Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ କହିଲେ ଜାଣନ୍ତି…
ଜାତୀୟ ଖବର

ପଛୁଆ ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ କହିଲେ ଜାଣନ୍ତି…

May 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Dharmendra
‘କୋଷ୍ଟାଲ ହାଇଓ୍ୱେ’ ହେବ ଗେମ୍-ଚେଞ୍ଜର: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସଇବିସି)ର ଛାତ୍ରଛାତ୍ରୀଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆସନ ସଂରକ୍ଷଣ ଦେବା ଦିଗରେ ପୂର୍ବ କଂଗ୍ରେସ ଏବଂ ବିଜେଡି ସରକାର କେବଳ ଛଳନା କରିଥିଲେ । କୋର୍ଟ କଚେରିର ବାହାନା ଦେଖାଯିବା ସହ ଛଦ୍ମ ସର୍ଭେର ପ୍ରହସନ କରାଯାଇଥିଲା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୯୯୦ ମସିହାରୁ ମଣ୍ଡଳ କମିଶନ ଲାଗୁ ହେବା ପରେ ବି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଏପରି ସଂରକ୍ଷଣରୁ ବଞ୍ଚିତ କରାଯାଇଥିଲା । ଦୀର୍ଘ ୩୫ ବର୍ଷ ଧରି ରାଜ୍ୟରେ କଂଗ୍ରେସ ଏବଂ ବିଜେଡି ଶାସନ ଦାୟିତ୍ୱରେ ଥିଲେ । ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ସ୍ୱରୂପ ପାଠପଢା ଏବଂ ଚାକିରି କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ କମିଶନର ପରାମର୍ଶ ଥିଲା । ଭାରତବର୍ଷର ଏକମାତ୍ର ରାଜ୍ୟ ଭାବରେ ଓଡ଼ିଶାରେ ଏସଇବିସି ତାଲିକାକୁ କୋର୍ଟ କଚେରିର ବାହାନା ଦେଖାଇ ଗ୍ରହଣ କରାଯାଉନଥିଲା ।

ଅତୀତରେ ଛଦ୍ମ ସର୍ଭେର ପ୍ରହସନ କରାଯାଇଥିଲା । ପୂର୍ବ ସରକାର ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଥିଲେ । ଏହା ଓଡ଼ିଶାର ସାମାଜିକ ନ୍ୟାୟକୁ ବହୁତ ବଡ କୁଠାରଘାତ ହୋଇଥିଲା। ଓଡ଼ିଶା ଏକ ମାତ୍ର ରାଜ୍ୟ ଥିଲା, ଯେଉଁ ରାଜ୍ୟରେ ସାମାଜିକ ନ୍ୟାୟକୁ ଅଣଦେଖା କରାଯାଇଥିଲା । ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେବା ପରେ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପ୍ରଧାନ ।

ସେ ଆହୁରି କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ସାମାଜିକ ନ୍ୟାୟ ପ୍ରତି ପ୍ରତିଶ୍ରୁତିବଦ୍ଧ । ତେବେ ଏକ ରାଜ୍ୟରେ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ନକରିବା ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିୟମ ପରିଧିରେ ଅଛି । ରାଜ୍ୟରେ ସବୁ ସଂରକ୍ଷଣ ଲାଗୁ ହେବା ପରେ ଆଉ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ବାକି ରହିଥିଲା । ଗତକାଲି ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ଓ ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତର ଆସନ ସଂରକ୍ଷଣ ଦେବା ପାଇଁ ଓଡ଼ିଶା ରାଜ୍ୟ କ୍ୟାବିନେଟ ମଞ୍ଜୁର ଦେଇଛି, ଯାହା ଡବଲ ଇଞ୍ଜିନ ସରକାରର ସାମାଜିକ ନ୍ୟାୟ ପ୍ରତି ଥିବା ପ୍ରତିବଦ୍ଧତାର ଉଦାହରଣ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ପତ୍ର ଲେଖି ଏହି ଆର୍ଥିକ ଅନଗ୍ରସର ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା, ବୈଷୟିକ ଶିକ୍ଷା ଏବଂ ମେଡ଼ିକାଲ ଶିକ୍ଷାରେ ସଂରକ୍ଷଣ ଦେବା ପାଇଁ ଅନୁରୋଧ କରିଥିଲି । ଉଚ୍ଚ ଶିକ୍ଷାରେ ସଂରକ୍ଷଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଥିବା ବେଳେ ଆଗାମୀ ଦିନରେ ବୈଷୟିକ ଶିକ୍ଷା ଏବଂ ଡ଼ାକ୍ତରୀ ଶିକ୍ଷାରେ ମଧ୍ୟ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଲାଗୁ କରାଯିବ। ସେହିପରି ଓଡ଼ିଶାରେ ଏସସି ଓ ଏସଟି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଚାକିରିରେ ଯେତେ ଆରକ୍ଷଣ ଅଛି, ସେତେ ମାତ୍ରାରେ ଶିକ୍ଷା କ୍ଷେତ୍ରରେ ଆରକ୍ଷଣର ବ୍ୟବସ୍ଥା ନାହିଁ । ସର୍ବଭାରତୀୟ ସ୍ତରରେ ଯେଉଁ ଅନୁପାତ ଅଛି, ସେହି ଅନୁପାତକୁ ଦେଖି ଏଠାରେ ଅନୁରୂପ ବ୍ୟବସ୍ଥା ହେବା ଦରକାର।

ଅପରପକ୍ଷରେ ଦେଶରେ ଉଚ୍ଚ ବର୍ଗର ଗରିବ ପିଲାମାନଙ୍କୁ ମଧ୍ୟ ସାମାଜିକ ନ୍ୟାୟରୁ ବଞ୍ଚିତ ନକରିବା ପାଇଁ ସେମାନଙ୍କୁ ପାଠପଢା ଓ ଚାକିରିରେ ସୁଯୋଗ ଦେବା ପାଇଁ ସଂରକ୍ଷଣ ତାଲିକାରେ ଇଡବ୍ଲୁଏସ ବର୍ଗକୁ ଏଥିରେ ଯୋଡାଯାଇଛି । ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ନ ଦେବା ପାଇଁ ଓଡ଼ିଶାରେ ଉଚ୍ଚ ବର୍ଗର ଗରିବ ପିଲାମାନଙ୍କୁ ମଧ୍ୟ ଅଧିକାରରୁ ବଞ୍ଚିତ କରିଥିଲେ। ଏସଇବିସି ଓ ଓବିସି ବର୍ଗଙ୍କୁ ସରକାରୀ ସେବା ଓ ଶିକ୍ଷାନୁଷ୍ଠାନରେ ଇଡବ୍ଲୁଏସ କୋଟା ପ୍ରଦାନ କରିବା ପାଇଁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ମାଝୀଙ୍କୁ ଅବଗତ କରାଯାଇଥିବା ମତ ପ୍ରକାଶ କରିଛନ୍ତି।

dharmendra pradhan
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ରାମ ମନ୍ଦିରରେ ଦାନ ଚୋରି ମାମଲା: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କଲେ ଶଙ୍କରାଚାର୍ଯ୍ୟ

June 22, 2026
Latest News

ସମ୍ବଲପୁରରେ ଭିଡ ହିଂସା! ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ

June 22, 2026

୪୦ ପରେ ସ୍ୱାସ୍ଥ୍ୟକୁ ଅଣଦେଖା ନୁହେଁ: ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜରୁରୀ ଏହି ସ୍ୱାସ୍ଥ୍ୟ ପରୀକ୍ଷା

June 22, 2026

ଉଦ୍ଧବ ସେନାକୁ ବଡ଼ ଝଟକା! ୫୦ରୁ ଅଧିକ ପଦାଧିକାରୀ ବିଜେପିରେ, ‘ଅପରେସନ୍ ଟାଇଗର’କୁ ନେଇ ଚର୍ଚ୍ଚା ତୀବ୍ର

June 22, 2026

କାହା ବିରୁଦ୍ଧରେ ଟିମ୍ ଇଣ୍ଡିଆ ପରବର୍ତ୍ତୀ ସିରିଜ?: ପଢନ୍ତୁ ଜୁନ୍ ଏବଂ ଜୁଲାଇ ମାସର ସଂପୂର୍ଣ୍ଣ କାର୍ଯ୍ୟସୂଚୀ

June 22, 2026

ବର୍ଷା ଆସିଲେ କାହିଁକି କେଶ ବେଶି ଝଡେ ? ଏହି ୫ଟି ସରଳ ଅଭ୍ୟାସ ରଖିବ ଆପଣଙ୍କ କେଶକୁ ସୁସ୍ଥ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.