ବନ୍ଧୁକ ମୁନରେ ୮୦ ଲକ୍ଷ ଲୁଟ, ପୋଲିସର ତନାଘନା ଜାରୀ

Published: Mar 18, 2025, 3:03 pm IST

ନୂଆଦିଲ୍ଲୀ: ଦିଲ୍ଲୀରେ ଅପରାଧ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ଏବଂ ତେଣୁ ଏହା ଚିନ୍ତାର ବିଷୟ ପାଲଟିଛି। ଏହି ସମୟରେ ଆଜି ସହରରେ ଦୁଇଟି ଡକାୟତି ଘଟଣା ସାମ୍ନାକୁ ଆସିଛି। ପ୍ରଥମ ମାମଲାରେ ଅଶୋକ ବିହାରରେ ଦୁଇଜଣ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରାଯାଇଛି, ଯେଉଁଠାରେ ଡକାୟତମାନେ ଘରେ ପ୍ରବେଶ କରି ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଛନ୍ତି।

ଓମ ପ୍ରକାଶ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ସେମାନଙ୍କ ଘରେ ଏକୁଟିଆ ଥିଲେ, ଚାକରାଣୀ ମଧ୍ୟ ଘରେ ଉପସ୍ଥିତ ଥିଲା। ଠିକ ସେତେବେଳେ ୩-୪ ଦୁର୍ବୃତ୍ତ ସେମାନଙ୍କ ଘରେ ପଶି ତିନିଜଣଙ୍କୁ ବାନ୍ଧି ସୁନା ଜିନିଷ ଲୁଟି ନେଇଥିଲେ ଏବଂ କାରରେ ଫେରାର ହୋଇଯାଇଥିଲେ।

ଅନ୍ୟ ଏକ ଘଟଣାରେ ଲାହୋରୀ ଫାଟକରେ ଜଣେ ବ୍ୟକ୍ତିଙ୍କଠାରୁ ୮୦ ଲକ୍ଷ ଟଙ୍କା ନେଇ ଜଣେ ସଶସ୍ତ୍ର ଲୁଟେରା ଖସି ପଳାଇବାରେ ସଫଳ ହୋଇଥିଲା। ଅଭିଯୁକ୍ତଜଣଙ୍କ ପ୍ରଥମେ ଗୁଳି ଚଳାଇଲା ଏବଂ ପରେ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ଛଡ଼ାଇ ନେଇ ଫେରାର ହୋଇଯାଇଇଲା। ହାଭେଲି ହାଇଦର କୁଲି ଚାନ୍ଦନୀ ଚୌକାରେ ଏହି ଘଟଣା ଘଟିଛି। ପୁରା ଡକାୟତି ଘଟଣା ସିସିଟିଭିରେ କଏଦ ହୋଇଛି। ବନ୍ଧୁକ ମୁନରେ ଡକାୟତିର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

Related posts