ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ ନାମରେ ଏତଲା ଦାଖଲ କଲା ଯୁବ କଂଗ୍ରେସ

Published: Jun 30, 2025, 6:53 pm IST

ଭୁବନେଶ୍ବର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଅତିରିକ୍ତ କମିଶନର ନରସିଂହ ଭୋଳଙ୍କ ବିରୁଦ୍ଧରେ କ୍ୟାପିଟାଲ ଥାନାରେ ଏକ ଏତଲା ଦାଖଲ କରାଯାଇଛି। ଯୁବ କଂଗ୍ରେସ ବିକ୍ଷୋଭ ବେଳେ ଶ୍ରୀ ଭୋଳ ଆନ୍ଦୋଳନକାରୀଙ୍କ ଗୋଡ ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ଏହା ବିରୋଧରେ ଯୁବ କଂଗ୍ରେସ ଏହି ଏତଲା ଦାଖଲ କରିଛି।

ଏହି କାର୍ଯ୍ୟକ୍ରମରେ ପିସିସି ପୂର୍ବତନ ସାଧାରଣ ସମ୍ପାଦକ ମହମ୍ମଦ ଇମଦାଦ, ପ୍ରକାଶ ମିଶ୍ର, ମନୋଜ ବିଶ୍ବାଳ, ସୁଦିପ ସାମଲ, ମହମ୍ମଦ ଗୁଲଫାମ, ସ୍ବାଗତ କର, ଲିପିକା ପାତ୍ର, ଗୋପନ ମାର୍ଥା, ଲକ୍ଷ୍ମୀପ୍ରିୟା ନାୟକ, ମହମ୍ମଦ ପରଭେଜ, ଅଜୟ ପଣ୍ଡା, ପବିତ୍ର ସେଠୀ, ପ୍ରଶାନ୍ତ ରାଉତ, ଜୟକୃଷ୍ଣ ସୁବୁଦ୍ଧି ପ୍ରମୁଖ ଅଂଶଗ୍ରହଣ କରିଥିଲେ। କ୍ୟାପିଟାଲ ଥାନା ପକ୍ଷରୁ ଏତଲା ଗ୍ରହଣ କରାଯାଇଥିଲା। ଯଦି ନରିସିଂହ ଭୋଳଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଯୁବ କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

Related posts