Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟେଲିଭିଜନ୍‌ ରେଟିଂ ଲାଗି ଏକାଧିକ ସଂସ୍ଥାକୁ ଅନୁମତି ଦେବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଉଚ୍ଛେଦ
ଆଜିର ଖବର

ଟେଲିଭିଜନ୍‌ ରେଟିଂ ଲାଗି ଏକାଧିକ ସଂସ୍ଥାକୁ ଅନୁମତି ଦେବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଉଚ୍ଛେଦ

July 4, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତରେ ଟିଭି ଦେଖିବା ଅଭ୍ୟାସ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଭାବେ ଦଳିଛି। ଦର୍ଶକମାନେ ଏବେ କେବଳ କେବୁଲ ଏବଂ ଡିଟିଏଚ୍‌ ପ୍ଲାଟଫର୍ମ ମାଧ୍ୟମରେ ନୁହେଁ ବରଂ ସ୍ମାର୍ଟ ଟିଭି, ମୋବାଇଲ୍ ଆପ୍ଲିକେସନ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ଷ୍ଟ୍ରିମିଂ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକ୍ରମ ଦେଖୁଛନ୍ତି। ତଥାପି, ଦର୍ଶକଙ୍କ ସଂଖ୍ୟା ହିସାବ କରିବା ପାଇଁ ପ୍ରଚଳିତ ବ୍ୟବସ୍ଥା ବା ଟେଲିଭିଜନ ରେଟିଂ ପଏଣ୍ଟ (ଟିଆରପି) ଏହି ପରିବର୍ତ୍ତିତ ଢାଞ୍ଚାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସାମିଲ କରିପାରିନାହିଁ।

ଏହାକୁ ଦୃଷ୍ଟିରେ ରଖି, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୦୧୪ ମସିହାରେ ଜାରି ହୋଇଥିବା ଟେଲିଭିଜନ ରେଟିଂ ଏଜେନ୍ସିଗୁଡ଼ିକ ପାଇଁ ନୀତିଗତ ମାର୍ଗଦର୍ଶିକାରେ ସଂଶୋଧନ ପ୍ରସ୍ତାବ ଦେଇଛି। ୨ ଜୁଲାଇ, ୨୦୨୫ରେ ପ୍ରକାଶିତ ପ୍ରସ୍ତାବିତ ଚିଠା ମାର୍ଗଦର୍ଶିକାରେ ଭାରତରେ ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ହିସାବ କରିବାର ବ୍ୟବସ୍ଥାକୁ ସାର୍ବଜନୀନ ଏବଂ ଆଧୁନିକୀକରଣ କରିବା ପାଇଁ ବର୍ତ୍ତମାନର ବିଏଆରସି ବ୍ୟତୀତ ଅଧିକ ସଂସ୍ଥାଙ୍କୁ ଅନୁମତି ଦେବା ଲାଗି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପାଇଁ କେତେକ ପ୍ରତିବନ୍ଧକ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।

ମନ୍ତ୍ରଣାଳୟ ନୀତିଗତ ଚିଠା ଜାରି ହେବାର ୩୦ ଦିନ ମଧ୍ୟରେ ଅଂଶୀଦାର ଏବଂ ସାଧାରଣ ଜନତାଙ୍କଠାରୁ ମତାମତ ଆମନ୍ତ୍ରଣ କରିଛି। ପ୍ରସ୍ତାବିତ ସଂସ୍କାରଗୁଡ଼ିକର ଲକ୍ଷ୍ୟ ହେଉଛି ନିରପେକ୍ଷ ପ୍ରତିଯୋଗିତାକୁ ସକ୍ଷମ କରିବା, ଅଧିକ ସଠିକ୍ ଓ ପ୍ରତିନିଧିତ୍ୱପୂର୍ଣ୍ଣ ତଥ୍ୟ ସୃଷ୍ଟି କରିବା ଏବଂ ଟିଆରପି ବ୍ୟବସ୍ଥା ଯେପରି ସାରା ଦେଶରେ ଦର୍ଶକଙ୍କ ବିବିଧ ଓ ପରିବର୍ତ୍ତିତ ଗଣମାଧ୍ୟମ ଉପଭୋଗ ଅଭ୍ୟାସକୁ ପ୍ରତିଫଳିତ କରିବ ତାହା ସୁନିଶ୍ଚିତ କରିବା।

ଅଧିକ ପ୍ରତିନିଧିତ୍ୱପୂର୍ଣ୍ଣ ଏବଂ ଆଧୁନିକ ଟିଆରପି ବ୍ୟବସ୍ଥାର ଆବଶ୍ୟକତା

ଭାରତରେ ବର୍ତ୍ତମାନ ପ୍ରାୟ ୨୩ କୋଟି ଟେଲିଭିଜନ ଦର୍ଶକ ପରିବାର ଅଛନ୍ତି। ତଥାପି, ଦର୍ଶକଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ବର୍ତ୍ତମାନ ପ୍ରାୟ ୫୮,୦୦୦ ଲୋକଙ୍କ ମିଟରକୁ ନମୁନା ରୂପେ ବ୍ୟବହାର କରାଯାଉଛି। ଏହା ମୋଟ ଟିଭି ଦର୍ଶକ ପରିବାର ମାତ୍ର ୦.୦୨୫% ପ୍ରତିନିଧିତ୍ୱ କରେ। ତୁଳନାତ୍ମକ ଭାବେ ସୀମିତ ଏହି ନମୁନା ଆକାର ବିଭିନ୍ନ ଅଞ୍ଚଳ ଏବଂ ଜନସଂଖ୍ୟା ମଧ୍ୟରେ ବିବିଧ ଟିଭି ଦେଖିବା ପସନ୍ଦକୁ ପର୍ଯ୍ୟାପ୍ତ ଭାବରେ ପ୍ରତିନିଧିତ୍ୱ କରିପାରୁନାହିଁ।

ଏହା ବ୍ୟତୀତ, ବର୍ତ୍ତମାନ ଦର୍ଶକଙ୍କ ସଂଖ୍ୟା ଗଣନା ହିସାବ ପ୍ରଯୁକ୍ତିବିଦ୍ୟା ସ୍ମାର୍ଟ ଟିଭି, ଷ୍ଟ୍ରିମିଂ ଡିଭାଇସ୍ ଏବଂ ମୋବାଇଲ୍ ଆପ୍ଲିକେସନ୍ ଭଳି ପରିବର୍ତ୍ତିତ ପ୍ଲାଟଫର୍ମରେ ଦର୍ଶକଙ୍କ ସଂଖ୍ୟାକୁ ପର୍ଯ୍ୟାପ୍ତ ଭାବରେ ଅନ୍ତର୍ଭୂକ୍ତ କରେ ନାହିଁ। ଅନ୍ୟପଟେ ଦର୍ଶକଙ୍କ ମଧ୍ୟରେ ଏସବୁ ପ୍ଲାଟଫର୍ମକୁ ବର୍ଦ୍ଧିତ ଭାବେ ଗ୍ରହଣ କରୁଥିବା ଦେଖାଯାଉଛି। ଦର୍ଶକଙ୍କ ଟିଭି ଦେଖିବା ଢାଞ୍ଚାରେ ପରିବର୍ତ୍ତନ ଏବଂ ବର୍ତ୍ତମାନର ହିସାବ ଢାଞ୍ଚା ମଧ୍ୟରେ ରହିଥିବା ଏହି ପାର୍ଥକ୍ୟ ମୂଲ୍ୟାଙ୍କନର ସଠିକତାକୁ ପ୍ରଭାବିତ କରିପାରେ। ଫଳସ୍ୱରୂପ ଏହା ପ୍ରସାରକଙ୍କ ପାଇଁ ରାଜସ୍ୱ ଯୋଜନା ଏବଂ ବ୍ରାଣ୍ଡ ଲାଗି ବିଜ୍ଞାପନ ରଣନୀତିକୁ ପ୍ରଭାବିତ କରିପାରେ।

ଏସବୁ ଘଟଣାକ୍ରମକୁ ସ୍ୱୀକାର କରି, ଏକ ପରିବର୍ତ୍ତିତ ମିଡିଆ ପରିବେଶରେ ସମସାମୟିକ ବିଷୟବସ୍ତୁ ବ୍ୟବହାର ଅଭ୍ୟାସକୁ ଭଲ ଭାବରେ ପ୍ରତିଫଳିତ କରିବା ପାଇଁ ଟେଲିଭିଜନ ମୂଲ୍ୟାଙ୍କନ ବ୍ୟବସ୍ଥାକୁ ସୁଦୃଢ଼ ​​କରିବାର ଆବଶ୍ୟକତା ରହିଛି।

ବର୍ତ୍ତମାନର ଟିଆରପି ବ୍ୟବସ୍ଥାରେ ଥିବା ସମସ୍ୟା

  • ବିଏଆରସି(ପ୍ରସାରଣଦର୍ଶକ ଗବେଷଣା ପରିଷଦ) ବର୍ତ୍ତମାନ ଟିଭି ମୂଲ୍ୟାଙ୍କନ ପ୍ରଦାନ କରୁଥିବା ଏକମାତ୍ର ଏଜେନ୍ସି।
  • ଏକ ପ୍ରମୁଖ ଧାରା ହୋଇଥିବା ସତ୍ତ୍ୱେ ସଂଯୁକ୍ତ ଟିଭି ଡିଭାଇସ୍ ଦର୍ଶକଙ୍କୁ ଏହା ଟ୍ରାକ୍ କରେ ନାହିଁ।
  • ପ୍ରଚଳିତନୀତିଗୁଡ଼ିକରେ ପ୍ରବେଶ ପ୍ରତିବନ୍ଧକ ଥିଲା ଯାହା ନୂତନ ସଂସ୍ଥାମାନଙ୍କୁ ଟିଭି ମୂଲ୍ୟାଙ୍କନ କ୍ଷେତ୍ରରେ ପ୍ରବେଶ କରିବାକୁ ନିରୁତ୍ସାହିତ କରୁଥିଲା।
  • କ୍ରସ୍-ହୋଲ୍ଡିଂ ପ୍ରତିବନ୍ଧକ ପ୍ରସାରକ କିମ୍ବା ବିଜ୍ଞାପନଦାତାମାନଙ୍କୁ ମୂଲ୍ୟାଙ୍କନ ଏଜେନ୍ସିଗୁଡ଼ିକରେ ନିବେଶ କରିବାରୁ ବାଧା ଦେଇଥିଲା।

ନୂଆ ପ୍ରସ୍ତାବ

ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ, ମନ୍ତ୍ରଣାଳୟ ପ୍ରଚଳିତ ମାର୍ଗଦର୍ଶିକାରେ ପ୍ରମୁଖ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛି:

 କମ୍ପାନୀର ମେମୋରାଣ୍ଡମ୍ ଅଫ୍ ଆସୋସିଏସନ୍ (ଏମଓଏ)ରେ ପରାମର୍ଶ କିମ୍ବା ପରାମର୍ଶଦାତା ସେବା ଭଳି କୌଣସି କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହେବ ନାହିଁ ବୋଲି ପୂର୍ବ ଆବଶ୍ୟକତାକୁ ପରିବର୍ତ୍ତନ କରିବା ଧାରା୧.୪ରେ ସଂଶୋଧନ କରାଯାଇଛି । ଏଥିରେ ଏକ ସହଜ ଅନୁପାଳନ ବ୍ୟବସ୍ଥା ଉଲ୍ଲେଖ କରାଯାଇଛି, ତାହା ହେଲା- ‘‘କମ୍ପାନିର ପରାମର୍ଶ କିମ୍ବା ଏପରି କୌଣସି ପରାମର୍ଶଦାତା ଭୂମିକା ଗ୍ରହଣ କରିବ ନାହିଁ, ଯାହା ଏହାର ମୂଲ୍ୟାଙ୍କନର ମୁଖ୍ୟ ଉଦ୍ଦେଶ୍ୟ ସହିତ ସ୍ୱାର୍ଥର ସମ୍ଭାବ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବ।’’

ପ୍ରବେଶ ପାଇଁ ପ୍ରତିବନ୍ଧକ ଭାବରେ କାର୍ଯ୍ୟ କରୁଥିବା ପ୍ରତିବନ୍ଧକ ଧାରା (୧.୫ ଏବଂ ୧.୭) କୁ ହଟାଇବା।

ପ୍ରସ୍ତାବିତ ସଂଶୋଧନଗୁଡ଼ିକର ଲକ୍ଷ୍ୟ ହେଉଛି ଏକାଧିକ ଏଜେନ୍ସିଗୁଡ଼ିକୁ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା, ନୂତନ ପ୍ରଯୁକ୍ତିବିଦ୍ୟା ଆଣିବା ଏବଂ ବିଶେଷକରି ସଂଯୁକ୍ତ ଟିଭି ପ୍ଲାଟଫର୍ମ ପାଇଁ ଅଧିକ ନିର୍ଭରଯୋଗ୍ୟ ଓ ପ୍ରତିନିଧିତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା। ଟିଭି ଦେଖିବା ଅଭ୍ୟାସ ବଦଳିବା ସହିତ, ଆମେ ସେଗୁଡ଼ିକୁ ମାପିବା ମଧ୍ୟ ଉଚିତ। ଏହି ସଂଶୋଧନଗୁଡ଼ିକ ରେଟିଂ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମିକୁ ଉନ୍ନତ କରିବା ପାଇଁ ପ୍ରସାରକ, ବିଜ୍ଞାପନଦାତା ଓ ଅନ୍ୟାନ୍ୟ ଅଂଶୀଦାରଙ୍କଠାରୁ ଅଧିକ ନିବେଶକୁ ମଧ୍ୟ ସକ୍ଷମ କରିବ। ଏହି ସଂସ୍କାରଗୁଡ଼ିକ ସହିତ, ଭାରତ ଏକ ଅଧିକ ସ୍ୱଚ୍ଛ, ସମାବେଶୀ ଏବଂ ପ୍ରଯୁକ୍ତିବିଦ୍ୟା-ଚାଳିତ ଟିଭି ରେଟିଂ ଇକୋସିଷ୍ଟମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି।

ଟିଆରପି
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.