Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ବିକଶିତ ଗାଁ ବିକଶିତ ଓଡିଶାର ଶୁଭାରମ୍ଭ ଉତ୍ସବ
ଆଞ୍ଚଳିକ

ବାଣପୁରରେ ବିକଶିତ ଗାଁ ବିକଶିତ ଓଡିଶାର ଶୁଭାରମ୍ଭ ଉତ୍ସବ

February 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ବୀର ପାଇକ ମାଟି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସୁଦୃଢ ଏବଂ ସାମଗ୍ରିକ ବିକାଶଧାରାକୁ ଆଗକୁ ନେବା ସହ ସହରରେ ଉପଲବ୍ଧ ହେଉଥିବା ସମସ୍ତ ସୁବିଧା ସୁଯୋଗ ଯୋଗେଇଦେବା ପାଇଁ “ବିକଶିତ ଗାଁ – ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବାଣପୁର ପଲଟନ ପଡିଆ କୃତିବାସ ଭବନ ଠାରେ ବ୍ଲକ ପ୍ରଶାସନ ଦ୍ୱାରା ସାଧାରଣ ନାଗରିକ ଉକ୍ତ ଶୁଭାରମ୍ଭ ଉତ୍ସବକୁ ଏଲଇଡି ମାଧ୍ୟମରେ ଯୋଡି ହୋଇ ଦେଖିଛ। ହଜାର ହଜାର ମହିଳା ଓ ପୁରୁଷ ଯୋଜନାର ରୂପରେଖ ଏବଂ କାର୍ଯ୍ୟଶୈଳୀ କଣ ହେବ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଶୁଣିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗାଁର ବିକାଶରୁ ହିଁ ରାଜ୍ଯର ସାମଗ୍ରିକ ବିକାଶ ହେବ ବୋଲି ବକ୍ତବ୍ୟ ରଖିଥିଲେ। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଆମ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏହାକୁ ଦୃଷ୍ଟିରେ ରଖି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ରାଜ୍ୟସରକାର ପରିକଳ୍ପନା କରିଛନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର, “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ”ର ଏକ ଶ୍ରେଷ୍ଠ ନିଦର୍ଶନ। “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନା ମାଧ୍ୟମରେ ରାଜ୍ୟ ସରକାର ଆଗାମୀ ୫ ବର୍ଷରେ, ୫ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

ଗାଁର ବିକାଶ ଧାରାକୁ ଆଗେଇ ନେବା ପାଇଁ ଗ୍ରାମାଞ୍ଚଳର ମୌଳିକ ଭିତ୍ତିଭୂମି ସୁଦୃଢ ସହ ଯୋଗାଯୋଗ ବ୍ୟବସ୍ଥାରେ ସୁଦୃଢୀକାରଣ, ପର୍ଯ୍ୟଟନ ସ୍ଥଳ ବିକାଶ, ଶିକ୍ଷା ଏବଂ କ୍ରିଡା ଭିତ୍ତିଭୂମିରେ ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କରାଯିବ। କେନ୍ଦ୍ର ସରକାରଙ୍କ ଡିଜିଟାଲ ମିଶନକୁ ପାଥେୟ କରି ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଗ୍ରାମଞ୍ଚଳର ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ କାର୍ଯ୍ୟକୁ ସହଜ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ଏହା ଦ୍ୱାରା ବାଣପୁର ବ୍ଲକର ସାମଗ୍ରୀକ ବିକାଶ ହେବ ବୋଲି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ କହିଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଅଧିକ୍ଷଣ ଯନ୍ତ୍ରୀ ଆଦ୍ୟାଶା ଦାସ, ବିପିଏମ ଶିବପ୍ରସାଦ ଜାଲି ସମସ୍ତ ଯନ୍ତ୍ରୀ, ଡିଇଓ ଏବଂ ବ୍ଲକପ୍ରଶାସନର ତତ୍ତ୍ୱବଧାନରେ ସମ୍ପାଦନ କରାଯାଇଥିଲା। ଶ୍ରୀଯୁକ୍ତ ରଣସିଂହ ଏହି ଯୋଜନା ଦ୍ୱାରା ବାଣପୁର ବ୍ଲକକୁ ଏକ ସଫଳ ଏବଂ ଲୋକାଭିମୁଖୀ କରି ଗ୍ରାମାଞ୍ଚଳ ବିକାଶରେ ଅଗ୍ରଗତି କରିବା ପାଇଁ ଆମେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମନ୍ତବ୍ୟ ଦେଇଥିଲେ।

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ବାଣପୁର ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

୨୪ ତମ ଜାତୀୟ ପାରା ଆଥଲେଟିକ୍ ଚାମ୍ପିୟାନସିପ ଉଦଯାପିତ, ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ

March 21, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026

ଓଡ଼ିଶା ପୋଲିସର ଐତିହାସିକ ସଫଳତା: ୬୫୪ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026
Latest News

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

March 22, 2026

ଗୋଟିଏ ମ୍ୟାଚରେ ୫୦୦ ରୁ ଉର୍ଦ୍ଧ୍ଵ ରନ: ଅଭିଷେକ ଶର୍ମା ଏବଂ ଈଶାନ କିଷାନଙ୍କ ବିସ୍ଫୋରକ ପାଳି

March 22, 2026

ନବରାତ୍ରର ଚତୁର୍ଥ ଦିବସ: ମାଆଙ୍କ କୁଷ୍ମାଣ୍ଡା ରୂପ

March 22, 2026

ଶ୍ରୀ ବଳଦେବଜୀଉଙ୍କ ନୂତନ ରଥ ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲା ବଳଦେବ ସେନା

March 22, 2026

“୪୮ ଘଣ୍ଟା ମଧ୍ୟରେ ଖାଲି କର ହରମୁଜ୍, ନଚେତ….”: ଇରାନକୁ ଧ୍ୱଂସ କରିବାକୁ ଧମକ ଦେଲେ ଟ୍ରମ୍ପ 

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.