ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଯଦ୍ୱାରା ଅପରାଧୀ ମାନେ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଭଳି ପ୍ରତ୍ୟେକ ଦିନ ହତ୍ୟା ଉଦ୍ୟମ କିମ୍ବା ହତ୍ୟାକାଣ୍ଡ ଭଳି ଘଟଣା ବଢି ଚାଲିଛି। ବୁଧବାର ଦିନକରେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ଗୋଟିଏ ଖଲ୍ଲିକୋଟ ଥାନା ଅଧୀନରେ ହୋଇଥିଲା ବେଳେ ଆଉ ଗୋଟିଏ ବେଗୁନିଆପଡ଼ା ଥାନା ଅର୍ନ୍ତଗତ ଚନ୍ଦନପୁର ପଞ୍ଚାୟତ ସୋଗଡାପଲି ଗ୍ରାମର କୈଳାଶ ଶବର ନାମକ ଜଣେ ଯୁବକଙ୍କୁ ତିନି ଜଣ ଯୁବକ କୋଦାଳ ଓ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି। ସେଥି ମଧ୍ୟରୁ ଶ୍ରୀକ୍ଷେତ୍ର ଶବର ନାମକ ଜଣେ ଯୁବକ ଥାନାରେ ଆସି ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।
ମୃତ କୈଳାଶଙ୍କ ପତ୍ନୀ ନମିତା ଶବରଙ୍କ ଅଭିଯୋଗ ଗ୍ରହଣ କରି ଥାନା ଅଧିକାରୀ ଭଗବାନ ପୁଜାରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସେହିଭଳି ରମ୍ଭାଥାନା ରେଡ୍ଡୀ ବାହାଡ଼ା ପଲ୍ଲୀରେ ହତ୍ୟା ହୋଇଥିବା ମନୁ ପ୍ରଧାନଙ୍କ ଏକାଦଶ ଦିନ ଅଭିଯୁକ୍ତ ଜୟ ପ୍ରଧାନଙ୍କ ବଡ଼ ଭାଇ ଅଭି ପ୍ରଧାନଙ୍କୁ ବାଇକରୁ ଟାଣି ଆଣି ହତ୍ୟା କରାଯାଇଛି। ହତ୍ୟା ପରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଏନେଇ ରମ୍ଭା ପୁଲିସର ଛାନ୍ ଭିନ୍ ଜାରି ରଖିଛି।