Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
ଅପରାଧ

ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

August 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନ୍ୟାୟିକ ପ୍ରକ୍ରିୟା
ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ଵର: ଜଣେ ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି  ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମାତ୍ର ୯୯ ଦିନରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଝାରସୁଗୁଡା ପୋଲିସ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଥିଲା।

ମାମଲାର ବିବରଣୀ ଅନୁଯାୟୀ, ଗତ ମେ ମାସ ୦୨ ତାରିଖରେ ପୀଡିତା ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରକୁ ଟେଲିଭିଜନ ଶୁଣିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତଙ୍କ ପରିବାରର ସମସ୍ତ ସଦସ୍ୟ ଶୋଇ ପଡ଼ିଥିବା ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ସହ ଘଟଣା ସଂକ୍ରାନ୍ତରେ ପ୍ରକାଶ କଲେ ପୀଡ଼ିତାଙ୍କୁ ହତ୍ୟା କରିବାକୁ ମଧ୍ୟ ଅଭିଯୁକ୍ତ ଧମକ ଦେଇଥିଲେ। ପରେ ନାବାଳିକା ଜଣକ ଘଟଣା ସଂକ୍ରାନ୍ତରେ ପରିବାର ଲୋକଙ୍କୁ କହିବା ପରେ  ତାଙ୍କ ବାପା ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ।

ରେଙ୍ଗାଲି ଥାନାରେ ଏହି ମାମଲା ନଂ–୧୦୫ ଭାବେ ପଞ୍ଜିକୃତ ହୋଇଥିଲା। ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ  ଅଭିଯୁକ୍ତକୁ 8 ତାରିଖରେ ଗିରଫ କରାଯାଇଥିଲା। ଏହା ସହ ୨୮ ମଇ ରେ ଚାର୍ଜସିଟ୍ ଦାଖଲ କରାଗଲା।

ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସ ପକ୍ଷରୁ ଡିଏନଏ ବିଶ୍ଳେଷଣ ଏବଂ ଫୋରେନସିକ୍ ପ୍ରମାଣ ଭଳି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଇଥିଲା।

ଆଜି, କୋର୍ଟ ଏହି ଐତିହାସିକ ରାୟ ପ୍ରକାଶ କରି, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୬୪(୨)(k) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (POCSO) ଆଇନର ଧାରା ୬  ଅନୁଯାୟୀ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇ ଦୋଷୀକୁ ଆଜୀବନ କାରାଦଣ୍ଡ ଏବଂ ୧୦,୦୦୦ ଟଙ୍କା  ଜରିମାନା ଦଣ୍ଡିତ କରିଛନ୍ତି।

ଏହା ସହ  କ୍ଷତିପୂରଣ ଯୋଜନା ଅଧୀନରେ, ପୀଡିତାଙ୍କୁ ୧୦,୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।

ଝାରସୁଗୁଡା ଏସପି ସ୍ମିଥ ପି. ପରମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରେଙ୍ଗାଲି  ଥାନା OIC ସମରେନ୍ଦ୍ର ନାୟକ ଏହି ମାମଲାର ତଦନ୍ତ କରିଥିଲେ। ସରକାରୀ ଓକିଲ ପି. ଆର ସିଂହ ଦେଓ ଏହି ମାମଲା ପରିଚାଳନା କରିଥିଲେ।

ଓଡ଼ିଶା ପୋଲିସର ତଦନ୍ତ, ବୃତ୍ତିଗତ ଦକ୍ଷତା,  ପୀଡିତା ଓ ପରିବାରବର୍ଗଙ୍କ ସମର୍ଥନ ଏବଂ ସାକ୍ଷୀଙ୍କ ବୟାନ ଯୋଗୁଁ ଏହି ଐତିହାସିକ ସଫଳତା ମିଳିଛି।

ଏହି ସଫଳତା ସମାଜର ସବୁଠାରୁ ଦୁର୍ବଳ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଓଡିଶା ପୋଲିସ ନ୍ୟାୟ ପ୍ରଦାନ କରିବାର ପ୍ରତିବଦ୍ଧତାକୁ ପ୍ରକାଶ କରେ।

ଆଜୀବନ କାରାଦଣ୍ଡାଦେଶ ଯୌନ ନିର୍ଯାତନା ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଜାପାନରେ ଭୂମିକମ୍ପ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.