“ମନନ” ନାଟ୍ୟସଂସ୍ଥାର ବାର୍ଷିକ ନାଟକ ମହୋତ୍ସବରେ ପରିବେଷଣ ହେଲା ନାଟକ ‘ଆସ୍ଥା’

Published: Jan 13, 2025, 10:23 pm IST

ଭୁବନେଶ୍ୱର: ମନନ ନାଟ୍ୟ ସଂସ୍ଥା 46 ବାର୍ଷିକ ନାଟ୍ୟ ମହୋତ୍ସବର ନାଟକ ଅସ୍ଥା ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ରେ ଅନୁଷ୍ଠିତ ହୋଇଯାଇଛି। ମନୁଷ୍ୟ ଯେତେ ଶକ୍ତିଶାଳା, ଧନଶାଳୀ ଆଉ ସ୍ବାସ୍ଥ୍ୟବାନ ହେଲେବି ମନଟା ତା’ର ସବୁବେଳେ ଦୁର୍ବଳ। କେତେବେଳେ କୋଇ ପରିସ୍ଥିତିରେ ସେ ମନଟା ସେ ଭାଙ୍ଗି ନଯିବ କେହି କହି ପାରିବେନି । ଖାଲି ସେତିକି ନୁହେଁ ସେଇ ମନଟା ପୁଣି ଅବୁଝା ଆଉ ସଂକୀର୍ଣ୍ଣ ବାର୍ଦ୍ଧକ୍ୟ ଅଥବା ମୃତ୍ୟୁର ଅବ୍ୟବହିତ ପୂର୍ବରୁ, ଯେତେବେଳେ କି ଧନ ଦୌଲତ ଦେହର ଲାଳସା ଭୋଗବିଳାସ ଅଥବା ଜ୍ଞାତି କୁଟୁମ୍ବଙ୍କ ପ୍ରତି ମାୟା ମମତାର ଆବଶ୍ୟକ‌ତା ନଥାଏ ।

ସେତେବେଳେ ବି କିଛି ଛୋଟ ଛୋଟ ଘଟଣା ମଣିଷର ମାନସିକ ପ୍ରତିକ୍ରିୟାକୁ କଳୁଷିତ କରିଦିଏ କ୍ଷତ ବିକ୍ଷତ କରିଦିଏ। ନିଜର ଅବଚେତନ ମନର ଦଂଶନରେ ନିଜେ ବିଷାକ୍ତ ହୋଇଯାଏ। ସ୍ରଷ୍ଟାର ସୃଷ୍ଟି ବି ବାଟବଣା ହୋଇଯାଏ । ଏମିତି ସମୟ ଆସେ ନିଜେ ନିଜ ଉପରେ ବି “ଆସ୍ଥା ହରେଇ ବସେ।

ନାଟକରେ ଚରିତ୍ର ଅଭିନୟ କରିଥିଲେ ମନୋଜ ପଟ୍ଟନାୟକ ଅୟସକାନ୍ତ ସ୍ଵାଇଁ, ପି.ରାଜୁ ପାତ୍ର, ଅନୂଜ ପଟ୍ଟନାୟକ, ବିନୋଦ ବେଉରା, ହିତେଶ୍ ମହାପାତ୍ର, ମାମା ବିଶ୍ଵାଳ, ମନିଷାରଥ,ଦୀକ୍ଷା ପ୍ରଯୋଜନା ଅଧିକାରୀ ଶୁସାନ୍ତ କିଶୋର ପଟ୍ଟନାୟକ. ପରିକଳ୍ପନା ନିର୍ଦେଶନା ମନୋଜ ପଟ୍ଟନାୟକ ଏହି ବର୍ଷ ର ମନନ ନାଟ୍ୟ ସଂସ୍ଥା ପକ୍ଷରୁ ରତିରଂଜନ ସମ୍ମାନ ଶ୍ରୀଯୁକ୍ତ ପଞ୍ଚାନନ ଦାସ. ବନବିହାରୀ ପଟ୍ଟନାୟକ ସମ୍ମାନ ଶ୍ରୀଯୁକ୍ତ ଉପେନ୍ଦ୍ର ପତି ସମ୍ମାନ ରେ ସମ୍ମାନିତ କରାଯାଇଥିଲା

ଏହି ସନ୍ଧ୍ୟା ରେ ଅତିଥି ଭବେ ଶ୍ରୀ ଆକାଶ ଦାସ ନାୟକ ବିଧାୟକ କୋରେଇ ଓ ଅଭିନେତା, କଳିଙ୍ଗ ଟିଭିର ଅଧ୍ୟକ୍ଷ ପରିଚାଳନା ନିର୍ଦେଶକ ହିମାଂଶୁ ଖଟୁଆ, ନାଶନାଲ ସ୍କୁଲ ଅଫ ଡ୍ରାମା. ପି କେ ମହାନ୍ତି, ମନନ ସଂସ୍ଥା ସମ୍ପାଦକ ନିରଞ୍ଜନ ସାହୁ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଓ ଶ୍ରୀଜନ ଅନୁଷ୍ଠାନ ର ଗୁରୁ ରତିକାନ୍ତ ମହାପାତ୍ର, ଉପ ସଭାପତି ବଙ୍କୀମି କୁମାର ନାୟକ, ମନନ ନାଟକ ସଭାପତି ଓ ନିର୍ଦେଶ ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Related posts