Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାନୁଆରୀ ୧୮ ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜାନୁଆରୀ ୧୮ ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ।

ସର୍ବେକ୍ଷଣ ପାଇଁ ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗାଁର ଜନବସତି ଅଞ୍ଚଳରେ ଘର ଥିବା ପରିବାରଗୁଡ଼ିକୁ ‘ରେକର୍ଡ ଅଫ୍ ରାଇଟ୍ସ’ ପ୍ରଦାନ କରି ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ଵ ଯୋଜନା ଆରମ୍ଭ କରିଥିଲେ।

ଏହି ଯୋଜନା ସମ୍ପତ୍ତିର ମୁଦ୍ରାକରଣ ଏବଂ ବ୍ୟାଙ୍କ ଋଣ ମାଧ୍ୟମରେ ସଂସ୍ଥାଗତ ଋଣକୁ ସକ୍ଷମ କରିବାରେ ମଧ୍ୟ ସାହାଯ୍ୟ କରିବ। ଏହା ସହିତ ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ହ୍ରାସ; ଗ୍ରାମାଞ୍ଚଳରେ ସମ୍ପତ୍ତି ଏବଂ ସମ୍ପତ୍ତି ଟିକସର ଉନ୍ନତ ଆକଳନ କରିବା ଏବଂ ବ୍ୟାପକ ଗ୍ରାମସ୍ତରୀୟ ଯୋଜନାକୁ ସକ୍ଷମ କରିବାରେ ସହାୟକ ହେବ।

୩.୧୭ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯେଉଁଥିରେ ୯୨% ଟାର୍ଗେଟ ରହିଥିବା ଗାଁକୁ ଅନ୍ତର୍ଭୁକ୍ତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧.୫୩ ଲକ୍ଷରୁ ଅଧିକ ଗାଁ ପାଇଁ ପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି।

ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ଏବଂ ଅନେକ କେନ୍ଦ୍ରଶାସିତ ଅଞ୍ଚଳରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି।

ନରେନ୍ଦ୍ର ମୋଦୀ ସମ୍ପତ୍ତି କାର୍ଡ ବଣ୍ଟନ ସ୍ୱାମିତ୍ଵ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭାରେ ଉଠିଲା ଓଡିଶାର ଭୂତଳ ଜଳସ୍ତର ହ୍ରାସ ପ୍ରସଂଗ, ଉତ୍ତରରେ ଜଳଶକ୍ତି ମନ୍ତ୍ରୀ କହିଲେ..

December 1, 2025

ପୂର୍ବତଟ ରେଳପଥ ଆୟୋଜନ କଲା ଦ୍ୱିତୀୟ ନୀଳାଦ୍ରି କପ୍ T-20 ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍

December 1, 2025

Lok Sabha Adjourned: ଭୋଟର ତାଲିକା ସଂଶୋଧନ ନେଇ ତାତିଲେ ବିରୋଧୀ, ଲୋକସଭା ମୁଲତବି

December 1, 2025

ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ 2025ର ଓଡ଼ିଶା ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

December 1, 2025
Latest News

Subhadra Shakti Mela: କୋଣାର୍କ ଉତ୍ସବ ଅବସରରେ ଉଦଘାଟିତ ହେଲା ସୁଭଦ୍ରା ଶକ୍ତି ମେଳା

December 1, 2025

Konark Sand Art Festival: କୋଣାର୍କରେ ଉଦଘାଟିତ ହେଲା ବାଲୁକା କଳା ଉତ୍ସବ

December 1, 2025

Konark Festival Inauguration: ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା କୋଣାର୍କ ଉତ୍ସବ

December 1, 2025

SOA Yuva Sahitya Sammana: ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ପ୍ରଦାନ କରାଗଲା ସୋଆ ଯୁବ ସାହିତ୍ୟ ସମ୍ମାନ 

December 1, 2025

AIDS Awareness Program: ବ୍ରହ୍ମପୁରରେ ଏଡସ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

December 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.