ଭୁବନେଶ୍ଵର: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱରରେ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥିତ ୟୁନିଭର୍ସିଟି ଲ’ କଲେଜ୍ ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ “କର୍ମଶାଳା”ରେ ଆଇନ ମନ୍ତ୍ରୀ ଉଦବୋଧନ ଦେବା ସହିତ ଉତ୍କୃଷ୍ଟ ସେବା ପ୍ରଦାନ କରିଥିବା ଭୁବନେଶ୍ବର- କଟକ କମିଶନରେଟ ପୋଲିସର କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସେ ଆଇନ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଥିଲେ।