Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ୱେଭ୍ସ ଶିଖର ସମ୍ମିଳନୀର ବ୍ୟାପକ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେଲେ ପିଆଇବି ଏଡିଜି ଅଖିଳ କୁମାର ମିଶ୍ର
ଆଜିର ଖବର

ୱେଭ୍ସ ଶିଖର ସମ୍ମିଳନୀର ବ୍ୟାପକ ପ୍ରଚାରପ୍ରସାର ଉପରେ ଗୁରୁତ୍ୱ ଦେଲେ ପିଆଇବି ଏଡିଜି ଅଖିଳ କୁମାର ମିଶ୍ର

April 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି କଟକ ଆକାଶବାଣୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପିଆଇବି ଓ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି)ର ଓଡ଼ିଶା କ୍ଷେତ୍ର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ମନୋରଞ୍ଜନ ଶିଖର ସମ୍ମିଳନୀ – ‘ୱେଭ୍ସ’ ପାଇଁ ପ୍ରଚାର ରଣନୀତିକୁ ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପିଆଇବି ଏଡିଜି ଶ୍ରୀ ମିଶ୍ର କହିଥିଲେ, ପ୍ରଥମ ଥର ପାଇଁ ୱେଭ୍ସ ଭଳି ସମ୍ମିଳନୀ ଭାରତରେ ଆୟୋଜନ କରାଯାଉଛି। ଏଥିରେ ବିଶ୍ୱ ଗଣମାଧ୍ୟମ, ମନୋରଞ୍ଜନ, ଚଳଚ୍ଚିତ୍ର, ଏଭିଜିସି କ୍ଷେତ୍ରର ପେସାଦାର ଓ ଶିଳ୍ପୋଦ୍ୟୋଗୀମାନେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଏହା ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସୃଜନଶୀଳ ପ୍ରତିଭା, ନିର୍ମାତା ଏବଂ ଉଦ୍ୟୋଗୀମାନଙ୍କୁ ଏକ ଅଭିନବ ସୁଯୋଗ ଯୋଗାଇ ଦେବ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି)ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କାର୍ଯ୍ୟକ୍ରମରେ ମତ ରଖି କହିଥିଲେ, ୱେଭ୍ସ ଶିଖର ସମ୍ମିଳନୀ ଭାରତର ସାଂସ୍କୃତିକ ବିବିଧତା ଏବଂ ସୃଜନଶୀଳ ପ୍ରତିଭାକୁ ବିଶ୍ୱ ସ୍ତରରେ ଉପସ୍ଥାପନ କରିବା ନିମନ୍ତେ ସୁଯୋଗ ଆଣିଛି। ଭାରତ ବିଶ୍ୱ ସ୍ତରରେ ଦର୍ଶକଙ୍କ ପାଇଁ ଅଧିକ ଗୁଣାତ୍ମକ କଣ୍ଟେଣ୍ଟ ପ୍ରସ୍ତୁତ କରି ଏକ ‘ସଫ୍ଟ ପାୱାର’ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିବ।

ସେହିପରି ଟାଟା ପାୱାରର କର୍ପୋରେଟ୍‌ ଯୋଗାଯୋଗ ବିଭାଗ ମୁଖ୍ୟ ଡକ୍ଟର ଜ୍ୟୋତି ପ୍ରକାଶ ମହାପାତ୍ର ୱେଭ୍ସ ଭଳି କାର୍ଯ୍ୟକ୍ରମର ପ୍ରଚାରପ୍ରସାର ନିମନ୍ତେ ସ୍ୱତନ୍ତ୍ର ରଣନୀତି ଆପଣାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଆକାଶବାଣୀ କଟକ ସମାଚାର ବିଭାଗର ଉପନିର୍ଦ୍ଦେଶକ ଏସ.ଏନ. ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମାଚାର ସମ୍ପାଦକ ଇତିଶ୍ରୀ ସିଂ ରାଠୋର୍‌ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ  ପିଆଇବି ଭୁବନେଶ୍ୱରର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଧନ୍ୟବାଦ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆକାଶବାଣୀର ସହାୟକ ନିର୍ଦ୍ଦେଶକ (ସମାଚାର) ତପନ କୁମାର ମହାରଣା, ପିଆଇବି ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, କଟକ ଆକାଶବାଣୀର ସୁନୀତା ମହାପାତ୍ର, ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମାଚାର ପ୍ରଭାଗ ମୁଖ୍ୟ ତଥା ଉପନିର୍ଦ୍ଦେଶକ ଅଭିଷେକ ମିଶ୍ରା, କାର୍ଯ୍ୟକ୍ରମ ପ୍ରଭାଗ ମୁଖ୍ୟ ପ୍ରଦୀପ୍ତ କୁମାର ବେହେରା, ବିଏସଏନଏଲ ଅତିରିକ୍ତ ମହାପ୍ରବନ୍ଧକ ପଦ୍ମାବତୀ ବାସ୍କେ, ଭୁବନେଶ୍ୱର ଆଇଆଇଟିର ଲୋକସମ୍ପର୍କ ଅଧିକାରୀ ଧରିତ୍ରୀ ଶତପଥୀ, କଟକ ଡିଏଫଓ  ଅତିରିକ୍ତ ନିର୍ଦ୍ଦେଶକ ଜଗଦୀଶ ସାହୁ, ଭୁବନେଶ୍ୱର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ପ୍ରଫେସର ତଥା ମୁଖ୍ୟ ଡକ୍ଟର ଲକ୍ଷ୍ମୀଧର ବେହେରା, କଟକ ଜିଲ୍ଲା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଭିରାମ ଦାସ, ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ନେତାଜୀ ଅଭିନନ୍ଦନ,  କେଭିଆଇସିର ନିର୍ଦ୍ଦେଶକ ଶ୍ରୀ ସୁବାସ ଛେତ୍ରୀ ଏବଂ ଅତିରିକ୍ତ ନିର୍ଦ୍ଦେଶକ ବିଚିତ୍ରାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଅଖିଳ କୁମାର ମିଶ୍ର ପିଆଇବି ୱେଭ୍ସ ଶିଖର ସମ୍ମିଳନୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରର ବସ୍ ମାଲିକ ସଂଘ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ସମ୍ବର୍ଦ୍ଧନା

December 29, 2025

Australia Tariff Zero: ନୂଆବର୍ଷରୁ ଅଷ୍ଟ୍ରେଲିଆକୁ ଭାରତର କାରବାର ଶୁଳ୍କ ସୀମା ଜିରୋ ହେବ

December 29, 2025

ଆରାବଳି ପର୍ବତମାଳା ପ୍ରସଂଗ ଉପରେ ନିଜ ରାୟକୁ ନିଜେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, କହିଲେ…

December 29, 2025

ଘନ କୁହୁଡି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ 128 ଟି ବିମାନ ବାତିଲ, ଅସୁବିଧାରେ ଯାତ୍ରୀ

December 29, 2025
Latest News

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ  

December 29, 2025

ସମ୍ବଲପୁରର ବସ୍ ମାଲିକ ସଂଘ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ସମ୍ବର୍ଦ୍ଧନା

December 29, 2025

ଜିରୋ ନାଇଟ ପାଇଁ ପୋଲିସର କଡା ପଦକ୍ଷେପ, ମଦ ପିଇ ଗାଡି ଚଳେଇଲେ ଥାନାରେ କାଟିବେ ନୂଆବର୍ଷ

December 29, 2025

Australia Tariff Zero: ନୂଆବର୍ଷରୁ ଅଷ୍ଟ୍ରେଲିଆକୁ ଭାରତର କାରବାର ଶୁଳ୍କ ସୀମା ଜିରୋ ହେବ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.