Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଛତ୍ରପତି ଶିବାଜୀଙ୍କର ଏହି ମହାନ ଗୁଣ, ଯାହାକୁ ବିଶ୍ଵର ଇତିହାସ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ସ୍ମରଣ ରଖିବ
ଜାତୀୟ ଖବର

ଛତ୍ରପତି ଶିବାଜୀଙ୍କର ଏହି ମହାନ ଗୁଣ, ଯାହାକୁ ବିଶ୍ଵର ଇତିହାସ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ସ୍ମରଣ ରଖିବ

February 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉପେନ୍ଦ୍ର ବଳିୟାରସିଂହ

ହିନ୍ଦୁ ସାମ୍ରାଜ୍ୟର ସ୍ଥାପନ ପାଇଁ ନିଜର ଦିଗବିଜୟୀ ଯାତ୍ରା ସମୟରେ ଛତ୍ରପତି ଶିବାଜୀ କଲ୍ୟାଣ ଦୁର୍ଗ ଉପରେ ବିଜୟପ୍ରାପ୍ତ କଲେ। ସମୟ ସନ୍ଧ୍ୟା ଥିଲା। ଶତୃମାନେ ଛାଡି ଚାଲିଯାଇଥିବା ଜିନିଷଗୁଡିକୁ ଛତ୍ରପତି ନିରୀକ୍ଷଣ କରୁଥିଲେ। ଅସଂଖ୍ୟ ହାତୀ ଘୋଡା, ଅପାର ଧନରାଶିର ସାମ୍ନାରୁ ସେ ଆଗକୁ ବଢିଲେ। ସେ ଯାଇ ଏକ ସବାରୀ ନିକଟରେ ପହଞ୍ଚିଲେ। ସବାରୀରେ କ’ଣ ଅଛି ବୋଲି ସେ ସେନାପତି ସ୍ଵନଦେବଙ୍କୁ ପ୍ରଶ୍ନ କଲେ।

ସେତେବେଳେ ସେନାପତି ସ୍ଵନ ଦେବ ପଛେପଛେ ଆସୁଥିଲେ। ଉତ୍ତର ଦେଲେ, “ସୁଲତାନ ଅହମ୍ମଦଙ୍କ ପୁତ୍ରୀ ସେଠାରେ ଅଛନ୍ତି। ତାଙ୍କ ବାକ୍ୟ ପୁରା ହୋଇନାହିଁ। ହଠାତ ସବାରୀର ପର୍ଦ୍ଦା ଉଠିଗଲା। ବାସ୍ତବରେ ଅନ୍ଧକାରମୟ ସନ୍ଧ୍ୟାକାଳୀନ ଦୃଶ୍ୟ ଭିତରେ ସତେ ଯେମିତି ବିଜୁଳିର ଚମକ ଖେଳିଗଲା। ସୁଲତାନଙ୍କର ପୁତ୍ରୀ ବାହାରି ପଡିଲେ।

“ଏ ଭୂତଳର ସୌନ୍ଦର୍ଯ୍ୟ ନା ଦେବଲୋକର?” ଛତ୍ରପତିଙ୍କ ନିକଟରେ ଛିଡା ହୋଇଥିବା ସର୍ଦ୍ଦାରମାନଙ୍କ ମୁଖରୁ ଅନାୟସ ଶବ୍ଦ ବାହାରିପଡିଲା। ବାଳିକାଟି ଆଗକୁ ଅଗ୍ରସର ହେବାର ଦେଖି ଛତ୍ରପତି ପଛକୁ ହଟିଆସିଲେ। ସେନାପତି ଏ ଏଠାକୁ କାହିଁକି ଆସିଛି? ମୋଠାରୁ ଏକ କ’ଣ ଚାହେଁ?

ସେନାପତି ଉତ୍ତର ଦେଲେ, “ଏ ଆସିନାହିଁ ଛତ୍ରପତି, ଏହାକୁ ଅଣାଯାଇଛି।”

ଛତ୍ରପତି ପ୍ରଶ୍ନ କଲେ, ” କିନ୍ତୁ କାହିଁକି?”

ସେନାପତି ଉତ୍ତର ଦେଲେ, “ଆପଣଙ୍କ ଅନ୍ତଃପୁରକୁ ସୁଶୋଭିତ କରିବା ପାଇଁ।”

ଛତ୍ରପତି କହିଲେ, ” ନାଁ ନାଁ ସ୍ଵନଦେବ ଏପରି ହୋଇପାରିବ ନାହିଁ। ହିନ୍ଦୁ କେବେ ନିଜର ନୈତିକତାକୁ ଭୁଲିପାରିବ ନାହିଁ। ମାତୃ ବତ ପରବାରେଷୁ। ଏହି ସଂକେତ ଉପଦେଶ ଦେଉଛି ଯେ, ସଂସ୍କୃତିର ସୁରକ୍ଷା କରିବା ଆମର ପ୍ରଧାନ କର୍ତ୍ତବ୍ୟ।

ବାଳିକାଟିକୁ ସମ୍ମାନରେ ତାଙ୍କର ଆଶ୍ରୟସ୍ଥଳେ ଛାଡି ଦେଇଆସ। କହି କହି ଶିବାଜୀ ବୀରଦର୍ପରେ ଆଗକୁ ଚାଲିଗଲେ।

ମୁସଲିମ ମହିଳା ଆଶ୍ଚର୍ଯ୍ୟ ଚକିତ ହୋଇ ଚାହିଁ ରହିଲା। ଏ ଘଟଣା ହେଉଛି ସେହି ସମୟର ଯେତେବେଳେ ମୁସଲମାନମାନେ ହିନ୍ଦୁମାନଙ୍କର ଆଖି ସାମ୍ନାରେ ଅଗଣିତ ହିନ୍ଦୁ ନାରୀମାନଙ୍କର ସତୀତ୍ଵ ନିଜ ପାଦ ତଳେ ଦଳିଦେଉଥିଲେ।

ତଥାପି ଛତ୍ରପତି ଶିବାଜୀ ଏକ ମୁସଲମାନ କନ୍ୟା ପ୍ରତି ନିଜର ସେହି ଭାବନାକୁ ପ୍ରକଟ କରି ହିନ୍ଦୁମାନଙ୍କର ଯେଉଁ ମହାନତାର ପରିଚୟ ଦେଇଗଲେ, ତାହାକୁ କେବଳ ଭାରତୀୟମାନେ ନୁହେଁ ବରଂ ବିଶ୍ଵର ଇତିହାସ ମଧ୍ୟ ଅନନ୍ତକାଳ ପର୍ଯ୍ୟନ୍ତ ସ୍ମରଣ ରଖିବ।

ଉପେନ୍ଦ୍ର ବଳିୟାରସିଂହ (ଭଗବତ ଚିନ୍ତକ) ବୋରିଗାଁ, ବାଣପୁର, ଖୋର୍ଦ୍ଧା

ଦୂରଭାଷ- ୯୩୩ ୭୨ ୫୮ ୩୯୮

କଲ୍ୟାଣ ଦୁର୍ଗ ଛତ୍ରପତି ଶିବାଜୀ ବିଶ୍ଵର ଇତିହାସ ହିନ୍ଦୁ ସାମ୍ରାଜ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026
Latest News

NEET Re-Exam 2026: ଆଜି 22.79 ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା, ଜାଣନ୍ତୁ ସମସ୍ତ ବିବରଣୀ

June 21, 2026

‘ପଶ୍ଚିମବଙ୍ଗ ଦିବସ’ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬: କୋଲକାତାରେ ଭବ୍ୟ ବିଶ୍ୱ ଯୋଗ ଦିବସ ଉତ୍ସବ

June 21, 2026

ମହିଳା ଏନଜିଓ କର୍ମୀଙ୍କୁ ଦୁର୍ବ୍ୟବହାର ଘଟଣା: ଏବେ ସୁଦ୍ଧା ୨୧ ଗିରଫ

June 21, 2026

ଭୁବନେଶ୍ୱରରେ ୨୩ତମ ପିଏମ୍‌-କିଷାନ୍‌ କିସ୍ତି ହସ୍ତାନ୍ତରର ଲାଇଭ୍ ୱେବକାଷ୍ଟ୍‌

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.