ଗତକାଲି ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାର ରାୟ ପ୍ରକାଶ ପାଇଥିଲା । ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ଉଭୟ ଗୃହକୁ ସମ୍ବୋଧିତ କରିବା ଅବସରରେ କୁଳଭୂଷଣଙ୍କ ପରିବାରକୁ ପ୍ରଶଂସା କରିଛନ୍ତି ଜୟଶଙ୍କର । ଅବସରପ୍ରାପ୍ତ ନୌସେନା ଅଧିକାରୀ କୁଳଭୂଷଣଙ୍କ ପରିବାର ପ୍ରତିକୂଳ ପରିବେଶରେ ମଧ୍ୟ ଅସୀମ ଧୈର୍ଯ୍ୟର ପରିଚୟ ଦେଇଛନ୍ତି । ଗତକାଲିର ରାୟ ପ୍ରକାଶ ପାଇବା ପରେ କୁଳଭୂଷଣଙ୍କ ମୁକ୍ତ ହେବାର ସମ୍ଭାବନା ସ୍ପଷ୍ଟ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ କୁଳଭୂଷଣଙ୍କୁ ମୁକ୍ତ କରାଯିବାର ପ୍ରୟାସ କରାଯିବ ବୋଲି ଜୟଶଙ୍କର ଉଭୟ ଗୃହକୁ ସମ୍ବୋଧିତ କରିବା ଅବସରରେ ସୂଚନା ଦେଇଛନ୍ତି । 2016 ମାର୍ଚ୍ଚ ମାସରେ ଗୁପ୍ତଚର ବୃତ୍ତି ଅଭିଯୋଗରେ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନ ପକ୍ଷରୁ ଗିରଫ କରାଯାଇଥିଲା ।