
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୁଗୁଡ଼ା ଥାନା ଅର୍ନ୍ତଗତ କାନକୁଟୁରୁ ଗ୍ରାମର କନକ ସାହୁ ନାମ୍ନୀ ଜନୈକା ବୃଦ୍ଧା ବୁଗୁଡ଼ାରୁ ନିଜ ଗ୍ରାମକୁ ପୁତୁରାର ସ୍କୁଟିରେ ବସି ଫେରୁଥିବା ବେଳେ ବୁଗୁଡ଼ା ସହର ନୁଆଁ ବସଷ୍ଟାଣ୍ଡ ନିକଟରେ ସ୍କୁଟିରୁ ଖସି ତଳେ ପଡ଼ିଯାଇଥିଲା ବେଳେ ହଠାତ୍ ଏକ ସିମେଣ୍ଟ ବୋଝେଇ ଟ୍ରକ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା ଓ ତତକ୍ଷଣାତ୍ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Tags: ଦୁର୍ଘଟଣା, ବୁଗୁଡ଼ା ଥାନା