କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ସବର ଶ୍ରୀକ୍ଷେତ୍ରରେ ରଥଯାତ୍ରା

Published: Jun 28, 2025, 2:51 pm IST

ଭୁବନେଶ୍ଵର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ସବର ଶ୍ରୀକ୍ଷେତ୍ରରେ ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଯାତ୍ରା ସମ୍ପନ୍ନ ହୋଇଛି। ବିଭିନ୍ନ ଅଞ୍ଚଳରୁ ଶତାଧିକ ଜନଜାତି ସମୁଦାୟର ଶ୍ରଦ୍ଧାଳୁ ଏହି ରଥ ଟଣାରେ ଭାଗ ନେଇଥିଲେ। ସକାଳେ ମନ୍ଦିର ସେବାୟତମାନେ ତିନି ଠାକୁରଙ୍କ ବିଶେଷ ନୀତି ସମ୍ପନ୍ନ କରିବା ପରେ ମନ୍ତ୍ରୋଚାରଣ ଓ ଢ଼ୋଲମାଦଳ ଶବ୍ଦ ମଧ୍ୟରେ ଶ୍ରୀବିଗ୍ରହଙ୍କୁ ମୁଖ୍ୟ ରାସ୍ତାରେ ରଥ ଉପରକୁ ବିଜେ କରାଯାଇଥିଲା।

ଦୁରୁଆ, ପରଜା, ଓ କୋଣ୍ଡାଦୁରୁଆ ଜନଜାତିର ଭୋଗଦାନ ପରେ କୋଟିଆ, କାକ୍ରିଗୁଡା ଓ କୋରାପୁଟ ଅଞ୍ଚଳର ଜନଜାତି ସମୁଦାୟ ୩ଟି ରଥ ଉପରେ ଛେରା ପହଁରା କରିଥିଲେ। ଏହାପରେ ହଜାର ହଜାର ଭକ୍ତ ୩ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ଟାଣି ନେଇଥିଲେ। ଏହି ଅବସରରେ ମନ୍ଦିର ପ୍ରଶାସନ ପକ୍ଷରୁ କୋରାପୁଟ ଜିଲ୍ଲାର ବିଭିନ୍ନ ଜନଜାତିର ପ୍ରମୁଖ ବ୍ୟକ୍ତିମାନଙ୍କୁ ପଗଡି ପିନ୍ଧାଇ ସମ୍ମାନିତ କରାଯାଇଥିଲା।

କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ଏସ୍‌ପି ରୋହିତ ବର୍ମା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଜିଲ୍ଲାର ଶୂନ୍ୟବେଦୀ, ବୋରିଗୁମା, କୋଟପାଡ ଓ ଲକ୍ଷ୍ମୀପୁର ଅଞ୍ଚଳରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Related posts