ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ସାଂସଦ ଆଜମ ଖାନ ନିଜ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି । ଆଜମ୍ ଖାନ୍ ଦେଶରେ ଚାଲିଥିବା ଭିଡତନ୍ତ୍ର ବା ମୁବ୍ ଲିଚିଂ ମାମଲାକୁ ନେଇ ବୟାନ, ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିଛି । ଆଜମ ଖାନ ମୁବ୍ ଲିଚିଂ ଘଟଣା ଗୁଡିକୁ ନେଇ କହିଛନ୍ତି ଯେ, ଏହା ହେଉଛି ୧୯୪୭ମସିହା ପରଠାରୁ ମୁସଲମାନଙ୍କୁ ମିଳିଥିବା ଦଣ୍ଡ । ଆଜମ କହିଛନ୍ତି ଆମର ପୂର୍ବପୁରୁଷମାନେ ପାକିସ୍ତାନ କାହିଁକି ଗଲେନି ? ଏହା ମୌଲାନା ଆଜାଦ, ଜବାହାରଲଲ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ପଚାରିବା ଦରକାର । ମୁସଲମାନଙ୍କ ସରୁକ୍ଷା ପାଇଁ ଏହିମାନେ ପ୍ରତିଶ୍ରୁତି ଦେଇଥିଲେ । ବାପୁ ମଧ୍ୟ ମୁସଲମାନଙ୍କୁ ଏ ଦେଶ ତାଙ୍କର ବୋଲି କହିଥିଲେ । ୧୯୪୭ ବିଭାଜନରେ ମୁସଲମାନ ଭାଗିଦାରୀ ନଥିଲେ ନାହିଁ ଦୋଷ ଥିଲେ, କିନ୍ତୁ ତାଙ୍କୁ ଏବେ ଏଥିପାଇଁ ସଜ୍ଜା ମିଳୁଛି । ପାକିସ୍ତାନ ନ ଯାଇଥିବାରୁ ମୁସଲମାନମାନେ ଆଜି ଏହି ଦଣ୍ଡ ଭୋଗୁଛନ୍ତି ବୋଲି କହିଛନ୍ତି ଆଜମ୍ ଖାନ୍ । ଶୁକ୍ରବାର ଲୋକସଭାରେ ମଧ୍ୟ ଏଆଇଏମ୍ଆଇଏମ୍ ସାଂସଦ ଉସ୍ଉଦ୍ଦିନ ଓଓ୍ବେସି ଦେଶରେ ଚାଲୁଥିବା ଭିଡ୍ ହିଂସାକୁ ନେଇ ମଧ୍ୟ ମୋଦି ସରକାରଙ୍କ ଉପରେ ଟାର୍ଗେଟ୍ କରିବା ସହ ମୁବ୍ ଲିଚିଂ ବା ଭିଡ ହିଂସା ନିୟନ୍ତ୍ରଣ ପାଇଁ ଶକ୍ତ ଆଇନ୍ ଆଣିବା ପାଇଁ ଦାବି କରିଛନ୍ତି ।
ମୁବ ଲିଚିଂକୁ ନେଇ ଆଜମ୍ଙ୍କ ବିବାଦୀୟ ବୟାନ୍ : ପାକିସ୍ତାନ ନ ଯିବାର ଦଣ୍ଡ ଭୋଗୁଛନ୍ତି ମୁସଲମାନ
Published:
Jul 20, 2019, 12:42 pm IST
Tags: