ଆଜି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନିଜର ମନ କି ବାତ୍ ପ୍ରକାଶ କରିଥାନ୍ତି । ତେବେ ଦୀର୍ଘ ୫ ବର୍ଷ ଧରି ମୋଦୀଙ୍କର ଏହି କାର୍ଯ୍ୟକ୍ରମ ଚାଲି ଆସୁଛି । ଏହି କ୍ରମରେ ଆଜି ମୋଦିଙ୍କର ୫୫ତମ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଗତ ଥର ପରି ମଧ୍ୟ ଏଥର ଜଳ ସଂରକ୍ଷଣକୁ ଜୋର୍ ଦେଇଛନ୍ତି ମୋଦି । କ୍ୟାନସରକୁ ଜିତି ବିଜୟୀ ହୋଇଥିବା ଶିଶୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଚନ୍ଦ୍ରାୟନ ୨ର ସଫଳ ପ୍ରକ୍ଷେପଣକୁ ବର୍ଣ୍ଣନା କରିବା ସହିତ ବିଜ୍ଞାନ ହିଁ ବିକାଶର ଉଚିତ୍ ମାର୍ଗ ବୋଲି କହିଛନ୍ତି । ସେହିପରି ସ୍ବଚ୍ଛତା ବିଷୟରେ ମଧ୍ୟ ଅଭିଲେଖ ରଖିଛନ୍ତି । ଏହି ଅବସରରେ ସ୍ୱଚ୍ଛତା ଜନ ଭାଗୀଦାରରେ ଆଗକୁ ବଢୁଛି । ଆମ ସମାଜରେ ୱେଷ୍ଟ ଟୁ ୱେଲଥ୍ କଲଚର୍ ଡେଭଲପ ହେବା ଉଚିତ୍ ବୋଲି କହିଛନ୍ତି ମୋଦି । ସେହିପରି କାଶ୍ମୀରରେ ବ୍ୟାକ ଟୁ ଭିଲେଜ୍ କାର୍ଯ୍ୟକ୍ରମକୁ ପ୍ରଶଂସା ମଧ୍ୟ କରିଛନ୍ତି ମୋଦି ।
୫୫ତମ ‘ମନ୍କୀ ବାତ୍’ କାର୍ଯ୍ୟକ୍ରମରେ ବିଜ୍ଞାନ, ସ୍ବଚ୍ଛତା, ଜଳ ସଂରକ୍ଷଣକୁ ଗୁରୁତ୍ବ ଦେଲେ ମୋଦି
Published:
Jul 28, 2019, 2:18 pm IST
Tags: