ଋଷଭ ପନ୍ତଙ୍କ ଉପରେ ୨୪ ଲକ୍ଷ ଜରିମାନା, ଦଣ୍ଡିତ ହେଲେ ଲକ୍ଷ୍ନୌ ଦଳର ସମସ୍ତ ଖେଳାଳି

Published: Apr 28, 2025, 6:20 pm IST

ନୂଆଦିଲ୍ଲୀ: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ପରାସ୍ତ ହେବା ପରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଅଧିନାୟକ ଋଷଭ ପନ୍ତ ଏବଂ ଲକ୍ଷ୍ନୌର ସମସ୍ତ ଖେଳାଳିଙ୍କ ଉପରେ ବିସିସିଆଇ ଜରିମାନା ଲଗାଇଛି। ଏହି ମ୍ୟାଚରେ ୨୧୬ ରନ୍ ଟାର୍ଗେଟକୁ ପିଛା କରିବାବେଳେ ଲକ୍ଷ୍ନୌ ୧୬୧ ରନ୍ ରେ ସମସ୍ତ ୱିକେଟ ହରାଇଥିଲା ଏବଂ ମୁମ୍ବାଇ ୫୪ ରନ୍ ରେ ମ୍ୟାଚ୍ ଜିତିଥିଲା।

ମନ୍ଥର ବୋଲିଂ ହାର ହେତୁ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ ଉପରେ ଏହି ଜୋରିମାନା ଲାଗୁ କରାଯାଇଛି। ଚଳିତ ସିଜନରେ ଏହା ଲକ୍ଷ୍ନୌର ଦ୍ୱିତୀୟ ଉଲ୍ଲଂଘନ, ଯେଉଁ କାରଣରୁ ପନ୍ତଙ୍କୁ ଜରିମାନା କରାଯାଇଛି ଏବଂ ଅନ୍ୟ ଖେଳାଳିମାନେ ମଧ୍ୟ କ୍ଷତି ସହିଛନ୍ତି। ବାସ୍ତବରେ ଯଦି ଏହା ପ୍ରଥମ ଥର ପାଇଁ ଘଟେ, ତେବେ କେବଳ ଅଧିନାୟକଙ୍କୁ ଜରିମାନା ଦିଆଯାଏ, ଯଦି ଏହା ଦ୍ୱିତୀୟ ଥର ପାଇଁ ହୁଏ, ତେବେ ଅଧିନାୟକଙ୍କ ସହିତ ଖେଳାଳିଙ୍କୁ ଜରିମାନା ଦିଆଯାଏ।

ଆଇପିଏଲ୍ ଦ୍ଵାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ରବିବାର ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର ୪୫ ତମ ମ୍ୟାଚ୍ ରେ ତାଙ୍କ ଦଳ ମନ୍ଥର ଓଭର ହାର ବଜାୟ ରଖିବା ପରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଅଧିନାୟକ ଋଷଭ ପନ୍ତଙ୍କୁ ଜରିମାନା କରାଯାଇଛି।

“ଆଇପିଏଲ୍ ଆଚରଣ ସଂହିତାର ଧାରା ୨.୨୨ ଅନୁଯାୟୀ ଏହା ତାଙ୍କ ଦଳର ଦ୍ୱିତୀୟ ଅପରାଧ ହୋଇଥିବାରୁ ସର୍ବନିମ୍ନ ଓଭର ରେଟ୍ ଅପରାଧ ସହ ଜଡିତ ଥିବାରୁ ପନ୍ତଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଇମ୍ପାକ୍ଟ ଖେଳାଳିଙ୍କ ସମେତ ବାକି ଖେଳାଳି ଏକାଦଶକୁ ନିଜ ନିଜ ମ୍ୟାଚ୍ ଫି ମଧ୍ୟରୁ ୬ ଲକ୍ଷ ଟଙ୍କା କିମ୍ବା ୨୫ ପ୍ରତିଶତ ଜରିମାନା କରାଯିବ।

Related posts