ଚାମ୍ପିଅନ୍ସ ଟ୍ରଫି ହରାଇବା ପରେ ପ୍ରତିକ୍ରିୟା ରଖିଲେ ମିଚେଲ ସାଣ୍ଟନର୍: ଜାଣନ୍ତୁ କଣ କହିଲେ କିୱି ଅଧିନାୟକ?

Published: Mar 10, 2025, 4:28 pm IST

ଦୁବାଇ: ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଠାରୁ ନ୍ୟୁଜିଲ୍ୟାଣ୍ଡ ପରାସ୍ତ ହୋଇଛି। ଯାହା ପରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର୍ ଙ୍କ ପ୍ରତିକ୍ରିୟା ଆସିଛି। ସେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ଦଳ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଏକ ଭଲ ଦଳ ଠାରୁ ହାରିଛି। ଜିତିବା ପାଇଁ ୨୫୨ ରନ୍ ଲକ୍ଷ୍ୟର ଜବାବରେ ଭାରତ ୬ ଟି ବଲ ପୂର୍ବରୁ ମ୍ୟାଚ ଜିତିଥିଲା।

ସେ କହିଛନ୍ତି ଯେ, “ଆମେ ଭଲ ବୋଲିଂ କରିଥିଲୁ କିନ୍ତୁ ପାୱାରପ୍ଲେରେ କିଛି ୱିକେଟ୍ ହରାଇଥିଲୁ। ସେମାନଙ୍କର ସ୍ପିନରମାନେ ବହୁତ ଭଲ ପ୍ରଦର୍ଶନ କରିଥିଲେ। ସେମାନେ ବିଶ୍ୱ ସ୍ତରୀୟ ବୋଲର। ଆମେ ୨୦/୨୫ ରନ୍ ପଛୁଆ ରହିଗଲୁ।

ଚମତ୍କାର କ୍ୟାଚ୍ ନେଇଥିବାରୁ ସେ ଗ୍ଲେନ୍ ଫିଲିପ୍ସଙ୍କୁ ପ୍ରଶଂସା କରିଥିଲେ ଏବଂ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଶଂସା ନକରି ରହିପାରିନଥିଲେ।

ସାଣ୍ଟନର୍ କହିଛନ୍ତି ଯେ, “ରୋହିତ ଏବଂ ଗିଲ ଭଲ ଆରମ୍ଭ କରିଥିଲେ। ରୋହିତ ଏକ ଭଲ ଇନିଂସ ଖେଳିଥିଲେ। ଆମେ ଜାଣିଥିଲୁ ଯେ ମ୍ୟାଚର ଗତି ତୁରନ୍ତ ବଦଳିପାରେ ଏବଂ ତାହା ହିଁ ଘଟିଲା।

Related posts