ରାଷ୍ଟ୍ରପତିଙ୍କ ଗଣତନ୍ତ୍ର ଦିବସରେ ଅତିଥି ଭାବେ ନିମନ୍ତ୍ରିତ ହେଲେ ଦେବସ୍ମୀତା

Published: Jan 16, 2025, 11:15 am IST

ଭୁବନେଶ୍ଵର: କୋରାପୁଟ ଜିଲ୍ଲା ଜୟପୁର ବିକ୍ରମଦେବ ମହାବିଦ୍ୟାଳୟର ତୃତୀୟ ବର୍ଷ ସ୍ନାତକ ଛାତ୍ରୀ ଦେବସ୍ମୀତା ବେନିଆ ରାଷ୍ଟ୍ରପତିଙ୍କ ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ସ୍ଵାଗତ ସମାହାରରେ ଯୋଗ ଦେବା ପାଇଁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଛନ୍ତି। ସେ ବିକ୍ରମ ଦେବ ମହାବିଦ୍ୟାଳୟରେ NCC ରେ ଯୋଗ ଦେଇ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାର ପାଇଁ ଛନ୍ତି ଓ ତାଙ୍କର କାର୍ଯ୍ୟଦକ୍ଷତା ଏବଂ ଉତ୍କର୍ଷତା ନିମନ୍ତେ ସେ ସର୍ବ ଭାରତୀୟ ସ୍ତରରେ ୨୫୦ ଜଣ ରାଷ୍ଟ୍ରପତିଙ୍କ ଅତିଥିଙ୍କ ମଧ୍ୟରୁ ସେ ଜଣେ ମନୋନିତ ହୋଇଛନ୍ତି।

ରାଷ୍ଟ୍ରପତିଙ୍କ ଏହି ସ୍ଵତନ୍ତ୍ର ନିମନ୍ତ୍ରଣ ପତ୍ରକୁ ଡାକ ବିଭାଗର ଅଧିକାରୀ ମାନେ ଘରକୁ ଯାଇ ପ୍ରଦାନ କରିଛନ୍ତି। ସେ ଏହି ଆମନ୍ତ୍ରଣ ପାଇ ରାଷ୍ଟ୍ରପତିଙ୍କୁ ତଥା ଭାରତ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଦେବସ୍ମୀତାଙ୍କ ବାପା ଜଣେ ପୋଲିସ କର୍ମଚାରୀ ହେଇଥିବା ବେଳେ ତାଙ୍କ ମା ସାମାଜିକ କର୍ମୀ ଅଟନ୍ତି। ସେ ଦୁଇ ଭାଇ ଭଉଣୀଙ୍କ ସଙ୍ଗେ ଜୟପୁର ଲିଙ୍ଗରାଜ ନଗର ରେ ରୁହନ୍ତି ଓ ଆଗାମୀ ଦିନରେ ଭାରତୀୟ ପ୍ରଶାସନିକ ସେବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

Related posts