Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ସଚେତନତା ଶିବିର
ଆଜିର ଖବର

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ସଚେତନତା ଶିବିର

February 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଏବଂ ଜିଲ୍ଲା ଦୌରାଜଜ୍ ତଥା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧନାରେ ଜିଲ୍ଲା କୋର୍ଟ ପରିସରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନେଇ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଅତିରିକ୍ତ ଦୌରାଜଜ ତଥା ପୋସ୍କୋ ବିଚାରପତି ମାନସ କୁମାର ପଣ୍ଡା ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ କାର୍ଯ୍ୟକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ଆଇନ୍ ୨୦୧୩ ଅନୁସାରେ ଶରୀରିକ ସଂସ୍ପର୍ଶ ଏବଂ ଅଗ୍ରଗତି, ଯୌନ ଇଛା ସମ୍ପାଦିତ ପାଇଁ ଦାବି କରିବା, ଅନୁରୋଧ କିମ୍ବା ଯୌନ ସମ୍ପର୍କିତ ମନ୍ତବ୍ୟ କିମ୍ବା ଅଶ୍ଲିଳ ଚିତ୍ର ପ୍ରଦର୍ଶନ କିମ୍ବା ଅନ୍ୟ କୌଣସି ଅଶୋଭନୀୟ ଶାରୀରିକ, ମୌଖିକ କିମ୍ବା ଭାବଭଙ୍ଗୀ ଦ୍ଵାରା ଯୌନ ସମ୍ପର୍କିତ କାର୍ଯ୍ୟ ସମ୍ପାଦନ କରିବାକୁ ବୁଝାଏ।

ଏହି ଅଧିନିୟମ ଯେଉଁ ମହିଳାମାନେ କର୍ମକ୍ଷେତ୍ରରେ ନିୟୋଜିତ ଅଛନ୍ତି, ଯେଉଁ ମହିଳାମାନେ ଗ୍ରାହକ, ଶିକ୍ଷାର୍ଥୀ, ଦିନମଜୁରିଆ ଭାବେ କାର୍ଯ୍ୟକରନ୍ତି ଏମାନଙ୍କୁ ସୁରକ୍ଷା ଦିଏ। ଉପୀଡ଼ିତା ମହିଳା ଲିଖିତ ସମ୍ମତିପତ୍ର ସହ ଅଭିଯୋଗ କରିପାରିବେ। ଉପୀଡ଼ିତା ମହିଳାଙ୍କ ସମ୍ପର୍କୀୟ ସାଙ୍ଗସାଥୀ କିମ୍ବା ସହକର୍ମୀ ଜାତୀୟ/ରାଜ୍ୟ ମହିଳା ଅଧିକାରୀ ଘଟଣା ବିଷୟରେ ଅବଗତ ଥିବା ଯେକୌଣସି ବ୍ୟକ୍ତିବିଶେଷ ଅଭିଯୋଗ କରିପାରିବେ। ମାନସିକ ବିକାରଗ୍ରସ୍ତ ମହିଳାଙ୍କ କ୍ଷେତ୍ରରେ ବିଶେଷ ଶିକ୍ଷାବିତ୍ ଯୋଗ୍ୟ ମନସ୍ତତ୍ବବିତ୍ ମହିଳାଙ୍କ ମୃତ୍ୟୁ ମାମଲାରେ ତାଙ୍କର ଆଇନଗତ ଉତ୍ତରାଧିକାରୀ ଅଭିଯୋଗ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ।

ଅନ୍ୟତମ ଅତିଥି ଭାବେ ପରିବାର କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ,ସିନିୟର ସିଭିଲ୍ ଜଜ୍ ସତ୍ୟବ୍ରତ ରଣା,ସିନିୟର ସିଭିଲ୍ ଜଜ୍ ( ଏଲ୍‌ଆର୍ ଆଣ୍ଡ ଏଲ୍‌ଟିଭି)ରବିନାରାୟଣ ବେହେରା,ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟର ରେଜିଷ୍ଟ୍ରାର ସୋନାଲି ସରୀତା,ମହିଳା କୋର୍ଟ ବିଚାରପତି ସ୍ଵୟଂପ୍ରଭା ଆଚର୍ଯ୍ୟ,ନୟାଗଡ଼ ଏସ୍‌ଡିଜେଏମ୍ କୋର୍ଟର ବିଚାରପତି ସମାପିକା ସମଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ।

ନୟାଗଡ଼ ଜିଲ୍ଲା ସଚେତନତା ଶିବିର
Share. Facebook Twitter LinkedIn Email WhatsApp Copy Link

Related Posts

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.