ଅହମ୍ମଦାବାଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଭାବୀ ଓ ତ୍ୱରିତ ସହାୟତାର ଆଶ୍ୱାସନା ଦେଲେ ପ୍ରଧାନମନ୍ତ୍ରୀ 

Published: Jun 12, 2025, 9:43 pm IST

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ହୋଇଥିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଏହି ଘଟଣା ପୁରା ଦେଶକୁ ସ୍ତବ୍ଧ ଏବଂ ଦୁଃଖୀ କରିଦେଇଛି। ସେ କହିଛନ୍ତି, ଏହି ଘଟଣା ଏତେ ହୃଦୟ ବିଦାରକ ଯେ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ।

ଶ୍ରୀ ମୋଦୀ କହିଛନ୍ତି ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ଓ ପ୍ରଭାବୀ ସହାୟତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଓ ସମ୍ପର୍କିତ ଅଧିକାରୀମାନଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି,

“ଅହମ୍ମଦାବାଦରେ ହୋଇଥିବା ଘଟଣା ମୋତେ ସ୍ତବ୍ଧ ଓ ଦୁଃଖୀ କରିଦେଇଛି। ଏହା ହୃଦୟ ବିଦାରକ ଏବଂ ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଏହି ଦୁଃଖର ସମୟରେ ସମସ୍ତ ପ୍ରଭାବିତ ଲୋକମାନଙ୍କ ସହ ମୋର ସମବେଦନା ରହିଛି। ପ୍ରଭାବିତ ଲୋକମାନଙ୍କ ପାଇଁ କାମ କରୁଥିବା ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ମୁଁ ନିରନ୍ତର ସମ୍ପର୍କରେ ଅଛି।”

Related posts