ଯାଜପୁର ଠାରେ ଜିଲ୍ଲାସ୍ତରୀୟ ବୃହତ ନିଯୁକ୍ତି ମେଳା ଆୟୋଜିତ

Published: Mar 14, 2025, 11:03 am IST

ଯାଜପୁର: ଯାଜପୁର ଜିଲ୍ଲା ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବୃହତ୍ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଯାଜପୁର ପୌର ଅଧକ୍ଷା ରଞ୍ଜୁଲତା ହୋତା, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ, ଯୋଗ ଦେଇ ଏହି ନିଯୁକ୍ତି ମେଳା ରେ ଉପସ୍ଥିତ ଥିବା ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ମାନଙ୍କୁ ମାର୍ଗ ଦର୍ଶନ ତଥା ଉତ୍ସାହିତ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାର ର ପ୍ରତିଷ୍ଠିତ ପ୍ରାୟ ୫୦ ଗୋଟି ବେସରକାରୀ ସଂସ୍ଥା ର ନିଯୁକ୍ତିଦାତା ଙ୍କ ସମେତ ୧୫ ଟି ଦକ୍ଷତା ବିକାଶ ତାଲିମ୍ ପ୍ରଦାନକାରୀ ସଂସ୍ଥା ର ପ୍ରତିନିଧି, ୩ ଟି ଦୀର୍ଘ ମିଆଦୀ ତାଲିମ୍ ପ୍ରଦାନକାରୀ ଅନୁଷ୍ଠାନ ଓ ଏକ ଗୋଟି ଆତ୍ମ ନିଯୁକ୍ତି ମୂଳକ ତାଲିମ୍ ପ୍ରଦାନ କାରୀ ସଂସ୍ଥା ମାନେ ଏହି ନିଯୁକ୍ତି ମେଳା ରେ ଯୋଗ ଦେଇଥିଲେ।

ଏହି ନିଯୁକ୍ତି ମେଳା ରେ ମୋଟ ୨୪୨୨ ନିଯୁକ୍ତି ଆଶାୟୀ ଯୁବକ ଯୁବତୀ ପଞ୍ଜୀକୃତ ହୋଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୨୧୫ ଜଣ ଯୁବକ ଯୁବତୀ ବିଭିନ୍ନ ବେସରକାରୀ ସଂସ୍ଥା ର ପଦ ପଦବୀ ପାଇଁ ନିଯୁକ୍ତିଦାତା ମାନଙ୍କ ଦ୍ଵାରା ପ୍ରାଥମିକ ଭାବେ ଚୟନ ହୋଇଥିଲେ। ଏତଦ୍ ବ୍ୟତତ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଙ୍କ ସହିତ ଅନୁବନ୍ଧିତ ଥିବା ବିଭିନ୍ନ ଦକ୍ଷତା ବିକାଶ ତାଲିମ୍ ପ୍ରଦାନକାରୀ ସଂସ୍ଥା ମାନଙ୍କ ଦ୍ଵାରା ସ୍ୱଳ୍ପ ଅବଧି ର ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ୮୬୮ ଜଣ ଯୁବକ ଯୁବତୀ ମନୋନୀତ ହୋଇଥିଲେ। ସେହି ଭଳି ଦୀର୍ଘ ଅବଧି ର ଦକ୍ଷତା ବିକାଶ ତାଲିମ୍ ନିମନ୍ତେ ୧୮୦ ଜଣ ଯୁବକ ଯୁବତୀ ଇଚ୍ଛାପ୍ରକାଶ କରିଥିବା ବେଳେ ୬୯ ଜଣ ଯୁବକ ଯୁବତୀ ଆତ୍ମ ନିଯୁକ୍ତି ତାଲିମ୍ ମାଧ୍ୟମ ରେ ରୋଜଗାରକ୍ଷମ ହେବା ପାଇଁ ଆବେଦନ କରିଥିଲେ।

ତାଲିମ୍ ସମୟ ରେ ପ୍ରଶିକ୍ଷଣ, ରହିବା ଏବଂ ଖାଦ୍ୟ ପେୟ ବାବଦ ର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ୧୮ ରୁ ୩୫ ବର୍ଷ ବୟସ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀ ପାସ୍ ଠାରୁ ସ୍ନାତକ ପାସ୍, ଆଇ. ଟି. ଆଇ ଓ ଡିପ୍ଲୋମା ପାସ୍ ଏବଂ ନର୍ସିଂ ପାସ୍ କରିଥିବା ପାର୍ଥି ଓ ପାର୍ଥନୀ ମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଇଚ୍ଛା ମୁତାବକ ନିଯୁକ୍ତି ପ୍ରଦାନକାରୀ ଘରୋଇ ସଂସ୍ଥା ର ପ୍ରତିନିଧି ମାନଙ୍କ ସହିତ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ଏହି ନିଯୁକ୍ତି ମେଳା ରେ ସାକ୍ଷାତକାର ଦେଇଥିଲେ। ଏହି ନିଯୁକ୍ତି ମେଳା ରେ ଜିଲ୍ଲା ପୋଲିସ, ଅଗ୍ନିଶମ ବିଭାଗ ର କର୍ମଚାରୀ, ଜିଲ୍ଲା ଚିକିତ୍ସାର କର୍ମଚାରୀ ଓ ଆମ୍ବୁଲାନ୍ସ ଇତ୍ୟାଦି ସହଯୋଗ କରିଥିଲେ।

Related posts