ଦ୍ରୁତ ଗତିରେ ବୃଦ୍ଧି ପାଇବ କି ଭାରତର ଅର୍ଥନୀତି, କେତେ ରହିବ ଜିଡିପି ଅଭିବୃଦ୍ଧି?: IMF କଲା ଆକଳନ

Published: Mar 2, 2025, 9:10 am IST

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କହିଛି ଯେ, ମଜବୁତ ବେସରକାରୀ ପୁଞ୍ଜି ବିନିଯୋଗ ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ଆଧାରରେ 2025-26 ମସିହାରେ ଜିଡିପି ଅଭିବୃଦ୍ଧି 6.5 ପ୍ରତିଶତ ହାସଲ କରି ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ନିଜର ସ୍ଥିତି ବଜାୟ ରଖିବ। ଆଇଏମ୍ଏଫ୍ କହିଛି ଯେ, ଭାରତର ମଜବୁତ ଅର୍ଥନୈତିକ ପ୍ରଦର୍ଶନ ଆଧାରରେ ଦେଶ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ଆହ୍ଵାନମୂଳକ ଗଠନମୂଳକ ସଂସ୍କାର ଆଣିବାର ସୁଯୋଗ ପାଇବ, ଯାହା ଦ୍ଵାରା 2047 ସୁଦ୍ଧା ଏକ ଉନ୍ନତ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ ହୋଇପାରିବ।

ଭାରତ ଏଗୁଡିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ:

ଆଇଏମ୍ଏଫ୍ ଏହା ମଧ୍ୟ କହିଛି ଯେ, ଉଚ୍ଚମାନର ନିଯୁକ୍ତି ସୃଷ୍ଟି, ପୁଞ୍ଜି ବିନିଯୋଗ ବୃଦ୍ଧି ଏବଂ ଦୀର୍ଘମିଆଦିରେ ଅର୍ଥନୈତିକକ ଅଭିବୃଦ୍ଧି ବଜାୟ ରଖିବା ପାଇଁ ଭାରତ ବ୍ୟାପକ ସଂସ୍କାର ଆବଶ୍ୟକ କରେ। ଏହା ସହିତ ଶ୍ରମ ବଜାରର ଉନ୍ନତି ସହିତ ମାନବ ପୁଞ୍ଜିକୁ ମଜବୁତ କରିବା ଏବଂ କର୍ମକ୍ଷେତ୍ରରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣ ଉପରେ ମଧ୍ୟ ଧ୍ୟାନ ଦିଆଯିବା ଉଚିତ୍। ଏଥିରେ ଶୁଳ୍କ ଏବଂ ଅଣ-ଶୁଳ୍କ ହ୍ରାସ ପଦକ୍ଷେପ ମଧ୍ୟ ଅନ୍ତର୍ଭୂକ୍ତ ହେବ। ଏହା ମଧ୍ୟ କୁହାଯାଇଛି ଯେ, ସମ୍ପ୍ରତି ଉତ୍ଥାନ ଓ ପତନ ସତ୍ତ୍ୱେ ଭାରତର ଅର୍ଥନୀତି ମଜବୁତ ରହିଛି ଏବଂ 2024-25 ର ପ୍ରଥମାର୍ଦ୍ଧରେ ଜିଡିପି ଅଭିବୃଦ୍ଧି ହାର 6 ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।

Related posts