Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବେଟି ବଚାଓ, ବେଟି ପଢାଓର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
ଜାତୀୟ ଖବର

ବେଟି ବଚାଓ, ବେଟି ପଢାଓର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

January 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବେଟି ବଚାଓ, ବେଟି ପଢାଓ ଅଭିଯାନର ଦଶବର୍ଷ ପୂର୍ତି ଉପଲକ୍ଷେ ଏହା ଏକ ଯୁଗାନ୍ତକାରୀ, ଜନଶକ୍ତି ଆଧାରିତ କାର୍ଯ୍ୟକ୍ରମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିହିତ କରିଛନ୍ତି। ଲିଙ୍ଗଗତ ବୈଷମ୍ୟ ଦୂର କରିବା ଓ ଝିଅଙ୍କୁ ସଶକ୍ତ କରିବା ଦିଗରେ ଏହି ଅଭିଯାନ ଏକ ସଫଳ ମାଧ୍ୟମ ହୋଇପାରିଛି। ରେକର୍ଡ ଅନୁସାରେ ଝିଅ ସଂଖ୍ୟା କମ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି। ଏହି ଅବସରରେ ତୃଣମୂଳ ସ୍ତରରେ କାମ କରୁଥିବା ଅଭିଯାନର ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ମତାମତ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି –

‘ବେଟି ବଚାଓ, ବେଟି ପଢାଓ ଅଭିଯାନର ଆଜି ଦଶବର୍ଷ ପୂର୍ତି ହୋଇଛି। ଗତ କିଛି ଦଶନ୍ଧି ଧରି ଏହା ସବୁବର୍ଗର ଲୋକଙ୍କୁ ନେଇ ଏକ ସଫଳ କାର୍ଯ୍ୟକ୍ରମ ଭାବରେ ଅବତୀର୍ଣ୍ଣ ହୋଇପାରିଛି।’

‘ଲିଙ୍ଗଗତ ବୈଷମ୍ୟ ଦୂର କରିବା ଦିଗରେ ଏହା ଏକ ସଫଳ ମାଧ୍ୟମ ଭାବରେ ପ୍ରତିଭାତ ହୋଇପାରିଛି। ଏହି ଅଭିଯାନ ମାଧ୍ୟମରେ ପ୍ରତିଟି ଝିଅ ପାଠ ପଢି ନିଜ ସ୍ୱପ୍ନକୁ ଚରିତାର୍ଥ କରିବାର ମାହୋଲ ସୃଷ୍ଟି କରାଯାଇଛି।’

‘ସାଧାରଣ ଜନତା ଓ ବିଭିନ୍ନ କମ୍ୟୁନିଟି ସଂସ୍ଥାଗୁଡିକର ଉତ୍ସର୍ଗୀକୃତ ସେବା ଫଳରେ ଏହି ଅଭିଯାନ ସାକାର ହୋଇପାରିଛି। କମ ଝିଅ ରହିଥିବା ବିଭିନ୍ନ ଜିଲ୍ଲାରେ ଆଶାନୁରୂପକ ଅଗ୍ରଗତି ହୋଇଥିବା ବେଳେ ବିଭିନ୍ନ ସଚେତନାଧର୍ମୀ କାର୍ଯ୍ୟକ୍ରମ ଦ୍ୱାରା ଲିଙ୍ଗଗତ ସମାନତା ଆସିପାରିଛି।’

‘ତୃଣମୂଳ ସ୍ତରରେ ଏହି ଅଭିଯାନକୁ ସାକାର କରିଥିବା ସମସ୍ତ ଅଂଶୀଦାରଙ୍କୁ ମୁଁ ଏହି ଅବସରରେ ଧନ୍ୟବାଦ ଜଣାଉଛି। ଆମ ଝିଅମାନଙ୍କ ଅଧିକାରକୁ ଅକ୍ଷୁର୍ଣ୍ଣ ରଖି ସେମାନଙ୍କ ପାଠ ପଢାକୁ ସୁନିଶ୍ଚିତ କରି ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ଆମେ ଚେଷ୍ଟା କରିବା ଦରକାର। ଆଗାମୀ ଦିନରେ ଆମ ସମସ୍ତଙ୍କ ଚେଷ୍ଟାରେ ଆମ ଝିଅମାନଙ୍କ ପାଇଁ ଆମେ ଏକାଠି କାମ କରି ଅଧିକ ସୁଯୋଗ ସୃଷ୍ଟି କରିପାରିବା।’

Share. Facebook Twitter LinkedIn Email WhatsApp Copy Link

Related Posts

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026
Latest News

“ଏଲପିଜି ଉତ୍ପାଦନ ବୃଦ୍ଧି କର”: କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଲେ  ସରକାର

March 10, 2026

ଡାଇରିଆର ତ୍ୱରିତ ନିଦାନ ଲାଗି ବିକଶିତ ହେବ ସ୍ୱଦେଶୀ କିଟ୍

March 10, 2026

ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ- ୨୦୨୬

March 10, 2026

‘ସବ୍‌କା ସାଥ୍‌ ସବ୍‌କା ବିକାଶ-ଲୋକଙ୍କ ଆକାଂକ୍ଷା ପୂରଣ’ ବିଷୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

March 10, 2026

ଖୋର୍ଦ୍ଧା ଜିଲ୍ଲା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦ ଉପଦେଷ୍ଟା ମଣ୍ଡଳୀ ବୈଠକ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.