Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବଳରେ ବିଶ୍ୱ ମହାଶକ୍ତି ଭାବେ ବିକଶିତ ହେଉଛି ଭାରତ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବଳରେ ବିଶ୍ୱ ମହାଶକ୍ତି ଭାବେ ବିକଶିତ ହେଉଛି ଭାରତ

April 15, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link
Modi
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବଳରେ ବିଶ୍ୱ ମହାଶକ୍ତି ଭାବେ ବିକଶିତ ହେଉଛି ଭାରତ

ନୂଆଦିଲ୍ଲୀ: ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିପାରିଛି। ଏକ ବିକାଶଶୀଳ ରାଷ୍ଟ୍ରର ପରିଚୟ ଠାରୁ ଆଗକୁ ବଢ଼ି ପ୍ରତିରକ୍ଷା, ମହାକାଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅପାର ସମ୍ଭାବନାପୂର୍ଣ୍ଣ ମହାଶକ୍ତି ଭାବେ ଉଭା ହୋଇଛି । ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭରତା, ନବୋନ୍ମେଷ ଏବଂ ପ୍ରଯୁକ୍ତିଗତ ବିକାଶ ଉପରେ ମୋଦୀ ସରକାର ନିରନ୍ତର ଗୁରୁତ୍ୱାରୋପ କରିବା ଫଳରେ ଦେଶ ଆଧୁନିକ ପ୍ରଯୁକ୍ତି ଓ ସାମର୍ଥ୍ୟ ବିକଶିତ କରିବାରେ ବିଶ୍ୱରେ ଅଗ୍ରଣୀ ପାଲଟିଛି।

ସ୍ୱଦେଶୀ ଗବେଷଣାର ସଂସ୍କୃତିକୁ ପ୍ରୋତ୍ସାହନ, ଘରୋଇ-ସରକାରୀ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରଣନୀତିକ ନିବେଶକୁ ପ୍ରାଥମିକତା ଦେଇ ଭାରତ ଏବେ ବିଶ୍ୱ ମଞ୍ଚରେ କେବଳ ଅଂଶଗ୍ରହଣକାରୀ ନୁହେଁ ବରଂ ଦୃଷ୍ଟାନ୍ତ ସୃଷ୍ଟିକାରୀ ଦେଶରେ ପରିଣତ ହୋଇଛି । ଏହା କେବଳ ପ୍ରଯୁକ୍ତିଗତ ମାଇଲଖୁଣ୍ଟର କାହାଣୀ ନୁହେଁ; ଏହା ମହତ୍ୱାକାଂକ୍ଷା, ବିଶ୍ୱ ମାନ୍ୟତା ଏବଂ ବିଶ୍ୱଗୁରୁ ହେବା ଦିଗରେ ଭାରତର ଅପରିବର୍ତ୍ତନୀୟ ଯାତ୍ରାକୁ ଦର୍ଶାଉଛି।

ଭାରତର ପ୍ରତିରକ୍ଷା କ୍ଷେତ୍ର ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନର ସାକ୍ଷୀ ହୋଇଛି। ବିଶ୍ୱର ମହାଶକ୍ତିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ସାମର୍ଥ୍ୟ ରଖିଥିବା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହାତଗଣତି ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇଛି। ଡିଆରଡିଓ ଦ୍ୱାରା ପରିଚାଳିତ ଏବଂ ଆତ୍ମନିର୍ଭରଶୀଳତା ଉପରେ ମୋଦୀ ସରକାରଙ୍କ ଧ୍ୟାନ ଦ୍ୱାରା ସମର୍ଥିତ ଏହି ମାଇଲଖୁଣ୍ଟ ଆଧୁନିକ ଯୁଦ୍ଧ ପାଇଁ ଭାରତର ପ୍ରସ୍ତୁତିକୁ ଦର୍ଶାଉଛି।

ନିକଟରେ ଭାରତ ଏକ ଐତିହାସିକ ସଫଳତା କ୍ରମେ ଫିକ୍ସଡ୍‌-ୱିଙ୍ଗ ଓ ସ୍ୱାର୍ମ ଡ୍ରୋନକୁ ନିଷ୍କ୍ରିୟ କରିବାରେ ସକ୍ଷମ ଲେଜର୍‌ ଆଧାରିତ ଡାଇରେକ୍ଟ ଏନର୍ଜି ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି। ଏଭଳି ସାମର୍ଥ୍ୟ ଭାରତ ବ୍ୟତୀତ କେବଳ ଆମେରିକା, ରୁଷ ଏବଂ ଚୀନ ପାଖରେ ରହିଛି। ୨୦୨୫ରେ ଭାରତ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପାଇଁ ଏକ ଆକ୍ଟିଭ୍‌ କୁଲ୍ଡ ସ୍କ୍ରାମଜେଟ୍‌ର ପରୀକ୍ଷଣରେ ସଫଳ ହୋଇଥିଲା। ପ୍ରଥମ ଥର ପାଇଁ ଦେଶ ଏହି ସଫଳତା ହାସଲ କରିଥିଲା।

ନଭେମ୍ବର ୨୦୨୪ରେ ଡିଆରଡିଓ ଦେଶର ପ୍ରଥମ ଦୀର୍ଘ ଦୂରଗାମୀ ହାଇପରସୋନିକ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଥିଲା। ଏହି କ୍ଷେପଣାସ୍ତ୍ର ଉଭୟ ଆଣବିକ ଏବଂ ପାରମ୍ପରିକ ଅସ୍ତ୍ର ବହନ କରିବାକୁ ସକ୍ଷମ। ଏଭଳି କ୍ଷମତା ସହିତ ଭାରତ ବିଶ୍ୱର ହାତଗଣତି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଥିଲା। ୨୦୨୪ରେ ଭାରତ ଏମଆଇଆରଭି ପ୍ରଯୁକ୍ତି ସହିତ ଅଗ୍ନି-୫ ଅସ୍ତ୍ର ପ୍ରଣାଳୀର ପରୀକ୍ଷା କରିଥିଲା। ଏହା ଗୋଟିଏ କ୍ଷେପଣାସ୍ତ୍ରରେ ଏକାଧିକ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା ଏବଂ ଭିନ୍ନ ଭିନ୍ନ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ।

୨୦୨୩ରେ ଭାରତ ସାମୁଦ୍ରିକ ଏଣ୍ଡୋ-ଆଟମସଫେରିକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏହା ଶତ୍ରୁପକ୍ଷର ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରିବାରେ ସକ୍ଷମ। ନୌସେନା ପାଖରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଥିବା ବିଶ୍ୱର ବଛା ବଛା କେତୋଟି ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ ହୋଇପାରିଛି।

ସେହି ବର୍ଷ ମସିହାରେ,ସ୍ୱଦେଶୀ ମାନବବିହୀନ ଏରିଆଲ୍ ଯାନର ସଫଳ ଉଡ଼ାଣ ପରୀକ୍ଷଣ ସହିତ ଭାରତ ବିଶ୍ୱର ହାତଗଣତି କେତୋଟି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଥିଲା। ୨୦୧୯ରେ ଭାରତ ମିଶନ ଶକ୍ତି ମାଧ୍ୟମରେ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ପରୀକ୍ଷା କରି ପୃଥିବୀର ନିମ୍ନ କକ୍ଷପଥରେ ଏକ ଜୀବନ୍ତ ଉପଗ୍ରହକୁ ନଷ୍ଟ କରିପାରିଥିଲା। ଆମେରିକା, ରୁଷ ଏବଂ ଚୀନ ପରେ ଭାରତ ଏଭଳି ଏକ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ।

ଭାରତୀୟ ମହାକାଶ ଗବେଷଣା ସଂଗଠନ-ଇସ୍ରୋ ନେତୃତ୍ୱରେ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି। ମୋଦୀ ସରକାର ମହାକାଶ କ୍ଷେତ୍ରରେ ପାଣ୍ଠି ଓ ସଂସ୍କାର ବୃଦ୍ଧି କରିବାରୁ ଦେଶ ମହାକାଶ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶ୍ୱସ୍ତରୀୟ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି। ନିକଟରେ ଭାରତ ଉପଗ୍ରହ ଡକିଂ ଏବଂ ଅନଡକିଂ ପ୍ରଯୁକ୍ତି ହାସଲ କରିବାରେ ବିଶ୍ୱର ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇପାରିଛି ଯାହା ଆଗାମୀ ଦିନରେ ଅଧିକ ବ୍ୟାପକ ମହାକାଶ ଅନ୍ୱେଷଣରେ ସହାୟକ ହୋଇପାରିବ।

୨୦୨୩ରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚିବାରେ ସକ୍ଷମ ହୋଇଥିଲା। ଏଥିସହିତ ଆମେରିକା, ରୁଷ ଏବଂ ଚୀନ ପରେ ଚତୁର୍ଥ ଦେଶ ଭାବେ ଚନ୍ଦ୍ର ପୃଷ୍ଠରେ ମହାକାଶ ଯାନ ଅବତରଣରେ ସଫଳତା ହାସଲ କରିଥିଲା। ୨୦୨୨ରେ ବିଶ୍ୱର ଷଷ୍ଠ ଦେଶ ଭାବେ ଭାରତ କ୍ରାୟୋଜେନିକ ଇଞ୍ଜି ଉତ୍ପାଦନ କ୍ଷମତା ହାସଲ କରିଥିଲା। ୨୦୧୭ରେ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଗୋଟିଏ ମିଶନରେ ୧୦୦ରୁ ଅଧିକ ଉପଗ୍ରହ ମହାକାଶକୁ ପଠାଇଥିଲା।

ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ର ବ୍ୟତୀତ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱରେ ଅଗ୍ରଣୀ ହୋଇପାରିଛି। ସେମିକନ୍‌ ଇଣ୍ଡିଆର ଘୋଷଣା ସହିତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶ ଏକ ମହାଶକ୍ତି ଭାବେ ବିକଶିତ ହେଉଛି । ବିଶ୍ୱର ଅଗ୍ରଣୀ ସଂସ୍ଥା ସହ ଚିପ୍‌ ଉତ୍ପାଦନ ନିମନ୍ତେ ଭାରତ ରାଜିନାମା ସ୍ୱାକ୍ଷର କରିଛି। କ୍ୱାଣ୍ଟମ ପ୍ରଯୁକ୍ତି ଓ ପ୍ରୟୋଗ ପାଇଁ ଭାରତ ୨୦୨୦ରେ ଜାତୀୟ ମିଶନ ଘୋଷଣା କରିଥିଲା। ଏହି ଯୋଜନା ପାଇଁ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରିବା ସହିତ ଦେଶ ଔପଚାରିକ ଭାବେ କ୍ୱାଣ୍ଟମ କମ୍ପ୍ୟୁଟିଂ କ୍ଷେତ୍ରରେ ପ୍ରବେଶ କରିଥିଲା।

narendra modi ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ଭାରତର ସ୍ଥିତି
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.