କ୍ରିସ୍ ଗେଲଙ୍କ 66 ଟି ବଲରେ 175 ରନ୍ ରେକର୍ଡକୁ କିଏ ଭାଙ୍ଗିବା?, ପୂର୍ବାନୁମାନ କଲେ ଇରଫାନ ପଠାନ

Published: Apr 24, 2025, 12:39 pm IST

ନୂଆଦିଲ୍ଲୀ: କ୍ରିକେଟ୍ ଦୁନିଆରେ ବିସ୍ପୋରକ ବ୍ୟାଟରଙ୍କ ମଧ୍ୟରେ କ୍ରିସ୍ ଗେଲ୍ ଆଗରେ ରହିବେ। କ୍ରିସ୍ ଗେଲ୍ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଦ୍ଵାରା ବିଶ୍ଵର ଅନେକ ବୋଲରମାନଙ୍କର କ୍ୟାରିୟର ଖରାପ କରିଦେଇଛନ୍ତି। ସେ ଟି -20 ରେ ସବୁଠୁ ବଡ ଇନିଂସ ଖେଳିଛନ୍ତି। 2013 ଆଇପିଏଲରେ ପୁଣେ ୱାରିୟର୍ସ ବିପକ୍ଷରେ 66 ବଲରେ କ୍ରିସ୍ ଗେଲ୍ 175 ରନର ଅପରାଜିତ ଇନିଂସ ଖେଳିଥିଲେ। ସେତେବେଳେ କ୍ରିସ୍ ଗେଲ୍ ଆରସିବି ପାଇଁ ଖେଳୁଥିଲେ।

ଅଦ୍ୟାବଧି ଏହି ରେକର୍ଡ ଆଇପିଏଲରେ ଭାଙ୍ଗି ନାହିଁ କିନ୍ତୁ ବର୍ତ୍ତମାନ ଏହା ଭାଙ୍ଗିଯିବ ବୋଲି ପୂର୍ବାନୁମାନ କରାଯାଇଛି। ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ପୂର୍ବାନୁମାନ କରିଛନ୍ତି ଯେ, ଗେଲଙ୍କ ଏହି ରେକର୍ଡ ଭାଙ୍ଗିଯିବ।

ୟୁଟ୍ୟୁବରେ ଜଣେ କ୍ରିକେଟ୍ ପ୍ରଶଂସକ ଇରଫାନଙ୍କୁ ପଚାରିଥିଲେ କିଏ ଏହି ରେକର୍ଡ ଭାଙ୍ଗି ପାରିବେ? ଏହାର ଉତ୍ତରରେ ସେ କହିଛନ୍ତି ଯେ, ମୁଁ ଭାବୁଛି ଯଦି କ୍ରିସ୍ ଗେଲଙ୍କ ରେକର୍ଡ ଭାଙ୍ଗେ ତେବେ ଏହା ଆରସିବି ଖେଳାଳି ହେବ।

ଇରଫାନ୍ ଏହାର କାରଣକୁ ଆହୁରି ବୁଝାଇ କହିଛନ୍ତି ଯେ, “ଚିନ୍ନାସ୍ୱାମୀ ଗ୍ରାଉଣ୍ଡ ବ୍ୟାଟିଂ ବନ୍ଧୁତ୍ବପୂର୍ଣ୍ଣ ଏବଂ ଛୋଟ।” ଇରଫାନ୍ କହିଛନ୍ତି ଯେ, କିଛି ଆରସିବି ବ୍ୟାଟ୍ସମ୍ୟାନ୍ ରେକର୍ଡ ଭାଙ୍ଗିବେ କିନ୍ତୁ ସେ କାହାର ନାମ ନେଇ ନାହାଁନ୍ତି। ପ୍ରକାଶ ଯେ, ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା କ୍ରିସ୍ ଗେଲ୍ ତାଙ୍କ ଟି -20 କ୍ୟାରିୟରରେ 463 ମ୍ୟାଚରେ 14,552 ରନ୍ ସଂଗ୍ରହ କରିଛନ୍ତି।

Related posts