
Air India Plane Crash: ଅହମଦବାଦରେ ଘଟିଥିବା ଭୟଙ୍କର ଦୁର୍ଘଟଣାର ନୂଆନୂଆ ଖବର ଆଗକୁ ଆସିବାରେ ଲାଗିଛି। ବର୍ତ୍ତମାନର ସୂଚନା ଅନୁସାରେ ବିମାନଟି ନିକଟରେ ଥିବା ଏକ ମେଡିକାଲ ହସପିଟାଲ ମେସ ଉପରେ ପଡିଯାଇ ବିସ୍ପୋରଣ ହୋଇଥିଲା। ଯାହାର ଭିଡିଓ ମଧ୍ୟ ପଦାକୁ ଆସିଛି।
ତେବେ ସୂଚନା ଅନୁସାରେ ଏହି ଦୁର୍ଘଟଣା ଦିନ 1. 40 ମିନିଟରେ ଘଟିଥିଲା। ବିମାନଟି ବିମାନ ବନ୍ଦରରୁ ଉପରକୁ ଉଠିବା ପରେ ହଠାତ ତଳକୁ ଖସିଥିଲା। ଏ ନେଇ ପାଇଲଟ ବିମାନ ବନ୍ଦରକୁ ସୂଚନା ଦେଇଥିଲେ। ତେବେ ବିମାନଟି ଯେଉଁ କୋଠା ଉପରେ ପଡିଥିଲା ତାହା ହେଉଛି ବିଜେ ମେଡିକାଲ କଲେଜ ହଷ୍ଟେଲ ମେସ।
ତେବେ ବିମାନଟି ଏହାର ଛାତ ଉପରେ ବିସ୍ପୋରଣ ହେଲା ବେଳକୁ ଛାତ୍ରମାନେ ସେତେବେଳେ ମଧ୍ୟାହ୍ନ ଭୋଜନ କରୁଥିଲେ। ଏହାର ଚିତ୍ର ବର୍ତ୍ତମାନ ବାହାରକୁ ଆସିଛି। ଟେବୁଲ ଉପରେ ଛାତ୍ରମାନଙ୍କର ଖାଇବା ପ୍ଲେଟ ଏ ପର୍ଯ୍ୟନ୍ତ ପଡିରହିଛି।ଏହାଦ୍ବାରା 20 ଜଣ ଛାତ୍ର ଆହତ ହୋଇଥିବାର ଜଣାପଡିଛି।