Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ସଂପୂର୍ଣ୍ଣ ବୁଝୁଛନ୍ତି ପାଣ୍ଡିଆନ, ହେଲେ ଆଗକୁ ଆସୁ ନାହାଁନ୍ତି କାହିଁକି?
ବିଶେଷ ଖବର

ନବୀନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ସଂପୂର୍ଣ୍ଣ ବୁଝୁଛନ୍ତି ପାଣ୍ଡିଆନ, ହେଲେ ଆଗକୁ ଆସୁ ନାହାଁନ୍ତି କାହିଁକି?

June 29, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
NaveenPandian
ନବୀନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ସଂପୂର୍ଣ୍ଣ ବୁଝୁଛନ୍ତି ଭି କେ ପାଣ୍ଡିଆନ, ହେଲେ ଆଗକୁ ଆସୁ ନାହାଁନ୍ତି କାହିଁକି?

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ୍ୟ। ବର୍ତ୍ତମାନ ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ କିଛିଦିନ ପରେ ସେ ସେଠାରୁ ଡିସଚାର୍ଯ୍ୟ ହେବେ। ତେବେ ନବୀନ ପଟ୍ଟନାୟକଙ୍କ ସଂପୂର୍ଣ୍ଣ ସ୍ବାସ୍ଥ୍ୟ କଥା ବୁଝୁଛନ୍ତି ଭି କେ ପାଣ୍ଡିଆନ। ହେଲେ ସେ ବର୍ତ୍ତମାନ ସୁଦ୍ଧା ଆଗକୁ ଆସୁ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି।

ନବୀନଙ୍କ ସ୍ବାସ୍ଥ୍ୟ କଥା ବୁଝିବାକୁ ନିକଟରେ ମୁମ୍ବାଇ ଯାଇଥିଲେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକଗଣ। ସେମାନେ ସମସ୍ତେ ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଏବଂ ସେଠାରେ ନିୟୋଜିତ ସଂତୃପ୍ତ ମିଶ୍ରଙ୍କ ସହିତ କଥା ହେଲେ। ବାହାରକୁ ଆସି ଫଟୋ ଉଠାଇଲେ। ପାଣ୍ଡିଆନଙ୍କ ସହିତ କେତେକ ନେତା କଥା ହୋଇଥିଲେ ମଧ୍ୟ କେହି ତାଙ୍କର ନାମ ଉଚ୍ଚାରଣ କଲେ ନାହିଁ କି ତାଙ୍କ ସହିତ ଦେଖା ହେବା କଥା କହିଲେ ନାହିଁ।

ହେଲେ ପରବର୍ତ୍ତି ସମୟରେ ଏହି ନେତାଙ୍କ ମଧ୍ୟରୁ ଅନେକ ପାଣ୍ଡିଆନଙ୍କ ଦେଖାରଖା କଥାକୁ ସ୍ବୀକାର କରିଛନ୍ତି। ଏପରିକି କେତେକ ତାଙ୍କ କାମକୁ ପ୍ରଶଂସା ମଧ୍ୟ କରିଛନ୍ତି। ହେଲେ କଣ ପାଇଁ ଏତେ ଭଲ କାମ କରୁଥିବା ପାଣ୍ଡିଆନ ଆଗକୁ ଆସୁ ନାହାଁନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ସେ ରାଜନୀତି କରିବେ ନାହିଁ ବୋଲି କହିଥିଲେ ହେଲେ ନବୀନଙ୍କ ସ୍ବାସ୍ଥ୍ୟ କଥା ବୁଝିବେ ନାହିଁ ବୋଲି କହି ନାହାଁନ୍ତି। ତଥାପି ପାଣ୍ଡିଆନ ଆଉ କାହାକୁ ଭୟ କରି ପରଦା ପଛରେ ରହୁଛନ୍ତି ତାହା ବୁଝି ହେଉ ନାହିଁ।

ସୁତ୍ର ଅନୁସାରେ ଜଣାପଡିଛି ଯେ, ପାଣ୍ଡିଆନ ନବୀନଙ୍କ ଅପରେସନ ପାଇଁ ପ୍ରାୟ ମାସେ ଆଗରୁ ସମସ୍ତଙ୍କ ସହିତ କଥା ହୋଇଛନ୍ତି। ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଡାକିଆଣିବା ତାଙ୍କ ସହିତ ପରାମର୍ଶ କରିବା ଏବଂ ନବୀନଙ୍କୁ ଚିକିତ୍ସା ପାଇଁ କୋଇମ୍ବାଟୁର ନେବା କାମ ମଧ୍ୟ ପାଣ୍ଡିଆନ କରିଛନ୍ତି। ସେଠାରେ ସେ ଗଂଗା ହସପିଟାଲର ପ୍ରଖ୍ୟାତ ଅର୍ଥୋପେଡିକ୍ ଡାକ୍ତରଙ୍କୁ ମଧ୍ୟ ଦେଖାଇଛନ୍ତି।

ସେହି ହସପିଟାଲର ଡାକ୍ତରମାନେ ଆସି ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଅପରେସନ ମଧ୍ୟ କରିଛନ୍ତି। ଏସବୁ କାର୍ଯ୍ୟ ଖୋଦ ଭି କେ ପାଣ୍ଡିଆନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କରାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା ପାଣ୍ଡିଆନ ମୁମ୍ବାଇରେ ନବୀନଙ୍କ ପାଖେ ପାଖେ ରହି ତାଙ୍କର ସେବା କରିଆସୁଛନ୍ତି। ହେଲେ ମଧ୍ୟ ସେ କଣ ପାଇଁ ଆଗକୁ ଆସିବାକୁ ଭୟ କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ନବୀନ ପଟ୍ଟନାୟକ ନବୀନଙ୍କ ସ୍ବାସ୍ଥ୍ୟ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଭି.କେ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

December 10, 2025

ଖୋର୍ଦ୍ଧା ରୋଡ୍ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

December 10, 2025

ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ

December 10, 2025

ମତଦାନ କେନ୍ଦ୍ର ସୁବ୍ୟବସ୍ଥା କରଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳ ବୈଠକ

December 10, 2025
Latest News

ଚିଲିକାରେ ଅବକାରୀ ବିଭାଗର ଚଢାଉ: ୫୧୭ ଲିଟର ମହୁଲି ଜବତ, ୩ ଗିରଫ

December 10, 2025

‘‘ଦୈନନ୍ଦିନ ଆବଶ୍ୟକତା ସୁନିଶ୍ଚିତ କରିବା – ସମସ୍ତଙ୍କ ପାଇଁ ଜନସେବା ଓ ସମ୍ମାନ’’ ଶୀର୍ଷକ ଜାତୀୟ ସମ୍ମିଳନୀ

December 10, 2025

ସଂଶୋଧିତ ବିଜ୍ଞାପନ ହାର ସହିତ ମୁଦ୍ରିତ ଗଣମାଧ୍ୟମକୁ ସରକାରଙ୍କ ସମର୍ଥନ

December 10, 2025

ଭବିଷ୍ୟତ ପାଇଁ ପ୍ରସ୍ତୁତ ଭିତ୍ତିଭୂମି ଲାଗି 13ଶହରୁ ଅଧିକ ଷ୍ଟେସନର ଉନ୍ନତିକରଣ କରାଯାଉଛି: ଅଶ୍ୱିନୀ ବୈଷ୍ଣବ

December 10, 2025

ପିଆଇବି ଏଡିଜିଙ୍କ ଭବାନୀପାଟଣା ଗସ୍ତ

December 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.