ଶ୍ରୀମନ୍ଦିରରୁ ଆସିଲା ଆଜ୍ଞା, ତିନି ରଥକୁ ଟଣାଯାଇ ସିଂହଦ୍ବାରରେ କରାଗଲା ଅବସ୍ଥାନ, ଅପେକ୍ଷା….

Published: Jun 26, 2025, 8:54 pm IST
RathYatra

ପୁରୀ: ଆଜି ପ୍ରଭୃ ଶ୍ରୀ ଜଗନ୍ନାଥ ଆଜ୍ଞା ଦେଲେ। ତିନି ରଥକୁ ଟଣାଯାଇ ସିଂହଦ୍ବାରା ସମ୍ମୁଖରେ ଗୁଣ୍ଡିଚା ମନ୍ଦିର ମୁହାଁ ରଖାଗଲା। ଅପରାହ୍ନରେ ଶ୍ରୀମନ୍ଦିରରୁ ସେବକମାନେ ପ୍ରଭୃଙ୍କ ଆଜ୍ଞାମାଳ ଧରି ରଥ ଅଭିମୁଖେ ଆସିଥିଲେ। ଅଳ୍ପ ଦୂରରେ ନିର୍ମାଣ ହେଉଥିଲା ତିନି ରଥ। ସେଠାରେ ପୂଜା କରାଯାଇ ଆଜ୍ଞାମାଳ ସ୍ଥାପନ କରାଗଲା। ଏହାପରେ ସୁରକ୍ଷା କର୍ମି ତଥା ଭକ୍ତମାନେ ଟାଣିଟାଣି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣିଥିଲେ।

ବର୍ତ୍ତମାନ ତିନିଠାକୁରଙ୍କୁ ଅପେକ୍ଷାରେ ରହିଲେ ତିନି ରଥ। ପୂର୍ବ ନିର୍ଦ୍ଧାରିତ ଅନୁସାରେ ଆସନ୍ତାକାଲି ସକାଳ 9 ଟା 30ରେ ଆରମ୍ଭ ପହଣ୍ଡି ବିଜେ। ତିନିଠାକୁର ଗୋଟି ପହଣ୍ଡିରେ ରଥାଋଢ ହେବେ। ଏହାପରେ 2ଟା 30 ରୁ 3ଟା 30 ମିନିଟ ମଧ୍ୟରେ ଗଜପତି ମହାରାଜା ଛେରା ପହଁରା କରିବେ।  ଅପରାହ୍ନ 4ଟା ରୁ ଆରମ୍ଭ ହେବ ରଥ ଟଣା।

Related posts