ଆଇସିୟୁରୁ କ୍ୟାବିନକୁ ସ୍ଥାନାନ୍ତରିତ ହେଲେ ନବୀନ ପଟ୍ଟନାୟକ, ଏହି ତାରିଖରେ ହେବେ ଡିସଚାର୍ଯ୍ୟ

Published: Jun 26, 2025, 12:36 pm IST
MumbaiHospital

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅପରେସନ ସଫଳ ପରେ ସେ ଆଇସିୟୁରେ ଥିଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିବାରୁ ତାଙ୍କୁ ଗତକାଲି କ୍ୟାବିନକୁ ସ୍ଥାନାନ୍ତରିତ କରାଯାଇଛି। ସେ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଅଛନ୍ତି।

ଗତକାଲି ତାଙ୍କୁ ଦେଖିବା ପାଇଁ ବିଜେଡି ବିଧାୟକ ତଥା ନେତାମାନେ ଯାଇଥିଲେ। ସେଠାରେ ସେ ଡାକ୍ତର ତଥା ନବୀନଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଯେଉଁମାନେ ଯାଇଥିଲେ ସେମାନେ ହେଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଅଶୋକ ଚନ୍ଦ୍ର ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ସୁଶାନ୍ତ ରାଉତ, ସଂଜୀବ ମଲ୍ଲିକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଣବ ବଳବନ୍ତରାୟ, ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ପ୍ରମୁଖ। ତେବେ ସେ ଖୁବ ଶିଘ୍ର ହସପିଟାଲରୁ ଡିସଚାର୍ଯ୍ୟ ହେବେ ବୋଲି ଜଣାପଡିଛି।

Related posts