Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେରିକା ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଆତିଥେୟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଆମେରିକା ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଆତିଥେୟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

April 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍ସ, ଦ୍ୱିତୀୟ ମହିଳା ଉଷା ଭାନ୍ସ, ସେମାନଙ୍କ ସନ୍ତାନ ଏବଂ ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଫେବୃଆରୀରେ ତାଙ୍କର ୱାଶିଂଟନ୍ ଡିସି ଗସ୍ତ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ତାଙ୍କର ଫଳପ୍ରଦ ଆଲୋଚନାକୁ ସ୍ମରଣ କରିଥିଲେ। ଏହା ମେକ୍ ଆମେରିକା ଗ୍ରେଟ୍ ଏଗେନ୍ (ଏମଏଜିଏ) ଏବଂ ବିକଶିତ ଭାରତ ୨୦୪୭ର ଶକ୍ତିକୁ ଉପଯୋଗ କରି ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସହଯୋଗ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଥିଲା।

ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାନ୍ସ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା ଏବଂ ସକାରାତ୍ମକ ମୂଲ୍ୟାଙ୍କନ କରିଥିଲେ।

ଦୁଇ ଦେଶର ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରିତ କରି ପାରସ୍ପରିକ ଲାଭପ୍ରଦ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ରାଜିନାମା ପାଇଁ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତିକୁ ସେମାନେ ସ୍ୱାଗତ କରିଥିଲେ। ସେହିଭଳି, ଶକ୍ତି, ପ୍ରତିରକ୍ଷା, ରଣନୀତିକ ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ଦିଗରେ ନିରନ୍ତର ପ୍ରୟାସ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ଦୁଇ ନେତା ପାରସ୍ପରିକ ହିତ ସହ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଥିଲେ ଏବଂ ଆଗକୁ ବଢ଼ିବା ପାଇଁ ଆଲୋଚନା ଓ କୂଟନୀତି ଉପରେ ଗୁରୁତ୍ୱାରୋପ କରିଥିଲେ।

ଉପରାଷ୍ଟ୍ରପତି, ଦ୍ୱିତୀୟ ମହିଳା ଏବଂ ସେମାନଙ୍କ ପିଲାମାନଙ୍କୁ ଭାରତରେ ଏକ ସୁଖଦ ଏବଂ ଫଳପ୍ରଦ ରହଣି ପ୍ରଧାନମନ୍ତ୍ରୀ ପାଇଁ ଶୁଭେଚ୍ଛା ଜଣାଇଥିଲେ।

ରାଷ୍ଟ୍ରପତି ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ହାର୍ଦ୍ଦିକ ଶୁଭକାମନା ବାର୍ତ୍ତା ଦେବା ସହ ଚଳିତ ବର୍ଷ ଶେଷରେ ତାଙ୍କର ଭାରତ ଗସ୍ତକୁ ସେ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସି
Share. Facebook Twitter LinkedIn Email WhatsApp Copy Link

Related Posts

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026
Latest News

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ଭୁବନେଶ୍ବର ସୁପରମାର୍ଟ ରେ ଭୀଷଣ ଅଗ୍ନିକାଣ୍ଡ, କ୍ରେନ ସାହାଯ୍ୟରେ ନିଆଁ ଲିଭାଇବାକୁ ଚେଷ୍ଠା

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.