Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରକୃତରେ ବିଜୟ ମହାପାତ୍ରଙ୍କ ଭାଗ୍ୟ ଖରାପ; କଣ ପାଇଁ ଭାଗ୍ୟ ସାଥ୍ ଦେଉ ନାହିଁ ଆସନ୍ତୁ ଜାଣିବା ସେ ସମ୍ପର୍କରେ ୮ଟି କାରଣ
ବିଶେଷ ଖବର

ପ୍ରକୃତରେ ବିଜୟ ମହାପାତ୍ରଙ୍କ ଭାଗ୍ୟ ଖରାପ; କଣ ପାଇଁ ଭାଗ୍ୟ ସାଥ୍ ଦେଉ ନାହିଁ ଆସନ୍ତୁ ଜାଣିବା ସେ ସମ୍ପର୍କରେ ୮ଟି କାରଣ

July 24, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରକୃତରେ ବିଜୟ ମହାପାତ୍ରଙ୍କ ଭାଗ୍ୟ ଖରାପ, କଣ ପାଇଁ ଭାଗ୍ୟ ଖରାପ ସେ ସଂପର୍କରେ ମାତ୍ର 8 କଥା ପଢିଲେ ଜାଣିପାରିବେ
ପ୍ରକୃତରେ ବିଜୟ ମହାପାତ୍ରଙ୍କ ଭାଗ୍ୟ ଖରାପ, କଣ ପାଇଁ ଭାଗ୍ୟ ଖରାପ ସେ ସଂପର୍କରେ ମାତ୍ର 8 କଥା ପଢିଲେ ଜାଣିପାରିବେ

ସମୀକ୍ଷା ବ୍ୟୁରୋ

ଶେଷରେ ବିଜୟ ମହାପାତ୍ର ତାଙ୍କ ନିଜ ଗଡରେ ହାରିବାକୁ ବାଧ୍ୟ ହୋଇଛନ୍ତି। ସମସ୍ତେ ଭାବିଥିଲେ ଯେ, ବିଜୟ ଜଣେ ଟାଣୁଆ ନେତା ନିଜର ଘରେ ସେ ଛିଡା ହୋଇଛନ୍ତି, ତେଣୁ ସେ ଜିତିଯିବେ। ହେଲେ ତାଙ୍କର ଜିତିବାରେ ତାଙ୍କ ଭାଗ୍ୟ ସାଥ୍ ଦେଉ ନାହିଁ। ଏବେ ନୁହେଁ ବିଗତ ୧୯ ବର୍ଷ ଧରି ସେ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ପରିଗଣିତ ହେଉପାରି ନାହାଁନ୍ତି। ଆମେ ଏପରି ୧୦ଟି କାରଣ କହିବା ଯାହା ପ୍ରମାଣ ଦେବ ଯେ, ପ୍ରକୃତରେ ବିଜୟଙ୍କୁ ତାଙ୍କ ଭାଗ୍ୟ ସାଥ ଦେଉ ନାହିଁ।

କାରଣ-୧

ବିଜୟ ମହାପାତ୍ର ଜଣେ ଟାଣୁଆ ବିଜେପି ନେତା। ହେଲେ ଯେଉଁଦିନଠାରୁ ଦଳରେ ଧର୍ମେନ୍ଦ୍ରଙ୍କ ନେତୃତ୍ବ ବୃଦ୍ଧି ଘଟିଲା ସେହି ଦିନଠାରୁ ବିଜୟଙ୍କ ପତିଆରା କମିବାରେ ଲାଗିଲା।

କାରଣ-୨

ବିଜୟ ମହାପାତ୍ର ବିଜେପିରେ ରହି ମଧ୍ୟ ବିଭିନ୍ନ ସମୟରେ ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ। ଯାହାକୁ ନେଇ ଦଳ ଭିତରେ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିଲା। ଶେଷରେ ପରିସ୍ଥିତ ଏପରି ହେଲା ଯେ ବିଜୟଙ୍କୁ ଦଳର ଗୋଟିଏ କୋଣରେ ଅଦରକାରୀ ବସ୍ତୁ ଭାବେ ପକାଇ ଦିଆଗଲା।

କାରଣ-୩

ଦିନକୁ ଦିନ ଧର୍ମେନ୍ଦ୍ରଙ୍କ ଦଳ ଭିତରେ ପତିଆରା ବୃଦ୍ଧି ସହିତ ବିଜୟଙ୍କ ପତିଆରା କମିବାରେ ଲାଗିଲା। ଶେଷରେ ଏପରି ପରିସ୍ଥିତି ହେଲା ଯେ ସେ ବିଜେପି ଛାଡିବାକୁ ବାଧ୍ୟ ହେଲେ।

କାରଣ-୪

ବିଜୟଙ୍କ ସହିତ ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ବିଜେପିରୁ ଇସ୍ତଫା ଦେଲେ। ଆଶା କରାଯାଉଥିଲା ଉଭୟ ବିଜେଡିରେ ଯୋଗ ଦେବେ। ହେଲେ ଶୁଣିବା କଥା ବିଜେଡି କୁଆଡେ ଦିଲ୍ଲୀପଙ୍କୁ ନେବାକୁ ରାଜି ହେଉଥିଲେ ହେଲେ ବିଜୟଙ୍କୁ ନୁହେଁ। ଫଳରେ ଉଭୟ ଦୀର୍ଘ ଦିନ ଧରି ଦଳ ବିହୀନ ଭାବେ ବସି ରହିଲେ।

କାରଣ-୫

ସାଧାରଣ ନିର୍ବାଚନ ପାଖେଇ ଆସିଲା ସିନା ବିଜୟ ଦିଲ୍ଲୀପ କେଉଁ ଦଳରେ ଯୋଗ ଦେବେ ତାହା ନିର୍ଦ୍ଧାରିତ ହେଲା ନାହିଁ। ଶେଷରେ ବିଜୟ ପୁଣି ଥରେ ବିଜେପିକୁ ଫେରି ଆସିଲେ ଆଉ ତାଙ୍କୁ ପାଟକୁରା ଟିକେଟ ଧରେଇ ଦିଆଗଲା। ହେଲେ ତାଙ୍କ ଚାରିପଟ ରାସ୍ତାକୁ ବନ୍ଦ କରି ଦିଆଗଲା।

କାରଣ-୬

ଟିକେଟ ପାଇବା ପରେ ବିଜୟଙ୍କ ହାଲତ ପୁଣି ଥରେ ଖରାପରୁ ଖରାପ ଆଡକୁ ଗତିକଲା। ଟିକେଟ ମିଳିବା ପରେ ଅନେକ ଭାବି ନେଲେ ଯେ, ଏଥର ବିଜୟଙ୍କ ଭାଗ୍ୟ ଉଦୟ ହେଲା, ସେ ବିଧାନସଭାରେ ବସିବେ। କିନ୍ତୁ ତାହା ହେଲା ନାହିଁ। ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହେଲା।

କାରଣ-୭

ସାଧାରଣ ନିର୍ବାଚନ ପରେ ପରେ ପାଟକୁରା ନିର୍ବାଚନ ହେଲେ ବିଜୟ ନିଶ୍ଚିତ ଜିତିବେ ବୋଲି ମଧ୍ୟ ଆଶା କରାଯାଉଥିଲା। ହେଲେ ତାହା ମଧ୍ୟ ଫସର ଫାଟିଗଲା। ଫନୀ ବାତ୍ୟା ଯୋଗୁଁ ପୁଣି ଥରେ ନିର୍ବାଚନ ବାତିଲ ହେଲା। ସେତେବେଳେକୁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଲେଣି। ଦ୍ବିତୀୟ ଥର ନିର୍ବାଚନ ବାତିଲ ହେବା ପରେ ସ୍ପଷ୍ଟ ହେଲା ଯେ ବିଜୟ ଆଉ ଜିତି ପାରିବେ ନାହିଁ।

କାରଣ-୮

ବିଜୟଙ୍କ ଘନିଷ୍ଠ ବନ୍ଧୁ ଦିଲ୍ଲୀପ ରାୟ ବିଜୟଙ୍କୁ ପ୍ରତିଶୃତି ଦେଇଥିଲେ ଯେ ବିଜେପିକୁ ନ ହେଲେ ମଧ୍ୟ ବିଜୟଙ୍କୁ ସମର୍ଥନ କରିବି। ହେଲେ ନିର୍ବାଚନ ତାରିଖ ଘୋଷଣା ପରେ ଦିଲ୍ଲୀପଙ୍କ ପ୍ରତିଶୃତି ପ୍ରତିଶୃତିରେ ରହିଗଲା। ଯିଏ ସବୁବେଳେ ବିଜୟଙ୍କ ପାଖେ ପାଖେ ଥିଲେ ସେହି ଦିଲ୍ଲୀପଙ୍କୁ ନିର୍ବାଚନ ବେଳେ ଆଉ ଦେଖିବାକୁ ମିଳିଲା ନାହିଁ। ବିଜୟଙ୍କ ଭାଗ୍ୟ ଏପରି ହେଲା ଯେ, ତାଙ୍କର ବହୁ ବର୍ଷର ପୁରୁଣା ବନ୍ଧୁ ମଧ୍ୟ ତାଙ୍କୁ ହାତ ଛଡା କରିଦେଲେ।

ଏହା ହେଉଛି ଚଳିତ ନିର୍ବାଚନ ପୂର୍ବ ଓ ପରର ଘଟଣା। ହେଲେ ବିଜୟ ମହାପାତ୍ର 2000 ମସିହାରେ ବିଜେଡିରୁ ବିତାଡିତ ହେବା ପରଠାରୁ ତାଙ୍କର ରାଜନୈତିକ ପତିୟାରା ହ୍ରାସ ପାଇବାରେ ଲାଗିଛି। ଦୀର୍ଘ 19 ବର୍ଷ ଧରି ବିଜୟ ମହାପାତ୍ର ନିଜର ନାମ ଅନୁସାରେ ବିଜୟ ହୋଇପାରୁ ନାହିଁନ୍ତି। ତେଣୁ ଏହା ବିଜୟଙ୍କ ଭାଗ୍ୟର ବିଡମ୍ବନା ବ୍ୟତୀତ ଆଉ କିଛି ନୁହେଁ।

election
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026

କଟକ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲେ ନବୀନ ପଟ୍ଟନାୟକ

March 17, 2026
Latest News

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.