Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଡିଜିଟାଲ ସଶକ୍ତିକରଣର ପ୍ରତୀକ ପାଲଟିଛନ୍ତି ମୟୂରଭଞ୍ଜର ମଞ୍ଜୁଲତା: ନୂଆଦିଲ୍ଲୀରେ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ
ଜାତୀୟ ଖବର

ଡିଜିଟାଲ ସଶକ୍ତିକରଣର ପ୍ରତୀକ ପାଲଟିଛନ୍ତି ମୟୂରଭଞ୍ଜର ମଞ୍ଜୁଲତା: ନୂଆଦିଲ୍ଲୀରେ ସମ୍ମାନିତ କଲେ କେନ୍ଦ୍ରମନ୍ତ୍ରୀ

July 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିଡିଟାଲ ସଶକ୍ତିକରଣ ଦେଶର ସାଧାରଣ ନାଗରିକଙ୍କ ଭାଗ୍ୟରେ କିଭଳି ପରିବର୍ତ୍ତନ ଆଣିଛି ତାହାର ଏକ ଉଦାହରଣ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ଜଣେ ମହିଳା ମଞ୍ଜୁଲତା ଦେବୀ। ୬୦ରୁ ୭୦ ପ୍ରତିଶତ ଜଙ୍ଗଲ ଘେରା ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଜନ ସେବା କେନ୍ଦ୍ର (ସିଏସସି) ଖୋଲି ସେ ଲୋକଙ୍କ ଘର ପାଖରେ ଡିଜିଟାଲ ସେବା ପହଞ୍ଚାଉଛନ୍ତି ।

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜନ ସେବା କେନ୍ଦ୍ର ଦିବସ ସମାରୋହରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ମଞ୍ଜୁଲତା ତାଙ୍କ ସଫଳତାର କାହାଣୀ କହିଛନ୍ତି। ମଞ୍ଜୁଲତା କହିଛନ୍ତି, ପ୍ରଥମେ ସେ ଜଣେ ଗୃହିଣୀ ଥିଲେ। ଏବେ ଜନ ସେବା କେନ୍ଦ୍ରରେ କାମ କରି ସେ ବହୁତ ଖୁସିରେ ଅଛନ୍ତି। ସବୁ ସରକାରୀ ସୁବିଧା ସେ ସ୍ଥାନୀୟ ଲୋକଙ୍କ ଘର ପାଖରେ ପହଞ୍ଚାଇପାରୁଛନ୍ତି। ସେ ଘରକୁ ଘର ବୁଲି ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଗର୍ଭବତୀ ମା’ମାନଙ୍କୁ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେଉଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରକୁ ଧନ୍ୟବାଦ ଜଣାଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜିଲ୍ଲା ମୟୂରଭଞ୍ଜର ଆଉ ଜଣେ ସଶକ୍ତ ମହିଳା ମଞ୍ଜୁଲତାଙ୍କ କାରଣରୁ ଅନେକ ଚାଷୀଭାଇମାନଙ୍କୁ ନୂତନ ଜ୍ଞାନକୌଶଳର ଲାଭ ମିଳିପାରୁଛି। ଅତି କଠିନ ପରିସ୍ଥିତି ସତ୍ତ୍ୱେ ସେ ଡିଜିଟାଲ ଦକ୍ଷତା ଅର୍ଜନ କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତ କରିପାରୁଛନ୍ତି।

ଅଶ୍ୱିନୀ ବୈଷ୍ଣବ ମୟୂରଭଞ୍ଜ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.