ମୁଣ୍ଡ ଉପରେ ଛାତ ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ, ଜଣେ ଆହତ

Published: Mar 4, 2025, 12:02 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆସ୍କା ଥାନା ଅର୍ନ୍ତଗତ କର୍ପୁର ନୁଆ ଗାଁରେ ଏକ ଅଘଟଣ ଘଟି ଭେଟନଇ ଗ୍ରାମର ନିରଞ୍ଜନ ମହାନ୍ତି ଓ ଭଞ୍ଜନଗର ଅଞ୍ଚଳର ଖଦାଳ ସେଠୀ ନାମକ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୋଟିଏ ନୁଆଁ ଘରର ଛାତ ସେଣ୍ଟ୍ରିଂ କାମରେ ନିହୋଜିତ ଉକ୍ତ ଶ୍ରମିକ ମାନେ କାମ କରୁଥିବା ବେଳେ ଉକ୍ତ ଛାତଟି ଖସିପଡି ତଳେ ପଡ଼ିଯାଇଥିଲା ଓ କାର୍ଯ୍ୟରତ ଶ୍ରମିକମାନଙ୍କ ଉପରେ ପଡି ଯିବାରୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଆସ୍କା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଆସ୍କା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଓ ଆଜି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇଛନ୍ତି।

Related posts