ଏକ ପ୍ରଶଂସନୀୟ ପଦକ୍ଷେପ କହିବା ସହ ନିର୍ଦ୍ଦିଷ୍ଟ ଆପଟି ଅଭିନବ ପାଠ୍ୟକ୍ରମ, ପ୍ରଯୁକ୍ତିବିଦ୍ୟା ଏବଂ କମ୍ୟୁନିଟି ବିଲ୍ଡିଂ କାର୍ଯ୍ୟକ୍ରମ ମାଧ୍ୟମରେ ନିରନ୍ତର ଦକ୍ଷତା ବିକାଶ ମାଧ୍ୟମରେ ଶିକ୍ଷକମାନଙ୍କୁ ସଶକ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆମ ଶିକ୍ଷକମାନେ ହିଁ ପ୍ରକୃତ କର୍ମଯୋଗୀ । ଶିକ୍ଷକମାନେ ଆମ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରୁଛନ୍ତି । ନବନସୃଜନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ନିରନ୍ତର ଦକ୍ଷତା ବିକାଶ ଉପରେ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଜାତୀୟ ଶିକ୍ଷା ନୀତି ଅନୁସାରେ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ବର୍ତ୍ତମାନର ଟେକ୍ନୋଲୋଜି ଦୁନିଆ ସହ ଯୋଡ଼ିବା ଆମର ଲକ୍ଷ୍ୟ ରହିଛି । ଶିକ୍ଷକମାନେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥାନ୍ତି । ଏକବିଂଶ ଶତାବ୍ଦୀରେ ଭାରତ ଆଗକୁ ବଢ଼ୁଥିବା ବେଳେ ଶିକ୍ଷକମାନେ ଭବିଷ୍ୟତର ସୁଯୋଗର ମାନଚିତ୍ର ପ୍ରସ୍ତୁତ କରିବା ଏବଂ ଆମ ଯୁବପିଢ଼ି ଅଭିବୃଦ୍ଧି କାହାଣୀର ନେତୃତ୍ୱ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି।

ଶିକ୍ଷକମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଥିବା ଏହି ଆପ୍ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ଭଳି ଗୁଣାତ୍ମକ ବିଷୟବସ୍ତୁ ଶିଖାଇବ । ଏହି ମୋବାଇଲ ଆପ୍ଲିକେସନରେ କୋର୍ସ, କ୍ଷୁଦ୍ର ଭିଡିଓ, ୱେବିନାର, ଶିକ୍ଷଣ କିଟ୍ ଏବଂ ସବୁ ସ୍ତରର ଶିକ୍ଷକମାନଙ୍କ ପାଇଁ ସମସ୍ତ ପ୍ରାସଙ୍ଗିକ ବିଷୟମାନ ରହିଛି ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026
Latest News

LIC କନ୍ୟାଦାନ ପଲିସି କ’ଣ?: ଝିଅର ଭବିଷ୍ୟତ ପାଇଁ ଏକ ଭଲ ଯୋଜନା

August 29, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉଜବେକିସ୍ତାନ ଏବଂ କିର୍ଗିଜ୍ ଗଣରାଜ୍ୟ ଗସ୍ତ

August 29, 2026

ପ୍ରାୟ ୨୦% କମିଲା ମିଲ୍‌ ଚିନି ଦର: କମୁଛି ଖୁଚୁରା ମୂଲ୍ୟ

August 29, 2026

“ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ”: ତାମିଲନାଡୁ ମନ୍ତ୍ରୀଙ୍କ ବଡ଼ ଘୋଷଣା

August 29, 2026

ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ଟି ଏମଓୟୁ ସ୍ୱାକ୍ଷରିତ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.