ଭୁବନେଶ୍ଵର: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଲୋକଙ୍କ ମନରେ ତ୍ରିରଙ୍ଗା ପ୍ରତି ଭକ୍ତି ଓ ସମ୍ମାନ ବୃଦ୍ଧି ସାଙ୍ଗକୁ ସମାଜରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟରେ ଦେଶରେ ଆରମ୍ଭ ହୋଇଛି ହରଘର ତ୍ରିରଙ୍ଗା ଓ ହରଘର ସ୍ବଚ୍ଛତା ସପ୍ତାହ କାର୍ଯ୍ୟକ୍ରମ। ଏହି ଅବସରରେ ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟଠାରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟରେ ଶେଷ ହୋଇଛି।
ଆୟୋଜିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ସରକାରୀ ଅଧିକାରୀଙ୍କୁ ସ୍ବଚ୍ଛତା ନେଇ ଶପଥପାଠ କରାଇଥିବାବେଳେ ଏପିଡି ରଞ୍ଜିତା ଦାଶ, ଜିଲ୍ଲା ସୂଚନା ଓ ଲୋକମ୍ପର୍କ ଅଧିକାରୀ, ରାୟଗଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।