Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୟମାସ ନେଟ ଲାଭରେ ୨୬ ପ୍ରତିଶତ ବୃଦ୍ଧି
ଆଜିର ଖବର

ଜିଓ ପ୍ଲାଟଫର୍ମସର ତୃତୀୟ ତ୍ରୟମାସ ନେଟ ଲାଭରେ ୨୬ ପ୍ରତିଶତ ବୃଦ୍ଧି

January 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଭାରତର ସର୍ବବୃହତ ଟେଲିକମ ଓ ଡିଜିଟାଲ ସେବା ପ୍ରଦାନକାରୀ କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ଼ ଚଳିତ ଆର୍ôଥକ ବର୍ଷର ତୃତୀୟ ତ୍ରୟମାସରେ ୬,୮୬୧ କୋଟି ଟଙ୍କା ନେଟ ଲାଭ ହାସଲ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୪-୨୫ ଆର୍ôଥକ ବର୍ଷର ଅକ୍ଟୋବର ରୁ ଡିସେମ୍ବର ତ୍ରୟମାସରେ ଜିଓ ପ୍ଲାଟଫର୍ମସର ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୨୬ ପ୍ରତିଶତ ବୃଦ୍ଧି ପାଇଛି।

୨୦୨୪ ବର୍ଷ ଶେଷ ସୁଦ୍ଧା, ଦେଶରେ ମୋଟ ଜିଓ ଗ୍ରାହକଙ୍କ ସଂଖ୍ୟା ୪୮ କୋଟି ୨୧ ଲକ୍ଷରେ ପହଞ୍ଚିଛି, ଯାହାକି ଗତ ବର୍ଷ ତୁଳନାରେ ୨.୪% ଅଧିକ। ଏହି ତ୍ରୟମାସରେ ଜିଓ ୩୩ ଲକ୍ଷ ଗ୍ରାହକ ଯୋଡିଛି। ହୋମ ବ୍ରଡ଼ବ୍ୟାଣ୍ଡ ସଂଯୋଗ ଦୃଷ୍ଟିକୋଣରୁ ଜିଓ ପାଇଁ ଏହା ମଧ୍ୟ ଏକ ରେକର୍ଡ ତ୍ରୟମାସ ଥିଲା, ଯେଉଁଥିରେ ୨୦ ଲକ୍ଷ ନୂତନ ସଂଯୋଗ ଯୋଗ କରାଯାଇଥିଲା। ଏଥିସହିତ ଜିଓ ଏୟାରଫାଇବର ମଧ୍ୟ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ଏବଂ ଏହାର ଗ୍ରାହକ ଆଧାର ୪୫ ଲକ୍ଷରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଜିଓର ୫ଜି ଗ୍ରାହକ ଆଧାର ୧୭ କୋଟି ଅତିକ୍ରମ କରିବା ସହିତ ଏହା ଚୀନ ବାହାରେ ବିଶ୍ୱର ସର୍ବବୃହତ ଏକକ ୫ଜି ଅପରେଟର ହୋଇପାରିଛି। ଟ୍ରୁ୫ଜି ଜିଓର ମୋଟ ୱେରଲେସ ଟ୍ରାଫିକର ୪୦% ରହିଛି। ଏହି ତ୍ରୟମାସରେ ଜିଓର ଗ୍ରାହକ ପିଛା ପ୍ରତିମାସ ରାଜସ୍ୱ ୨୦୩.୩ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ପ୍ରତି ମାସରେ ମୁଣ୍ଡପିଛା ଡାଟା ବ୍ୟବହାର ୩୨.୩ ଜିବିରେ ପହଞ୍ଚିଛି ଯାହା ଶିଳ୍ପରେ ସର୍ବାଧିକ। ଏହା ବ୍ୟତୀତ ମୋଟ ଡାଟା ଟ୍ରାଫିକରେ ୨୨.୨% ବୃଦ୍ଧି ରେକର୍ଡ କରାଯାଇଛି।

ସେହିଭଳି ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ତୃତୀୟ ତ୍ରୟ ମାସ ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି। ରିଟେଲ ଓ ଟେଲିକମ ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଏହି ତ୍ରୟମାସରେ ରିଲାଏନ୍ସର ଏକୀଭୂତ ନେଟ ଲାଭ ଗତ ବର୍ଷ ସମାନ ସମୟ ତୁଳନାରେ ୧୧.୭ ପ୍ରତଶତ ବୃଦ୍ଧି ପାଇ ୨୧,୯୩୦ କୋଟି ଟଙ୍କା ରହିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଅକ୍ଟୋବର ରୁ ଡିସେମ୍ବର ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ୱ ବୃଦ୍ଧି ପାଇ ୨,୬୭,୧୮୬ କୋଟି କୋଟି ଟଙ୍କା ରହିଥିବା ଜଣାପଡିଛି। ସେହିଭଳି ତୃତୀୟ ତ୍ରୟମାସରେ ରିଲାଏନ୍ସ ରିଟେଲ ର ମୋଟ ରାଜସ୍ୱ ଗତ ବର୍ଷ ସମାନ ସମୟ ତୁଳନାରେ ୮.୮% ବୃଦ୍ଧି ସହିତ ୯୦,୩୩୩ କୋଟି ଟଙ୍କାରେ ପହଞ୍ଚିଛି।

ଜିଓ ପ୍ଲାଟଫର୍ମସ ଡିଜିଟାଲ ସେବା ତୃତୀୟ ତ୍ରୟମାସ ନେଟ ଲାଭ
Share. Facebook Twitter LinkedIn Email WhatsApp Copy Link

Related Posts

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026
Latest News

କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ କାର୍ଯ୍ୟକ୍ରମ

February 21, 2026

IND vs SA ମ୍ୟାଚ୍ ପୂର୍ବରୁ ଚିନ୍ତାଜନକ ଖବର: ଅଭ୍ୟାସ ସମୟରେ ଆହତ ହେଲେ ଭାରତୀୟ ବୋଲର

February 21, 2026

ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟ: ଆଜି ପାକିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ରେ ବର୍ଷା ସମ୍ଭାବନା

February 21, 2026

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନା: ଟାର୍ଗେଟରେ ଚାନ୍ଦନୀ ଚୌକ

February 21, 2026

ଭୁବନେଶ୍ୱରରେ ଖୋଲିବ ‘ଭିଏଫଏସ ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’: ଧର୍ମେନ୍ଦ୍ର ପ୍ରଧାନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.