Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶା ମେଡିକାଲ ସେଣ୍ଟର ତରଫରୁ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ
ଜାତୀୟ ଖବର

ଓଡିଶା ମେଡିକାଲ ସେଣ୍ଟର ତରଫରୁ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ

November 29, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶା ମେଡିକାଲ ସେଣ୍ଟର ତରଫରୁ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: କେଉଁ ଆଦିମ ଅନାଦି କାଳରୁ ମନୁଷ୍ୟ ବୃକ୍ଷଲତାର ବିଭିନ୍ନ ଅଂଶକୁ ଔଷଧ ଭାବରେ ବ୍ୟବହାର କରି ଆସୁଛି। ଖ୍ରୀଷ୍ଟ ପୂର୍ବ ୪୦୦୦ ଠାରୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ସମୟ ମଧ୍ୟରେ ରଚନା କରାଯାଇଥିବା ଋକ ବେଦରେ ୬୭ ଗୋଟି, ଯଜୁର୍ବେଦରେ ୮୨ ଗୋଟି ଏବଂ ଅଥର୍ବ ବେଦରେ ୨୮୯ ଗୋଟି ଔଷଧୀୟ ବୃକ୍ଷ ତଥା ଏହାର ଉପଯୋଗ ଦ୍ୱାରା ରୋଗ ଚିକିସ୍ଛା ବିଷୟରେ ବିଷଦ ଭାବରେ ବର୍ଣ୍ଣନା ଅଛି।

ଏହାର ପରବର୍ତ୍ତୀ କାଳରେ ରଚିତ ଅଷ୍ଟାଙ୍ଗ ଆୟୁର୍ବେବ ହେଉଛି ବିଶ୍ୱର ପ୍ରାଚୀନତମ ଚିକିସ୍ଛା ପ୍ରଣାଳୀ ଯେଉଁଥିରେ ମୁଖ୍ୟତ ବୃକ୍ଷଲତା ମାନଙ୍କର ସରଳ ପ୍ରୟୋଗ ତଥା ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତିର ବିଧି ବିଧାନ ସହିତ ରୋଗ ଚିକିତ୍ସାର ବର୍ଣ୍ଣନା ରହିଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।

ପ୍ରାଥମିକ ଉପଚାରରେ ପ୍ରୟୋଗ ହେବା ଭଳି ତଥା ଘରୋଇ ଚିକିସ୍ଛା ଭାବରେ ବ୍ୟବହାର କରାଯିବା ଭଳି ପଞ୍ଚ କଷାୟ ଯେପରିକି ସ୍ବରସ ବା fresh juice , କଳ୍କ ବା paste , କଷାୟ ବା ପାଚନ (decoction ), ଫାଣ୍ଟ (hot infusion ) ଓ ହିମ ବା cold infusion ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କୁହାଯାଇଛି। କେତକ ଔଷଧୀୟ ବୃକ୍ଷକୁ ଆମେ ଘରର ଅଗଣା ବା ବାଡ଼ି ବଗିଚା (kitchen garden )ରେ ମଧ୍ୟ ରୋପଣ କରାଯାଇ ପାରିବ ଯାହାକି ଦୈନିଦିନ ଭାବରେ ବା ଅକସ୍ମାତ ଭାବରେ ଏହାକୁ ପ୍ରୟୋଗ କରାଯାଇପାରିବ।

ଆମ ଆଖ ପାଖରେ ଥିବା ଅନେକ ଔଷଧୀୟ ବୃକ୍ଷର ସ୍ୱାସ୍ଥ୍ୟ ରକ୍ଷା ବା କେତକ ରୋଗ ପ୍ରତିଷେଧକ ନିମିତ୍ତ ଅନେକ ଉପଯୋଗୀତା ଗୁଣ ରହିଛି। ଯେପରିକି ଥଣ୍ଡାର ଆରମ୍ଭ ଅବସ୍ଥାରେ ତୁଳସୀ ପତ୍ରର ରସ ସହ ମହୁ , ବାରମ୍ବାର ଥଣ୍ଡା ହେଉଥିଲେ ତୁଳସୀ ପତ୍ରର ରସ ସହ ଡାଳ ଚିନି ଓ ପିପ୍ପଳୀ ଉପଯୋଗ କରି ପ୍ରସ୍ତୁତ ଚା (herbal tea ), ଭେର୍ସୁଙ୍ଗା ପତ୍ରର ମଧୁମେହ ନାଶକ ଗୁଣ , ବେଲ ପତ୍ର ଓ ନିମ୍ବପତ୍ରର ମଧୁମେହ ପ୍ରତିଷେଧ ଓ ନିୟନ୍ତ୍ରଣ ରେ ଉପଯୋଗ , ଗଣ୍ଠିର ଫୁଲା,ବଥା,ବିନ୍ଧାରେ ବେଗୁନିଆ, କରଞ୍ଜ ,ଅର୍କ ପତ୍ରର ସେକ,ଅଣ୍ଟା ବଥା ଓ ଆମବାତରେ ପସା ରୁଣୀ ପତ୍ରର ରସ, ଏହିପରି ଅନେକ କିଛି। କରୋନା ମହାମାରୀ ସମୟରେ ଗିଲୋୟ ବା ଗୁଡ଼ୁଚିର ପାଚନ ତଥା ଶୁଣ୍ଠୀ , ପିପ୍ପଳୀ,ଡାଲଚିନି , ଗୋଲମରିଚ ସହ ତୁଳସୀ ପତ୍ର ପ୍ରସ୍ତୁତ କାଢା ପ୍ରତିଷେଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

ବୃକ୍ଷ ଲତାରୁ ପ୍ରସ୍ତୁତ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ତଥା ଅନେକ ସମୟରେ କୁପ୍ରଭାବ ଯୁକ୍ତ ରାସାୟନିକ ଔଷଧ ସେବନରୁ ସୁରକ୍ଷା କରିଥାଏ। ମାତ୍ର ଦୁଖଃ ଓ ପରିତାପର ବିଷୟ ଏହିକିଯେ ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ ତଥା ଓଡିଶା ରାଜ୍ୟରେ ମଧ୍ୟ ଔଷଧୀୟ ବୃକ୍ଷ ଗୁଡିକ ଦ୍ରୁତ ଗତିରେ କମିବାରେ ବା ଲୋପ ପାଇବାରେ ଲାଗିଛି। ଫଳରେ ଜନସାଧାରଣ ସେଗୁଡିକର ସହଜ ଚିହ୍ନଟ ତଥା ସାଧାରଣ ଉପଯୋଗ ବିଷୟରେ ଭୁଲିଯିବା ସହିତ ଔଷଧ ନିର୍ମାତା ମାନେ ଏହାର ନିମ୍ନ ମାନର ବିକଳ୍ପ ଦ୍ରବ୍ୟ ଉପଯୋଗ କରୁଛନ୍ତି କିମ୍ବା ଜମା ମିଶାଉ ନାହାନ୍ତି , ଫଳସ୍ୱରୂପ ଔଷଧରୁ ନିର୍ଦିଷ୍ଟ ସୁଫଳ ମିଳିପାରୁନାହିଁ ।

ପୂର୍ବକାଳରେ ଜନସଂଖ୍ୟା କମ ଥିଲା ଏବଂ ବୃକ୍ଷ ସମ୍ପଦ ଅଧିକ ଥିଲା। ତଥାପି ଅଶୋକଙ୍କ ଶିଳାଲେଖରୁ ଜଣାଯାଏ ଯେ ସେ ସେହିସମୟରେ ପଥ ପ୍ରାନ୍ତରେ ବ୍ୟାପକ ଫଳ ଓ ଔଷଧୀୟ ବୃକ୍ଷର ରୋପଣ କରାଇଥିଲେ। ବର୍ତ୍ତମାନର ଜନସଂଖ୍ୟାରେ ଅହେତୁକ ବୃଦ୍ଧି , ସହରୀକରଣ ତଥା ବ୍ୟାପକ ଶିଳ୍ପାୟନ ହେତୁ ପର୍ଯ୍ୟାବରଣ ଅସନ୍ତୁଳନ , ଜଳବାୟୁ ପରିବର୍ତ୍ତନ ହେତୁ ନୂଆ ନୂଆ ରୋଗର ପ୍ରାଦୁର୍ଭାବ ପରି ଅନେକ ବିପର୍ଯ୍ୟୟର ସାମନା କରିବାକୁ ପଡୁଛି।

ତେଣୁ ଜଙ୍ଗଲ ସୁରକ୍ଷା ସହିତ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି। ଅଶୋକ , ଗମ୍ଭାରୀ, ପାଟଳI, ଅର୍ଜୁନ ,ନିମ୍ବ , ବଉଳ , ହରିଡା, ଅଁଳା , ବାହାଡା,ଫଣଫଣା ପରି ବୃକ୍ଷ ସହ ଅଶ୍ଵଗନ୍ଧା , ପିପ୍ପଳୀ, ଶତାବରୀ ,ବ୍ରାହ୍ମି , ଭୃଙ୍ଗରାଜ ,ଗୁଡ଼ୁଚି ପରି ଗୁଳ୍ମ ଓ ଲତା ଗୁଡିକୁ ଘରୋଇ ପରିବେଶ ଯଥା ଗାଁ ତୋଟା , ରାସ୍ତାକଡ ,ନିବାସ ସ୍ଥଳୀର ବାଡ଼ି ବଗିଚା , ଶିକ୍ଷାନୁଷ୍ଠାନ ତଥା ସରକାରୀ କାର୍ଯ୍ୟାଳୟ ମାନଙ୍କରେ ଖାଲିଥିବା ସ୍ଥାନରେ ବ୍ୟାପକ ରୋପଣ ସଙ୍ଗେ ସଙ୍ଗେ ଜନ ସଚେତନତା ସୃଷ୍ଟିକରି ଏ ଦିଗରେ ଉଚିତ ପଦକ୍ଷେପ ନେବା ଏକାନ୍ତ ଆବଶ୍ୟକ।

ଏହା ସହିତ ସମଗ୍ର ପୃଥିବୀରେ ଜୀବନଶୈଳୀ ଜନିତ ରୋଗ ଯେପରିକି ମେଦୋରୋଗ ,ମଧୁମେହ ଆଦି ଅଧିକ ବୃଦ୍ଧି ପାଇଛି। ଏଥିପାଇଁ ମାଣ୍ଡିଆ ସମେତ ଅନ୍ୟ ମୋଟା ଶସ୍ୟରୁ ଆୟୁର୍ବେଦ ପଦ୍ଧତିରେ ଖାଦ୍ୟ ପ୍ରସ୍ତୁତ କରି ସେବନ କରିବା ନିମିତ୍ତ ଜନ ସଚେତନତାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି।

ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରୁଥିବା Odisha Medical Centre (OMC ) ନାମକ ଏକ ସଂସ୍ଥା ଏହି ଔଷଧୀୟ ବୃକ୍ଷ ରୋପଣ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ମୟୁରଭଞ୍ଜ ଅଞ୍ଚଳ ସହ ରାଜ୍ୟର ରାଜଧାନୀ ଭୁବନେଶ୍ୱର ରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ପାଇଁ ଆଗେଇ ଆସିଛି।

ପ୍ରଥମେ ଏହି ଔଷଧୀୟ ବୃକ୍ଷ ରୋପଣ ନିମନ୍ତେ ସେମାନେ ମୋର ସରକାରୀ ବାସଭବନ ସ୍ଥିତ ବଗିଚାକୁ ଚୟନ କରିଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ପ୍ରକାଶ କରିଛନ୍ତି l କ୍ରମଶଃ ଏହା ଅନ୍ୟ ସରକାରୀ ଅଧିକାରୀଙ୍କ ବାସଭବନ ପ୍ରାଙ୍ଗଣ, ପାର୍କ ,ସ୍ୱତନ୍ତ୍ର ବଗିଚା , ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ରାସ୍ତା କଡରେ ଏହି ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବାର ପ୍ରସ୍ଥାବ ରଖିଛନ୍ତି। ସେଥିପାଇଁ OMC ସଂସ୍ଥାର ପ୍ରୟାସକୁ ଆନ୍ତରିକ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଆଜିର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ସୁଧିବୃନ୍ଦଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ OMC ର ଟ୍ରଷ୍ଟି ସଦସ୍ୟା ଶ୍ରୀମତୀ ସୋନାଲି ସ୍ୱାଇଁ ଓ OMC ର ଆୟୁର୍ବେଦ ଉପଦେଷ୍ଟା ତଥା ଭାରତ ସରକାରଙ୍କ କେନ୍ଦ୍ରୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ ର ପୂର୍ବତନ ଭାରପ୍ରାପ୍ତ ନିର୍ଦ୍ଦେଶକ ଡ଼ଃ ମଦନ ମୋହନ ପାଢ଼ୀ ମହୋଦୟଙ୍କ ପ୍ରଚେଷ୍ଟା ପ୍ରଶଂସା ଯୋଗ୍ୟ , ସେଥିପାଇଁ ସେମାନଙ୍କୁ ମଧ୍ୟ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଓ OMC ଟ୍ରଷ୍ଟିର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି।

Odisha Medical Centre ଔଷଧୀୟ ବୃକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.