କୋଲେଷ୍ଟେରଲ୍ ବୃଦ୍ଧି ସଚେତନା ଓ ସ୍ଵାସ୍ଥ୍ୟ ଶିବିର

Published: Mar 3, 2025, 2:39 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମେଦ ରୋଗ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ଚର୍ବି ବୃଦ୍ଧି ଦ୍ଵାରା ରକ୍ତଚାପ, ହୃଦୟ ରୋଗ, ମଧୁମେହ, ଯକୃତ ବିକାର ଓ ଧମନୀ କଠୋରତା ଆଦି ରୋଗ ହୁଏ। ଚିନ୍ତା, ଆଳସ୍ୟ,ବନସ୍ପତି ଘୃତ,ତୈଳ, କ୍ଷୀର ଜାତୀୟ ଖାଦ୍ୟ, ମାଂସ ଅଧିକ ଖାଇଲେ ଚର୍ବି ବୃଦ୍ଧି ହେବା ସହ ରକ୍ତରେ କୋଲେଷ୍ଟେରଲ୍ ବଢିଯାଏ। ଉପରୋକ୍ତ ଆହାର ଛାଡି କପାଳଭାତି, ଧନୁ, ଚକ୍ର ଆସନ, ପଶ୍ଚିମୋତ୍ତାସନ, ପବନମୁକ୍ତlସନ,ସର୍ବାଙ୍ଗlସନ କଲେ ମେଦ ରୋଗ ଭଲ ହୋଇଯାଏ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଡି. ଶ୍ରୀନିବାସ ରାଓ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି।

Related posts