Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ପୋଲିସ ତରଫରୁ ସଡ଼କ ନିରାପତ୍ତା ସଚେତନତା
ଆଞ୍ଚଳିକ

ବାଣପୁର ପୋଲିସ ତରଫରୁ ସଡ଼କ ନିରାପତ୍ତା ସଚେତନତା

January 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ମଙ୍ଗଳବାର ଅପରାହ୍ନରେ ବାଣପୁର ପୋଲିସ ଏବଂ ଖୋର୍ଦ୍ଧା ଏମଭିଆଇର ମିଳିତ ଆନୁକୂଲ୍ୟରେ ଏକ ସଡ଼କ ନିରାପତ୍ତା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ପୋଲିସ ଅଧିକାରୀ, ଆରଟିଓ, ଏବଂ ଏମଭିଆଇ ଅଧିକାରୀ ମାନେ ସାମିଲ ହୋଇଥିଲେ।

ସଚେତନତା ରାଲି ମହାବିଦ୍ୟାଳୟରୁ ବାହାରି ବାଣପୁର ବଜାର ଅଞ୍ଚଳ ଦେଇ ବାଣପୁର ଥାନାରେ ସମାପ୍ତ ହୋଇଥିଲା। ଛାତ୍ରଛାତ୍ରୀ ମାନେ ସଡ଼କ ନିରାପତ୍ତା ସମ୍ପର୍କୀୟ ବିଭିନ୍ନ ପ୍ଲାକାର୍ଡ ଧରିବା ସହ ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କୁ ସଚେତନ କରିଥିଲେ। ମୁଖ୍ୟତଃ ମଦ ପିଇ ଗାଡି ନ ଚଳାଇବା, ହେଲମେଟ ପିନ୍ଧିବା, ଚାରିଚକିଆ ଯାନରେ ସିଟବେଲ୍ଟ ବାନ୍ଧିବା ଏବଂ ଦ୍ରୁତ ଗତିରେ ଗାଡି ନ ଚଲାଇବାକୁ ସଚେତନ କରାଯାଇଥିଲା।

ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତାଙ୍କ ସହ ଏସଆଇ ପ୍ରଦୀପ୍ତ ସ୍ୱାଇଁ, ସୁକାନ୍ତ ଦଳାଇ, ଏଏସଆଇ ସଞ୍ଜୟ କୁମାର ପାତ୍ର ଯୋଗ ଦେଇଥିବା ବେଳେ ସନତ କୁମାର ଜେନା, ଆରଟିଓ ଅଧିକାରୀ ଭୁବନେଶ୍ୱର ୨, ସସ୍ମିତା ବେହେରା ଏମଭିଆଇ ଭୁବନେଶ୍ୱର ୨, ଅରବିନ୍ଦ ନାୟକ, ଅତିରିକ୍ତ ଆରଟିଓ ଅଧିକାରୀ, ଖୋର୍ଦ୍ଧା, ହରେକୃଷ୍ଣ ମହାପାତ୍ର ଖୋର୍ଦ୍ଧା ଟ୍ରାଫିକ ଇନ୍ସପେକ୍ଟର, ଟ୍ରାଫିକ ସବ ଇନ୍ସପେକ୍ଟର ସ୍ମୃତିରେଖା ଜେନା ଯୋଗ ଦେଇଥିଲେ।

ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ବେହାଲ ବାଲେଶ୍ଵର ଓ ରାଉରକେଲା 

August 13, 2026

ଗୁଟଖା-ପାନ ମସଲା ବ୍ୟାନ୍: ନିୟମ କଡ଼ା, ଉଲ୍ଲଂଘନ କଲେ ହୋଇପାରେ ଜେଲ୍ ଓ ଜରିମାନା

August 13, 2026

ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ: ଓଡ଼ିଶା ଏବଂ ଝାଡ଼ଖଣ୍ଡର ସାଂସଦମାନଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

August 13, 2026

ସେମିକଣ୍ଡକ୍ଟର ଶିଳ୍ପ: ଓଡ଼ିଶାରେ ସମ୍ଭାବନାକୁ ଲୋକସଭାରେ ଉଠାଇଲେ କେନ୍ଦ୍ରମନ୍ତ୍ରୀ

August 13, 2026

୬୬ ପୋଲିସ ଅଧିକାରୀ ଓ ସରକାରୀ ଆଇନଜୀବୀଙ୍କୁ ସମ୍ମାନିତ କଲେ ଡିଜିପି

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.