ଆସନ୍ତାକାଲିଠାରୁ ବିଧାନସଭା, ବିଜୁ ଜୟନ୍ତୀକୁ ନେଇ ଘେରିବ ବିଜେଡି, କଂଗ୍ରେସର ମହିଳା ନିର୍ଯ୍ୟାତନା ପ୍ରସଂଗ

Published: Mar 6, 2025, 6:41 pm IST
assembly

ଭୁବନେଶ୍ବର: ଆସନ୍ତାକାଲିଠାରୁ ବିଧାନସଭାର ବଜେଟ ଅଧିବେସନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହା ଆସନ୍ତା ଏପ୍ରିଲ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଲମ୍ବା ଅଧିବେସନରେ ବଜେଟ ଖର୍ଚ୍ଚଦାବୀ ଉପରେ ଆଲୋଚନା ହେବା ସହିତ ବ୍ୟୟ ମଂଜୁରୀ ବିଲ ପାରିତ ହେବ। ସେଥିପାଇଁ ଶାସକ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି।

ଅନ୍ୟପକ୍ଷରେ ସରକାରୀ ଦଳକୁ ଘେରିବା ପାଇଁ ଦୁଇ ବିରୋଧୀ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ବିଜେଡି ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ନ କରିବା ନେଇ ହାଙ୍ଗାମା କରିବ। ଚଳିତ ବର୍ଷ ରାଜ୍ୟ ସରକାର ମାର୍ଚ୍ଚ 5 ତାରିଖରେ ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ କଲେ ନାହିଁ। ଯାହାକୁ ନେଇ ବିଜେଡି ଉତକ୍ଷିପ୍ତ ହୋଇପଡିଛି।

ସେହିପରି କଂଗ୍ରେସ ମଧ୍ୟ ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କୁ ଘେରିବ। ମୁଖ୍ୟତଃ ରାଜ୍ୟରେ ମହିଳା ନିର୍ଯ୍ୟାତନା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କାଠଗଡାରେ ପକାଇବ ବୋଲି ନିଷ୍ପତି କରିଛି। ଦଳ ଏହି ପ୍ରସଂଗକୁ ନେଇ ଆସନ୍ତା 10 ତାରିଖରେ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛି।

Related posts