ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ୨୦୨୨ ମସିହାରେ ଜରଡା ଥାନା ଅର୍ନ୍ତଗତ ଜରଡା ଗ୍ରାମରେ ଦୋକାନ କରି ପରିବାର ଚଳାଉଥିବା ଜି ଏଲେୟା ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ପତ୍ନୀ ଦମୟନ୍ତୀ ଶବର ହତ୍ୟା କରିଥିବା ଅଭିଯୋଗ ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ମୃତ ଏଲେୟାର ଭାଇ ଗୁରୁ ମୁର୍ତ୍ତୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଏହି ଘଟଣାରେ ୧୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ଚୁଡାନ୍ତ ରାୟ ଶୁଣାଣି କରି ଅଭିଯୁକ୍ତ ଦମୟନ୍ତୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତ ଦମୟନ୍ତୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ପଟ୍ଟନାୟକ ମକଦ୍ଦମା ଲଢ଼ୁଥିଲେ।