
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସାରା ଗଞ୍ଜାମ ଜିଲ୍ଲାରେ ଅପରାଧୀ ମାନଙ୍କୁ ସାବାଡ୍ କରିବା ପାଇଁ ବ୍ରହ୍ମପୁର ପୋଲିସ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଏହି ଅଧୀନରେ ୧୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଅଟକ ରହିଛନ୍ତି। ଏହା ସହିତ ୬ ବନ୍ଧୁକ, ୧୨ ଜୀବନ୍ତ ଗୁଳି, ୧ ଟି ଶାବଳ, ୨ଟି ଖଣ୍ଡା ଓ ୬ ଟି ମୋବାଇଲ ଫୋନ ଜବତ କରାଯାଇଛି। ଅଟକ ଅଭିଯୁକ୍ତ ମାନଙ୍କୁ ବିଭିନ୍ନ ଥାନାରେ ରଖି ଜେରା କରିବା ପରେ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରି ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ବଡ଼ବଜାର ଥାନା ଅଞ୍ଚଳର ଭାଲୁ ସାମଲ, ଲିଙ୍ଗରାଜ ସାମଲ, ସତ୍ୟବାନ୍ ଦାସ ଓ କେ ପ୍ରସାଦ ରାଓ, ସଦର ଥାନା ଅଞ୍ଚଳର ମଣ୍ଟୁ ଗୌଡ, ରାକେଶ ପାଢ଼ୀ,ପାର୍ଥ ଦାସ ଓ ରଞ୍ଜନ ନାୟକ, ନିମଖଣ୍ଡି ଥାନା ଅଞ୍ଚଳର ଅଶୋକ ପାଣିଗ୍ରାହୀ,ସଙ୍ଘମ୍ ପାଣିଗ୍ରାହୀ, ଅଜିତ୍ ସେଠୀ ଓ ଟୁନା ନାୟକ ପ୍ରମୁଖ।
ଉକ୍ତ ଅଭିଯୁକ୍ତ ମାନେ ସବୁ ପୁରୁଣା ଅପରାଧୀ ଓ ସମସ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ବହୁ ସଙ୍ଗୀନ ମାମଲା ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମୀଳନୀରେ ବ୍ରହ୍ମପୁର ଆଇ ଜି ନୀତି ଶେଖର ଓ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ବିବୃତ୍ତି ରଖିଛନ୍ତି।