Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରୀମାନଙ୍କ ସୁବିଧା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ: ରହଣି କରିବ ଚାରୋଟି ଟ୍ରେନ 
ଆଜିର ଖବର

ଯାତ୍ରୀମାନଙ୍କ ସୁବିଧା ପାଇଁ ସାନପଦର ଠାରେ ନୂତନ ପାସେଞ୍ଜର ହଲ୍ଟ: ରହଣି କରିବ ଚାରୋଟି ଟ୍ରେନ 

January 20, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଯୋଗାଯୋଗ ବୃଦ୍ଧି ଏବଂ ସ୍ଥାନୀୟ ଚାହିଦା ପୂରଣ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶରେ, ଭାରତୀୟ ରେଳବାଇ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନରେ ଅବସ୍ଥିତ ସାନପଦର ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ଶୁଭାରମ୍ଭ କରିଛି। ଏହି ନୂତନ ପାସେଞ୍ଜର ହଲ୍ଟ ଅଞ୍ଚଳର ବର୍ଦ୍ଧିତ ପରିବହନ ଆବଶ୍ୟକତା ପୂରଣ କରିବ ଏବଂ ସ୍ଥାନୀୟ ଯାତ୍ରୀମାନଙ୍କ ପାଇଁ ସୁଗମତାକୁ ଉନ୍ନତ କରିବ।

ଗତବର୍ଷ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦଶପଲ୍ଲା ଗସ୍ତ ସମୟରେ ସାଧାରଣ ଲୋକଙ୍କ ଅନୁରୋଧ ପରେ ସାନପଦର ପାସେଞ୍ଜର ହଲ୍ଟ ଖୋଲିବା ନିଷ୍ପତ୍ତି ନିଆଯାଇଥିଲା। ରେଳ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କଠାରୁ ଉତ୍ତମ ରେଳ ସଂଯୋଗ ପାଇଁ ଦାବିକୁ ସ୍ୱୀକାର କରିଥିଲେ ଏବଂ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସାନପଦରରେ ପାସେଞ୍ଜର ହଲ୍ଟ ପ୍ରତିଷ୍ଠା କରାଯିବ। ଏହି ଶୁଭାରମ୍ଭ ସହିତ, ଶ୍ରୀ ବୈଷ୍ଣବ ପୁଣି ଥରେ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମିର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧତା ପୂରଣ କରିଛନ୍ତି।

ଯାତ୍ରୀମାନଙ୍କ ଆରାମଦାୟକ ଏବଂ ସୁବିଧାଜନକ ଅନୁଭୂତି ସୁନିଶ୍ଚିତ କରିବା ପାଇଁ ସାନପଦର ପାସେଞ୍ଜର ହଲ୍ଟ ଆଧୁନିକ ସୁବିଧା ସହିତ ସଜ୍ଜିତ: ପାସେଞ୍ଜର ହଲ୍ଟ ଟି 55 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏବଂ ଏହାର ପ୍ଲାଟଫର୍ମ 450 ମିଟର ରହିଛି। ପାସେଞ୍ଜର ହଲ୍ଟରେ ଯୋଗାଇ ଦିଆଯାଇଥିବା ସୁବିଧାଗୁଡ଼ିକ ମଧ୍ୟରେ ଛଅଟି ଛୋଟ ଯାତ୍ରୀ ଆଶ୍ରୟସ୍ଥଳ; ପ୍ଲାଟଫର୍ମରେ 30 ଜଣ ଯାତ୍ରୀ ଏବଂ ଅପେକ୍ଷା କକ୍ଷରେ 13 ଜଣ ଯାତ୍ରୀଙ୍କ ବସିବା ପାଇଁ ଛଅଟି ବେଞ୍ଚ ମଧ୍ୟ ବ୍ୟବସ୍ଥା କରାଯାଇଅଛି। ଏହା ବ୍ୟତୀତ, ରାତ୍ରି ସମୟରେ ଯାତ୍ରା ସମୟରେ ଦୃଶ୍ୟମାନତା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ 22ଟି ଲାଇଟ ପୋଷ୍ଟ, ପାଣି ଆବଶ୍ୟକତା ପାଇଁ 1ଟି ହାତ ନଳକୂପ, 1ଟି ବୁକିଂ କାଉଣ୍ଟର, ଅପେକ୍ଷା କକ୍ଷରେ ପୁରୁଷ ଏବଂ ମହିଳାମାନଙ୍କ ପାଇଁ ପୃଥକ ଶୌଚାଳୟ ଯୋଗାଇ ଦିଆଯାଇଛି।

ସାନପଦର ଠାରେ ଚାରି ଯୋଡ଼ା ଟ୍ରେନ ରହଣି କରିବ:

ସ୍ଥାନୀୟ ଯାତ୍ରୀଙ୍କ ସୁଗମତାକୁ ଉନ୍ନତ କରିବା ପାଇଁ ପଦକ୍ଷେପର ଏକ ଅଂଶ ଭାବରେ, ପୂର୍ବତଟ ରେଳପଥ ଘୋଷଣା କରିଛି ଯେ ଗୋଟିଏ ଏକ୍ସପ୍ରେସ ଟ୍ରେନ ସମେତ ଚାରି ଯୋଡ଼ା ଟ୍ରେନ 20 ଜାନୁଆରୀ 2025 ଠାରୁ ସାନପଦର ଠାରେ ରହଣି କରିବ। ନୂତନ ଷ୍ଟେସନରେ ଅଟକିବା ପାଇଁ ନିର୍ଦ୍ଧାରିତ ଟ୍ରେନଗୁଡ଼ିକ ଏହିପରି:

18423/18424 ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ:

ଭୁବନେଶ୍ୱର ରୁ ଛାଡୁଥିବା ଟ୍ରେନ ସାନପଦରରେ ସନ୍ଧ୍ୟା 7ଘ.48ମି.ରେ ପହଞ୍ଚି ସନ୍ଧ୍ୟା 7ଘ.50ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ।

ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସକାଳ 7ଘ.22ମି.ରେ ପହଞ୍ଚି ସକାଳ 7ଘ.23ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଏକ୍ସପ୍ରେସ୍ ସେବା ବ୍ୟତୀତ, ତିନୋଟି ଲୋକାଲ ମେମୁ (ମେନ୍ଲାଇନ୍ ଇଲେକ୍ଟ୍ରିକାଲ୍ ମଲ୍ଟିପୁଲ ୟୁନିଟ୍) ଟ୍ରେନ୍ ସାନପଦରରେ ମଧ୍ୟ ରହଣି କରିବ, ଯାହା ସ୍ଥାନୀୟ ଟ୍ରେନ୍ ସଂଯୋଗକୁ ବୃଦ୍ଧି କରିବ:

ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ମେମୁ

ଭୁବନେଶ୍ୱର ରୁ ଛାଡୁଥିବା ଟ୍ରେନ୍ ସାନପଦରରେ ପୂର୍ବାହ୍ନ 10ଘ.52ମି.ରେ ପହଞ୍ଚି ପୂର୍ବାହ୍ନ 10ଘ.53ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ।

ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସନ୍ଧ୍ୟା 5ଘ.04ମି.ରେ ପହଞ୍ଚି ସନ୍ଧ୍ୟା 5ଘ.05ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ଭଦ୍ରକ-ଦଶପଲ୍ଲା-ଭଦ୍ରକ ମେମୁ

ଭଦ୍ରକରୁ ଛାଡୁଥିବା ଟ୍ରେନ୍ ସାନପଦରରେ ପୂର୍ବାହ୍ନ 09ଘ.53ମି.ରେ ପହଞ୍ଚି ପୂର୍ବାହ୍ନ 09ଘ.54ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ।

ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସନ୍ଧ୍ୟା 5ଘ.44ମି.ରେ ପହଞ୍ଚି ସନ୍ଧ୍ୟା 5ଘ.45ମି.ରେ ଭଦ୍ରକ ଅଭିମୁଖେ ଯାତ୍ରା କରିବ।

ପୁରୀ-ଦଶପଲ୍ଲା-ପୁରୀ ମେମୁ

ପୁରୀରୁ ଛାଡୁଥିବା ଟ୍ରେନ୍ ସାନପଦରରେ ସନ୍ଧ୍ୟା 08ଘ.15ମି.ରେ ପହଞ୍ଚି ସନ୍ଧ୍ୟା 08ଘ.16ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ।

ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ ସାନପଦରରେ ସକାଳ 7ଘ.43ମି.ରେ ପହଞ୍ଚି ସକାଳ 7ଘ.44ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ।

ବୋଲାଗଡ଼ ଟାଉନରେ ଉନ୍ନତ ସଂଯୋଗ

ସାନପଦର ହଲ୍ଟ ବ୍ୟତୀତ, ଭୁବନେଶ୍ୱର-ଦଶପଲ୍ଲା-ଭୁବନେଶ୍ୱର ଏକ୍ସପ୍ରେସ ମଧ୍ୟ 20 ଜାନୁଆରୀ, 2025 ଠାରୁ ବୋଲାଗଡ଼ ଟାଉନ ପାସେଞ୍ଜର ହଲ୍ଟରେ ରହଣି ଆରମ୍ଭ କରିବ।  ଭୁବନେଶ୍ୱର ରୁ ଛାଡୁଥିବା ଟ୍ରେନ ବୋଲଗଡ଼ ଟାଉନ ଠାରେ ସନ୍ଧ୍ୟା 08ଘ.03ମି.ରେ ପହଞ୍ଚି ସନ୍ଧ୍ୟା 08ଘ.04ମି.ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ। ଫେରିବା ଦିଗରେ, ଦଶପଲ୍ଲାରୁ ଛାଡୁଥିବା ଟ୍ରେନ ବୋଲଗଡ଼ ଟାଉନ ଠାରେ ସକାଳ 7ଘ.08ମି.ରେ ପହଞ୍ଚି ସକାଳ 7ଘ.09ମି.ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ସ୍ଥାନୀୟ ରେଳ ବିକାଶରେ ଏକ ମାଇଲଖୁଣ୍ଟ

ସାନପଦର ପାସେଞ୍ଜର ହଲ୍ଟ ଖୋଲିବା ସ୍ଥାନୀୟ ଜାଣସମୂଦାୟର ପରିବହନ ଆବଶ୍ୟକତା ପୂରଣ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ଦେଖାଯାଉଛି। ସ୍ଥାନୀୟ ଜନପ୍ରତିନିଧିମାନେ, ରେଳ କର୍ତ୍ତୃପକ୍ଷଙ୍କ ସହ, ଏହି ଦୀର୍ଘ ପ୍ରତୀକ୍ଷିତ ବିକାଶକୁ ସୁନିଶ୍ଚିତ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଏହି ପଦକ୍ଷେପ ଆଖପାଖ ଅଞ୍ଚଳର ଅଧିବାସୀ ମାନଙ୍କ ପାଇଁ ଉତ୍ତମ ସଂଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି, ଯାହା ଯାତାୟାତକୁ ସହଜ ଏବଂ ସୁବିଧାଜନକ କରିବ।

ରେଳବାଇ ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ଏବଂ ଏହି ପଦକ୍ଷେପ ଜନସାଧାରଣଙ୍କ ଚାହିଦାକୁ କିପରି ତୁରନ୍ତ ସମାଧାନ କରାଯାଉଛି ତାହାର ଆଉ ଏକ ଉଦାହରଣ। ପୂର୍ବତଟ ରେଳପଥ ଦକ୍ଷ ଏବଂ ନିରାପଦ ସେବା ପ୍ରଦାନ କରିବା, ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ଜନସାଧାରଣଙ୍କ ପାଇଁ ପରିବହନ ସୁବିଧା ଉନ୍ନତ କରିବା ପାଇଁ ସମର୍ପିତ।

ପାସେଞ୍ଜର ହଲ୍ଟ ପୂର୍ବତଟ ରେଳପଥ ସାନପଦର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2025

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025
Latest News

ଆଜି ଅଗଷ୍ଟ ୧୯ ତାରିଖ, ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2025

ରାଜ୍ୟରେ ଖୁବ ଶୀଘ୍ର ୧୮୪୦ ଡାକ୍ତର, ୫୦୦୦ରୁ ଉର୍ଦ୍ଧ୍ଵ ପାରାମେଡିକାଲ ଷ୍ଟାଫ ନିଯୁକ୍ତି

August 18, 2025

ଶାହାଙ୍କୁ ଭେଟିଲେ ସାମଲ, ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା

August 18, 2025

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 18, 2025

ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସିପି ରାଧାକୃଷ୍ଣନଙ୍କ ମନୋନୟନକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.