ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ନେଇ ତଦାରଖ କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

Published: Jun 9, 2025, 6:37 pm IST
ଗୁଣ୍ଡିଚା ମନ୍ଦିର

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନ ତାହାର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପର୍କରେ ତଦାରଖ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।

ସେ ବିଶେଷକରି ଗୁଣ୍ଡିଚା ମନ୍ଦିର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଗୁଣ୍ଡିଚା ମନ୍ଦିରର ସିଂହଦ୍ବାର ପାର୍ଶ୍ଵରେ ନିର୍ମାଣ କରାଯାଉଥିବା ସୂଚନା କେନ୍ଦ୍ର ଏବଂ ସମ୍ମୁଖ ଭାଗ ପାଚେରୀରେ ଖଣ୍ଡେଲାଇଟ ପଥର ସ୍ଥାପନ ଇତ୍ୟାଦି କାର୍ଯ୍ୟର ଅଗ୍ରଗତି ଉପରେ ତଦାରଖ କରିଛନ୍ତି।

ଏହି ଅବସରରେ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର, ବ୍ରହ୍ମଗିରିର ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢୀ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକଙ୍କ ସମେତ ବିଭାଗୀୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Related posts