ଖୋର୍ଦ୍ଧା: ଆଜି ଅପରାହ୍ନ ୩ .୦୦ ଘଟିକା ସମୟରେ ଜିଲ୍ଲା ସଦର ମହକୁମା ବି. ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ ସତ୍ୟକାନ୍ତ ମନୋରଞ୍ଜନ ଜେନାଙ୍କ ପରିଚାଳନାରେ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଅଭ୍ୟାସ ପ୍ୟାରେଡ୍ ରେ ଆଇ ଟି ବି ପି, ତରତୁଆ ସମେତ ଏ ପି ଆର, ଗୃହରକ୍ଷୀ ବାହିନୀ, ପୋଲିସ ବ୍ୟାଣ୍ଡ ପାର୍ଟି ଏବଂ ବିଭିନ୍ନ ମହାବିଦ୍ୟାଳୟ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଏନ୍ ସି ସି, ସ୍କାଉଟ୍,ଗାଇଡ, ସିଭିଲିଆନ୍ ବିଭାଗରେ ବିଭିନ୍ନ ବର୍ଗର ପ୍ଳାଟୁନ କୁ ନେଇ ୫୪ ଟ୍ରୁପ୍ ଅଂଶ ଗ୍ରହଣ କରିଥିଲେ।
ଆସନ୍ତା କାଲି ପୂର୍ବାହ୍ନ ୮.୦୦ ଘଟିକାରେ ତୃତୀୟ ଅଭ୍ୟାସ ପ୍ୟାରେଡ୍ ଅନୁଷ୍ଠିତ ହେବ ଯେଉଁ ମାନେ ସ୍ଵାଧୀନତା ଦିବସ ୧୫ ଅଗଷ୍ଟ ମୁଖ୍ୟ ଉତ୍ସବ ପ୍ୟାରେଡ୍ ରେ ଭାଗ ନେବେ। ସେହିପରି ଆଜିର ଅଭ୍ୟାସ ପ୍ୟାରେଡ୍ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, କାର୍ଯ୍ୟାଳୟର କର୍ମଚାରୀ,ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ ବି ଜେ ବି ହାଇସ୍କୁଲ କ୍ରୀଡ଼ା ଶିକ୍ଷକ ଚିନ୍ମୟ ମାର୍ଥା , ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି କବିରାଜ ପ୍ରଧାନ , ସାଂସ୍କୃତିକ ଦଳ ଚୟନ ବିଚାରକ ମଣ୍ଡଳୀ ବିରଞ୍ଚି ସାହୁ, ସ୍ମରଣିକା ପ୍ରିୟଦର୍ଶିନୀ, ମଣିପାଲ ସଂଚାଳିକା ରେବତୀ ପଣ୍ଡା ଏବଂ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ କାର୍ଯ୍ୟାଳୟ ସର୍ଜଣ୍ଟ, ହାବିଲଦାର ଏବଂ ସମସ୍ତ୍ ଟ୍ରୁପ ର ଗାଇଡ ଶିକ୍ଷକ ମାନେ ଉପସ୍ଥିତ ଥିଲେ।