Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ
ଆଜିର ଖବର

ଖୋର୍ଦ୍ଧାରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡସ୍ ଦିବସ ପାଳିତ

December 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ମହାବିଦ୍ୟାଳୟ ଓ ନର୍ସିଂ ଛାତ୍ର, ଛାତ୍ରୀ ନେଇ ଏକ ଏଚଆଇଭି/ଏଡସ୍ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହାକୁ ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା. ବିଶ୍ବନାଥ ପାଢୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତତ୍ପରେ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଡା. ପାଢୀ ଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷର ବିଷୟ ବସ୍ତୁ “ଅଧିକାରର ସଠିକ୍ ମାର୍ଗ ଅନୁସରଣ କରିବା” ଉପରେ ଆଲୋଚନା କରଯାଇଥିଲା। ମୁଖ୍ୟ ବକ୍ତା ଭାବେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜଗଦେବ, କବି ପ୍ରସନ୍ନ ପାଟ୍ଟସାଣି ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜୟସିଂ ଓ ଖୋର୍ଦ୍ଧା ନର୍ସିଂ ସ୍କୁଲର ସ୍ଵର୍ଣ୍ଣ ପ୍ରଭା ସାହୁ ଏଚଆଇଭି/ଏଡସ୍ ସମ୍ବନ୍ଧୀୟ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ।

ସଭାପତି ଡା. ପାଢୀ ନିଜ ଉଦବୋଧନରେ ଏଚଆଇଭି/ଏଡସ୍ ର କାରଣ, ନିରାକରଣ, ପ୍ରତିକାର ଓ ଏ ବର୍ଷର ବିଷୟ ବସ୍ତୁ “ଅଧିକାରର ସଠିକ୍ ମାର୍ଗ ଅନୁସରଣ କରିବା’ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସ‌ହିତ ଉପସ୍ଥିତ ଛାତ୍ର ଛାତ୍ରୀ ନିଜ ଜୀବନରେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ।

ସର୍ବଶେଷରେ ଜିଲ୍ଲା ପ୍ରକଳ୍ପ ପରିଚାଳକ ବିଧାନ ଚନ୍ଦ୍ର ନାୟକ ସାମାଜିକ ଯୋଗଯୋଗ ମାଧ୍ଯମ (ଫେସବୁକ, ଇନଷ୍ଟାଗ୍ରାମ, ୟୁଟୁବ) କୁ ପ୍ରାଧାନ୍ୟ ଦେଇ ଏହାର ପୃଷ୍ଠାରେ ଆସୁଥିବା ବାର୍ତ୍ତାକୁ ବହୁଳ ଭାବେ ପ୍ରଚାର, ପ୍ରସାର ଓ ଅନୁସରଣ କରିବା ସହିତ ନିଶୁଳ୍କ ନମ୍ୱର- ୧୦୯୭ ରେ ଯୋଗାଯୋଗ କରି ଏଡସ୍ ସମ୍ବନ୍ଧୀୟ ଅଧିକ ବିବରଣୀ ଜାଣିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ସଭାରେ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଖୋର୍ଦ୍ଧା, କବି ପ୍ରସନ୍ନ ପାଟ୍ଟସାଣି ଆଞ୍ଚଳିକ ମହାବିଦ୍ୟାଳୟ ମଳିପଡା, ଖୋର୍ଦ୍ଧା ନର୍ସିଂ ସ୍କୁଲ ର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ଏଡସ୍ ପ୍ରତିରୋଧ ଓ ନିୟନ୍ତ୍ରଣ କକ୍ଷର କର୍ମଚାରୀ କିଶୋର କୁମାର କାନୁନଗୋ, ଅଶୋକ କୁମାର ଦାସ, ଜୟନ୍ତୀ ବାଳା ସାମନ୍ତରାୟ, ବିମଲ ଚନ୍ଦ୍ର ମାନସିଂହ, ଡ଼ିଆରପି ଓ ଆଇସିଟିସିର ପରାମର୍ଶ ଦାତା, ଦାତ୍ରୀ ମାନେ କାର୍ଯ୍ୟରେ ସହୋଯୋଗ କରିଥିଲେ।

ଖୋର୍ଦ୍ଧା ଜିଲ୍ଲା ବିଶ୍ୱ ଏଡସ୍ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026
Latest News

ପରିବହନ ବିଭାଗର ନିଆରା ସଡ଼କ ସୁରକ୍ଷା ଅଭିଯାନ: ସମ୍ମାନିତ ହେଲେ ନିୟମ ମାନୁଥିବା ଗାଡ଼ି ଚାଳକ

August 28, 2026

ମାନେସର ଏନଏସଜିରେ ପ୍ରଥମ ମହିଳା କମାଣ୍ଡୋ କୋର୍ସ: ନାରୀ ଶକ୍ତି ପାଇଁ ଗୌରବର ମାଇଲଖୁଣ୍ଟ

August 28, 2026

ଭାରତର ସ୍ୱାଧୀନତା ସଂଗ୍ରାମ ଥିମ୍‌ରେ ସଜ୍ଜିତ ସ୍ୱତନ୍ତ୍ର ମେଟ୍ରୋ ଟ୍ରେନ୍‌ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

August 28, 2026

‘ଗୁଜରାଟ ଗୌରବ ସରୋବର’ର ଉଦ୍‌ଘାଟନ କଲେ କେନ୍ଦ୍ର ଗୃହମନ୍ତ୍ରୀ

August 28, 2026

ରାଶିଫଳ: ଅଗଷ୍ଟ ୨୮ ତାରିଖରେ ଏହି ରାଶି ଉପରେ ମା’ଲକ୍ଷ୍ମୀଙ୍କ ରହିଛି ଆଶୀର୍ବାଦ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.