ନୂଆଦିଲ୍ଲୀ: ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା ଆଜି କହିଛନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆସନ୍ତା ସିଜନ ମାର୍ଚ୍ଚ ୨୩ ତାରିଖରୁ ଆରମ୍ଭ ହେବ। ଆଜି ମୁମ୍ବାଇରେ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ସଭା ପରେ ଶୁକ୍ଲା ଏହି ଘୋଷଣା କରିଛନ୍ତି।
ଏହି ବୈଠକରେ ଦେବଜିତ୍ ସାଇକିଆ ଏବଂ ପ୍ରଭତେଜ ସିଂ ଭାଟିଆ ଯଥାକ୍ରମେ ବିସିସିଆଇର ନୂତନ ସଚିବ ତଥା କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ଜୟ ଶାହା ଏବଂ ଆଶିଷ ଶେଲାର ଙ୍ ଖାଲିଥିବା ପଦବୀ ପାଇଁ ନାମାଙ୍କନ ଦାଖଲ କରିବା ପରେ ଉଭୟେ ବିନା ନିର୍ବାଚନରେ ନିର୍ବାଚିତ ହୋଇଥିଲେ।
ଉଲେଖା ଯୋଗ୍ୟ ଯେ, ଟି -୨୦ ଟୁର୍ଣ୍ଣାମେଣ୍ଟର ୧୮ ତମ ସିଜନ୍ ପାଇଁ ଦୁଇ ଦିନିଆ ମେଗା ନିଲାମ ଅନୁଷ୍ଠିତ ହୋଇଥିଲା। ଆଇପିଏଲ୍ ନିଲାମ ଇତିହାସରେ ଋଷଭ ପନ୍ତ ସବୁଠୁ ବ୍ୟୟବହୁଳ ଖେଳାଳି ହୋଇଥିଲେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ତାଙ୍କୁ ୨୭ କୋଟି ଟଙ୍କାରେ କିଣିଥିଲା।
ଗତ ବର୍ଷ କୋଲକାତା ନାଇଟ୍ ରାଇଡର୍ସର ଆଇପିଏଲ୍ ଟାଇଟଲ୍ ନେଇଥିବା ଶ୍ରେୟସ୍ ଆୟର୍ ୨୬.୭୫ କୋଟି ଟଙ୍କାରେ ପଞ୍ଜାବ କିଙ୍ଗ୍ସକୁ ଯାଇ ଲିଗ୍ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଥିଲେ।
ଭେଙ୍କଟେଶ ଆୟରଙ୍କୁ କେକେଆର୍ ୨୩.୭୫ କୋଟି ଟଙ୍କାରେ କିଣାଯାଇଥିଲା ଏବଂ ଏହିପରି ତାଙ୍କୁ ଆଇପିଏଲ୍ ଇତିହାସରେ ସବୁଠାରୁ ମହଙ୍ଗା ଅଲରାଉଣ୍ଡର ଭାବେ କୁହାଯାଏ।
ଶ୍ରୀ ଶୁକ୍ଲା ଏହା ମଧ୍ୟ କହିଛନ୍ତି ଯେ, ଆସନ୍ତା ମାସର ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଚୟନକୁ ନେଇ ଏକ ବୈଠକ ଜାନୁଆରୀ ୧୮ କିମ୍ବା ୧୯ ତାରିଖରେ ଅନୁଷ୍ଠିତ ହେବ।