ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବନଖଣ୍ଡ ତରଫରୁ ଡ଼ିଏଫ ଓ ଙ୍କ କାର୍ଯ୍ୟାଳୟରେ ବିଶ୍ୱ ହାତୀଦିବସ ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ସମ୍ବଲପୁରର ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଟି. ଅଶୋକ କୁମାର ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଭୁବନେଶ୍ୱର RMNH ର ଡ଼ାଃ ଦେଵୀ ପ୍ରିୟଦର୍ଶିନୀ ଯୋଗ ଦେଇ ହାତୀ – ମନୁଷ୍ୟ ସଂଘର୍ଷ ରୋକିବାକୁ ସାମ୍ୱାଦିକ ମାନଙ୍କ ଅବଦାନ, ବନ୍ୟପ୍ରାଣୀ ମାନଙ୍କ ରିପୋର୍ଟ ସମୟରେ ସାମ୍ୱାଦିକ ମାନଙ୍କ ସୁରକ୍ଷା ତଥା ସମାଜକୁ ଏକ ସୁସ୍ଥ ତଥା ପ୍ରଭାବକାରୀ ବକ୍ତବ୍ୟ ରଖିବାକୁ ଅଶୋକ କୁମାର ସମ୍ବୋଧନ ରେ କହିଥିଲେ।
ଉକ୍ତ ସଭାକୁ ବନଖଣ୍ଡ ଅଧିକାରୀ ଏଲଭରସନ୍ କେ. ପରିଚାଳନା କରିଥିବା ବେଳେ ଭୁବନେଶ୍ଵରର ଆର୍ଥ କୃସେଡର ଆୟୋଜନ କରିଥିଲା। ଏହି ସଭାରେ ନାକଟିଦେଉଳ ଓ ରେଢ଼ାଖୋଲ ର ସାମ୍ବାଦିକ ମାନେ ଯୋଗ ଦେଇଥିଲେ।